ଅଧ୍ୟାୟ ୨୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ହେଲି ସମର୍ପିତ ।ା
ମନ ପକ୍ଷୀ ମୋର ବ୍ୟାକୁଳ ହେଉଛି
ଶ୍ରୀମନ୍ଦିର ଯିବ ଉଡ଼ି।
ବଡ଼ ଦେଉଳରେ ବସାଟିଏ ବାନ୍ଧି
ରହିବ ସେଠାରେ ପଡ଼ି ।ା
ପ୍ରତି ସକାଳରେ ନିଶ୍ଚିତ ଦେଖନ୍ତି
ପ୍ରିୟ ମୋ ଚକାନୟନ।
ଭଜୁ ଥାନ୍ତି ତୁମ ପବିତ୍ର ନାମକୁ
ପୁଲକିତେ ତନୁ ମନ ।ା
ସଞ୍ଜ ହେଲେ ନିଜେ ସମର୍ପିତ ହୋଇ
ଆଶ୍ରାକରି ପଦ୍ମପାଦ।
ବଡ଼ ଦେଉଳର ବସାରେ ନୀରବେ
ଶୋଇଯାନ୍ତା ଅପ୍ରମାଦ ।ା
ଶୋଷ ହେଲେ ଟଙ୍କ ତୋରାଣିରୁ ମୁନ୍ଦେ
ପିଇ ଦେଇ ହୋଇ ଶାନ୍ତି।
ଭୋକ ହେଲେ ଯାଇ ଆନନ୍ଦ ବଜାରେ
ଅବଢ଼ା ଖାଆନ୍ତା ଖୁଣ୍ଟିାା
ଆଳତି ସମୟେ ଆଳତି ଦର୍ଶନ
ଅହୋ ଭାଗ୍ୟ ଶ୍ରୀ ମନ୍ଦିରେ।
ସମର୍ପଣ ।ାା ୬୫
ନେତ୍ର ଦ୍ୱୟ ମୋର ହୁଅନ୍ତା ପବିତ୍ର
ଉଦାସ ଯାଆନ୍ତା ଦୂରେ ।ା
କଳପ ବଟର ଛାୟାରେ ବସନ୍ତି
ସଂସାରୁ ମୁକତି ପାଇଁ।
ବାଇଶି ପାବଛେ ନିଶ୍ଚେ ଗଡ଼ି ଯାନ୍ତା
ପାପ ସବୁ ଯାନ୍ତା ଧୋଇ ।ା
ଚଞ୍ଚଳ ମନଟା ବିଚଳିତ ହୁଏ
କାହିଁକି ହେ ନାରାୟଣ।
ତୁମ ନାମରେ ମୋର ମନବା‚ା
ପୁର୍ଣ୍ଣ କରିବ ଠାକୁର ।ା
ତୁମରି ନାମରେ ଧିରେ ଧିରେ ମୋର
ମନରେ ସ୍ଥିରତା ରହୁ।
ପ୍ରଭୁ ହେ ! ତୁମରି କରୁଣା ଧାରାରୁ
କିଞ୍ଚିତେ ମୋ ପାଇଁ ଥାଉ ।ା
ତୁମ କୃପାଦୃଷ୍ଟି ବଳରେ ଜୀବନେ
ପ୍ରଭୁ ଶାନ୍ତି ଭରି ଯାଉ।
ମଙ୍ଗଳମୟ ହେ ମଙ୍ଗଳ କରତା
ଅମଙ୍ଗଳ ନାଶ ହେଉ ।ା
ଜୟ ଜଗନ୍ନାଥ ଧ୍ୱନିରେ ଆନନ୍ଦ
ଭରି ଯାଉ ସଂସାରରେ।
ତୁମରି ନାମରେ ଫୁଲ ସବୁ ହସୁ
ଏଇ ମନ ଅଗଣାରେ ।ା
ଜୟ ଜଗନ୍ନାଥର ଧ୍ୱନିରେ ସକାଳ
ଆସୁ ଏହି ଜଗତକୁ।
ଶାନ୍ତି ପ୍ରଦାୟକ ହୁଅ ହେ ଠାକୁର
ଏତିକି ମାଗେ ତୁମକୁ ।ା
ସମର୍ପଣ ।ାା ୬୬
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ