ଅଧ୍ୟାୟ ୨୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ।
ଭାସିଗଲା ଭେଳା ମଝି ଦରିଆରେ
ଉଦ୍ଧର ହେ ଜଗନ୍ନାଥ ।ା
ଭରସା ନାବରେ ବସିଛି କାଳିଆ
ଭାବରେ ଭସାଇ ନିଅ।
ସଂସାର ସାଗର ପାରି ହେବା କଷ୍ଟ
ତୁମେ କି ଜାଣିନ କୁହ ?
ତୁମ ମହାମନ୍ତ୍ର ଜୀବନ ପାଥେୟ
ଗାଇ ଗାଇ ଦିନ ସରୁ।
ଜୀବନର ମନ୍ତ୍ର ଜାଣେନା ପ୍ରଭୁ ହେ
ଶିଖାଅ ହେ ଶ୍ରେଷ୍ଠ ଗୁରୁ ।ା
ହାରିବା ଜିତିବା ଜୀବନର ଖେଳ
ହାରିଗଲି ଦୁଃଖ ନାହିଁ।
ଜିତିବାର ଆଶା ଜାଗ୍ରତ ହେଉ
ତୁମ ନାମ ଗାଇ ଗାଇ ।ା
ଫେରିବାକୁ ହେବ ଅଫେରା ରାଜ୍ୟକୁ
କାହିଁ ଏତେ ଦେଲ ମୋହ।
ମାୟା ମରିଚିକା ଜୀବନର ଖେଳ
ଭରୁଛି ଅଦେଖା କୋହ ।ା
ସମର୍ପଣ ।ାା ୫୯
ଜୁଇ ଜଳିଗଲା ପରେ ଶ୍ମଶାନରେ
କେହି ତ କାହାର ନୁହଁ।
ତଥାପି କାଳିଆ ମୋହର ପରଦା
କାହିଁକି ରଖିଛ କୁହ ।
ଇଚ୍ଛା ଥିଲେ ବି ତ ରହିହେବ ନାହିଁ
ସମୟ ଘଣ୍ଟି ବାଜିଲେ।
ବାଛି ନେଇ କଞ୍ଚା ରଖୁଛ ପାଚିଲା
କି ନ୍ୟାୟ କର ଠାକୁରେ !।
ଯନ୍ତ୍ରଣାର ନଈ ଉଛୁଳି ଗଲାଣି
ତୁମେ କି ଜାଣନା ନାଥ ?
କଳା ନାଉରୀ ହେ ପାରିକରି ଦିଅ
ଯୋଡୁଛି ତୁମକୁ ହାତ ।ା
ଆହେ ଦୟାମୟ କୃପାର ସାଗର
ଢାଳିଦିଅ କୃପାଜଳ।
ପୁଣ୍ୟ ସେହି ଜଳେ ଧୋଇ ହୋଇଯାଉ
ଦୁଃଖ ଯନ୍ତ୍ରଣା ସକଳ ।ା
ସହି ହେଉ ନାହିଁ ତୁମ ଦେବା ଦୁଃଖ
ଲାଘବ କର ହେ ନାଥ।
କି ଦୁଃଖ ଦିଅ ସଂସାରରେ କେମିତି
ସହିବ କେତେ କେମନ୍ତ ।ା
ରକତ ମାଂସରେ ଗଢିଛ ଜୀବନ
କେମିତି ସହିବ ଦୁଃଖ ?
କଲନି କାହିଁକି ପଥରର ଦେହ
ହୃଦୟ ହୀନ ନିରେଖ ।ା
କାହା ପାଇଁ କେତେ କାନ୍ଦିବ ମଣିଷ
ଆଖିରେ ଭରିଛ ଲୁହ।
ସମର୍ପଣ ।ାା ୬୦
ପୋଛିବ କି ନାହିଁ କୁହ ହେ ଠାକୁର
ହାରିବା ନାହିଁ କେହି ।ା
ହସ ଟିକେ ଦିଅ ଲୁହ ବେଶି ଦିଅ
ଏହି କି ଦେବା ଜୀବନ ?
ଫେରାଇ ନିଅହେ ମୋତେ ତୁମ ପାସେ
ଲୋଡ଼ା ନାହିଁ ଏଇ ଜୀବନ ।।
ହୃଦୟର ଚିଠି ପଢିବ ଠାକୁର
କୋହର ଏ ହସ୍ତଲିପି।
ଦସ୍ତଖତ ଦିଅ ହେ କଳା ଠାକୁର
ମଞ୍ଜୁର କର ହେ ଚିଠି ।ା
ସମର୍ପଣ ।ାା ୬୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ