ଅଧ୍ୟାୟ ୨୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜୟ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ଉଠିଗଲା ଜୀବ ନିଦୁଆ ଆଖିରେ
ସକାଳ ମନ୍ତ୍ର ପଢ଼ି ।
ଆଖି ଖୋଲି ଦେଖେ ଏଇ ଜଗତକୁ
କେହି ନୁହେଁ ତୁମ ପରି ।ା
କଳା ବଦନରେ ନାଲି ନାଲି ଓଠେ
ମୁରୁକି ମୁରୁକି ହସି।
ତୁମେ ଆସ ନାଥ ମନ ଆକାଶରେ
ବିଛାଇ କଅଁଳ ଜ୍ୟୋତି ।ା
ତୁମ ସରି କେହି ନାହିଁ ଜଗନ୍ନାଥ
ତୁମ ସରି କେହି ନାହିଁ ।
ବାଙ୍କ ଚାହାଣୀରେ ଯାଉଅଛ ପ୍ରଭୁ
ସଭିଙ୍କର ମନ ଛୁଇଁ ।ା
ମୟୂର ଚୂଳିଆ ହେ ଘନ କାଳିଆ
କେତେ ରଙ୍ଗ ବୋଳ ମନେ।
କେବେ କର ଏଇ ମନକୁ ରଙ୍ଗିନ
କେବେ ଦୁଃଖ ଆସେ ପ୍ରାଣେ ।ା
କେବେ ହସ କେବେ ଲୁହ ଏ ଜୀବନେ
ସବୁ ତ ତୁମରି ଦାନ।
ସମର୍ପଣ ।ାା ୭୨
କରୁ ନାହିଁ ପ୍ରଭୁ କେବେ ତ ତୁମରି
ଉପରେ ମୁଁ ଅଭିମାନ ।ା
ଏ ମନ ତୁମର ତୁମରି ଇଚ୍ଛାରେ
ଧାଏଁ ପ୍ରଭୁ ଏଣେ ତେଣେ।
ସୁଖ ଖୋଜି ଖୋଜି ସମୟ ସରିଲା
ଏବେ ଭାବୁଛି ମୁଁ ମନେ ।ା
ମୁଁ କିଛି ଜାଣେନା ଯାହା ତୁମେ ଦିଅ
ଆଦରେ ସାଉଁଟି ଅଛି।
ହସ ଆଉ ଲୁହ ସବୁଠି ନାଥ ହେ
ତୁମକୁ ମୁହିଁ ଦେଖୁଛି ।ା
ଜୀବନର ଅର୍ଥ ଏବେ ମୁଁ ବୁଝୁଛି
ସବୁ ଅଟେ ତୁମ ଖେଳ।
ନଟୁଟିଏ ପରି ଘୂରୁଛି ଜୀବନ
ତୁମରି ହାତେ କେବଳ ।ା
ସକାଳ ପ୍ରଣାମ ଘେନ ଭଗବାନ
ଜୀବନ ଯୋଡୁଛି ହାତ।
ହରି ନିଅ ପ୍ରଭୁ ସବୁ ପାପ ପଙ୍କ
ସରୁ ଆହେ ଜଗନ୍ନାଥ ।ା
ମଙ୍ଗଳ ହେଉ ସଭିଙ୍କ ଜୀବନ
ତୁମ ନାମେ ଜଗନ୍ନାଥ।
ଶୁଭମୟ ହେଉ ଦିନ ସଭିଙ୍କର
ଏତିକି ମାଗୁଣି ନାଥ ।ା
ସମର୍ପଣ ।ାା ୭୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ