ଅଧ୍ୟାୟ ୨୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ହେ ଜଗନ୍ନାଥ
ହେଲି ପାଦେ ସମର୍ପିତ।
ରାତି ଯାଏ ଦିନ ଆସେ ସିନା ତୁମ
ସମୟ ଚକ୍ରରେ ଘୂରି।
ଦୁଃଖ ସରେ ନାହିଁ ନ ଜଳିଲେ ଜୁଇ
ଏତିକି ଜାଣିଛି ହରି ।ା
ମୋର ଏ ଜୀବନ ନାଟକରେ ହରି
ଲେଖିଛ ଘଟଣା କେତେ !
ଗୋଟିଏ ସରିଲେ ଆନଟି ଆସୁଛି
ଜୀବନ କାନ୍ଦୁଛି ଯେତେ।
କେମିତି ଗଢ଼ିଲ ନାଥ ଏ ଜୀବନ
ଏତେ କଟାଛଟା କରି।
ଯେତେ କାନ୍ଦିଲେ ବି ସରେନି କାନ୍ଦିବା
ଦୁଃଖ ଯାଏ ନାହିଁ ଛାଡ଼ି ।ା
କାହିଁକି କାଳିଆ ଲଗାଇଛ ଲୀଳା
ପୁଣି ମାୟା ଡୋରି ଧରି।
କାହା ପାଇଁ କେତେ କାନ୍ଦିବ ଜୀବନ
କହିବ କି ହେ ଶ୍ରୀହରି ?
ସୁଖ ଯଦି ତୁମେ ସହିପାର ନାହିଁ
କାହିଁ ଦିଅ ସୁଖ ଆଣି।
ସମର୍ପଣ ।ାା ୬୯
କାହିଁ ଲୁହ ଦିଅ ଏ ଦୁଇ ଆଖିରେ
ଯଦି ପୋଛି ପାରିବନି ।ା
ମନର ବେଦନା ବୁଝିପାର ବୋଲି
ଅନ୍ତର୍ଯ୍ୟାମୀ ବୋଲି ନାମ।
ଦୁଃଖ ହରି ନିଅ ବୋଲି ଭକ୍ତ ଡାକେ
ତୁମକୁ ଦୁଃଖ ନାଶନ ।ା
ପତିତ ଗୁହାରି ଶୁଣିଥାଅ ବୋଲି
ପତିତପାବନ ନାମ ।
କେଉଁ ନାମ ଧରି ଡାକିବି ତୁମକୁ
କୁହ ଥରେ ଆର୍ତ୍ତତ୍ରାଣ ।ା
ବେଳେ ବେଳେ ଭାବେ କାହିଁକି ଡାକିବି
ତୁମେ ଯଦି ଦୁଃଖ ଦେବ।
ସରିବ ନାହିଁ ତ ତୁମରି ପରୀକ୍ଷା
କୁହତ ରାଧା ମାଧବ ।ା
ପୁନଶ୍ଚ ଭାବୁଛି ଭକ୍ତକୁ ପରୀକ୍ଷା
କରିବାରେ ତୁମ ଖୁସି।
ମନ ବୁଝିଗଲେ ନିଜେ ଦେଖାଦିଅ
ଭକ୍ତ ପାସେ ନୀଳ ଶଶି ।ା
ଚାପା ହସ ହସି ଆଶୀଷ ବରଷି
ଭକ୍ତକୁ କୋଳେଇ ନିଅ।
ତୁମ ଦରଶନେ ଦୁଃଖ ଅମାରାତି
ଘୁଞ୍ଚି ଯାଏ ଦୟାମୟ ।ା
ସେ ଲାଗି ବିଶ୍ୱାସ ଶେଷ ଜୀବନରେ
ସବୁ ଦୁଃଖ ଦେବ ସାରି।
ଜନ୍ମ ମୃତ୍ୟୁ ଚକ୍ର କଠିନ ବନ୍ଧନୀ
ଖୋଲି ଦେବ କୃପା କରି ।ା
ସମର୍ପଣ ।ାା ୭୦
ଭଜେ ତୁମ ନାମ ହୃଦୟ କନ୍ଦରେ
ଜପୁଛି ନାମ ତୁଣ୍ଡରେ।
ନିତି ପାଉଛି ମୁଁ ତୁଳସୀର ଜଳ
ପାପ ନ ଥିବ ଶରୀରେ ।ା
କି କହିବି ଆଉ ନ ଜାଣ କି ପ୍ରଭୁ
ଦୁଃଖ ହୃଦୟରେ ଥାଉ।
ତୁମରି ନାମର ଅମୃତ ପରଶେ
ମନ ଆପେ ଶାନ୍ତ ହେଉ।ା
ସମର୍ପଣ ।ାା ୭୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ