ଅଧ୍ୟାୟ ୨୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ହେ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ତୁମ ରାମ ନାମ ତୁଣ୍ଡ ଗାଉଥାଉ
ହରି ନାମ ତୁଣ୍ଡ ଗାଉ।
ପୂଣ୍ୟ ନାମ ସ୍ୱରେ ଜୀବନର ଗୀତ
ଧୀରେ ମଧୁମୟ ହେଉ ।ା
ତୁମ ନାମ ହେଉ ମୋ ଜୀବନ ମନ୍ତ୍ର
ହରେ କୃଷ୍ଣ ହରେ ରାମ।
ଧୀରେ ଧୀରେ ଏହି ସଂସାର ପଙ୍କରୁ
ବାହାରି ଆସୁ ମୋ ମନ ।ା
ଜୀବନ ବୀଣାରେ ଅହରହ ନାଥ
ତୁମ ନାମ ବାଜୁ ଥାଉ।
ଚ୍ଛିନ୍ନ ବୀଣାରେ ସୁମଧୁର ସ୍ୱରରେ
ତାଳ ଲୟ ଆଦି ରହୁ ।ା
ଭଙ୍ଗା ମନରେ ମୋ ଧୈର୍ଯ୍ୟର ବନ୍ଧ
ବାନ୍ଧି ଦେଉ ତୁମ ନାମ।
ନ୍ୟାୟ ମହାମନ୍ତ୍ରେ ଦୀକ୍ଷିତ ଜୀବନେ
ଆସ ମଦନ ମୋହନ ।ା
ମଧୁର ବଂଶୀର ସ୍ୱର ସକାଳକୁ
ମହକିତ କରି ଦେଉ।
ସମର୍ପଣ ।ାା ୬୨
ସେ ସ୍ୱର ସଂଚାରି କୃପାମୟ ହରି
ଦିନ ମୋ ପବିତ୍ର ହେଉ।
ଜୀବନ ଯନ୍ତ୍ରଣା ଉପସମ ପାଇଁ
ତୁମ ନାମ ମହୋଷଧି।
ଦରଜ ମଲମ ତୁମରି କରୁଣା
ପ୍ରଭୁ କରୁଣା ବାରିଧିାା
ତୁମ ଥାଅ ମୋର ମନ ହୃଦୟରେ
ନାମ ରୂପେ ନାରାୟଣ।
ସମୟ ସ୍ରୋତରେ ଜୀବନ ତରଣି
ନ ଭାସୁ ଜଗଜ୍ଜୀବନ ।ା
ବରଂ, କୃପାମୟ କରୁଣା ସ୍ରୋତରେ
ମୋହର ଜୀବନ ତରୀ।
ଆଶା ପ୍ରତ୍ୟାଶାର ତରଙ୍ଗ ଆଡେଇ
ଭାସୁ ଭକ୍ତି ଅନୁସରି ।ା
ମନପକ୍ଷୀ ନିତି ତୁମରି ନାମକୁ
ଅନୁରାଗେ ଗାଉ ଥାଉ।
ତୁମ ଭାବନାରେ ଦିନ ମୋ ଆରମ୍ଭ
ଏପରିକି ଶେଷ ହେଉ ।ା
ତୁମରି ନାମରେ ଏଇ ଜୀବନଟା
ସୁବାସିତ ହେଉ ହରି।
ଆଉ କିଛି ଲୋଡ଼ା ନାହିଁ ଜୀବନରେ
ବିଶ୍ୱାସ କର ମୁରାରି ।ା
ତୁମେ ଲୋଡ଼ା ମୋର ଛାର ଜୀବନରେ
ତୁମେ ମୋ ଏକା ସାହାରା।
ଆହେ ଦାରୁବ୍ରହ୍ମ ! ପୁରୁଷ ଉତ୍ତମ
ସତୃଷ୍ନ ନୟନ ତାରା ।ା
ଉଦ୍ଧାର କର ହେ ପ୍ରଭୁ ଚକ୍ରଧର
ତୁମ ପରି କେହି ନାହିଁ।
ସମର୍ପଣ ।ାା ୬୩
ମାଧବ ହେ ତୁମ ବାଜୁଥାଉ ବଂଶୀ
ମନ କୁଞ୍ଜବନେ ସାଇଁ ।ା
ତୁମରି ନାମର ଶ୍ରବଣ କୀର୍ତ୍ତନେ
ମିଳୁ ଜୀବନରେ ଶାନ୍ତି।
ଆସ ଆହେ ନାଥ ମନ ବୃନ୍ଦାବନେ
ତୁମ ପାଇଁ ସବୁ ନୀତି ।ା
ଆଲୋକିତ ହେଉ ଅନ୍ଧାରି ଜୀବନ
ତୁମ ଦିବ୍ୟ ଭାବନାରେ।
ଜୟ ଜଗନ୍ନାଥ ମନ ଗାଉଥାଉ
ମୁକତି ମିଳୁ ଠାକୁରେ ।ା
ସମର୍ପଣ ।ାା ୬୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ