ଅଧ୍ୟାୟ ୨୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ପ୍ରଭାତ ଆସିଲେ ଜୀବନ ତରୁର
ଡାଳେ ବାହୁନେ କପୋତ
କେମିତି ଚାଲିବ ଏ ସଂସାର ନାବ
ସାହା ହୁଅ ଜଗନ୍ନାଥ ।ା
ତୁମେ ଦେଇଥିବା ଜୀବନକୁ ମୁହିଁ
ସମର୍ପି ପଦ୍ମ ପାଦରେ।
ନିବେଦନ କରେ କଳା ନାଉରୀ ହେ,
ପାରି କରିଦିଅ ବାରେ ।ା
ଜୀବନ ତରୀ ମୋ ଭାସି ଭାସି ଯାଏ
ମଝି ଦରିଆରେ ନାଥ।
ଥଳ ପାଏନା କି କୂଳ ବି ପାଏନା
ପାଣି ଯେ ଅକାତ କାତ ।ା
ଆହେ ନୀଳଗିରି କାତର ପ୍ରାର୍ଥନା
ଉଦ୍ଧାର ନୀଳମାଧବ।
ଭାରି କଷ୍ଟ ହୁଏ ଜୀବନ ବୋହିବା
ବୁଝିବ ଥରେ ବାସୁଦେବ ।ା
ସହି ହୁଏନା କି କହି ବି ହୁଏନା
ବେଦନା ଭରା ଛାତିରେ।
ସମର୍ପଣ ।ାା ୭୭
ଅଣନିଃଶ୍ୱାସୀ ବି ଲାଗୁଛି ଜୀବନ
ଭୟରେ ହୃଦୟ ଥରେ ।ା
ନିଃଶ୍ୱାସରେ ହରି ବିଶ୍ୱାସରେ ହରି
ଭରସାରେ ଅଛ ହରି ।
ଭରସା ନାବରେ ବସିଛି କାଳିଆ
କରି ଦିଅ ମୋତେ ପାରି ।ା
ସକାଳଠୁ ସଞ୍ଜ ପର୍ଯ୍ୟନ୍ତ ଭଜୁଛି
ତୁମ ନାମ ଜଗନ୍ନାଥ।
ଅଗାଧ ବିଶ୍ୱାସ ମନରେ ରଖିଛି
ତୁମେ ଧରିଅଛ କାତ ।ା
ମୋ ଜୀବନ ନାବ ନାଉରୀ ତୁମେ ହେ,
ନିଳାଦ୍ରୀ ଶିଖର ସାଇଁ।
କେମିତି ଲାଗିବ ନାବଟି କୂଳରେ
ଚିନ୍ତା ମୁଁ କରିବି କାହିଁ ?
ମାରିବା ତାରିବା ସବୁ ତୁମ ଖେଳ
ମାୟାର ଠାକୁର ତୁମେ।
ମାୟାର ଜାଲରେ ନ ପକାଅ ହରି
ନ ପକାଅ କେବେ ଭ୍ରମେ ।ା
ଆତୁର ଡାକ ମୋ ଶୁଭୁନି କି ନାଥ
ରହି ଭଜେ ଗହଳିରେ।
ମୁଁ ଜଣେ ଭକତ ଡାକୁଛି ତୁମକୁ
ଚାହିଁ ଦିଅ ନାଥ ବାରେ ।ା
ଜାଣିଛି ଟିକିଏ କଣେଇ ଚାହିଁଲେ
ଦୂରେ ଯିବ କାତରତା।
ଅଶାନ୍ତ ମନଟା ଶାନ୍ତ ହୋଇଯିବ
ବଞ୍ଚି ଯିବ ଆଶା ଲତା ।ା
ସମର୍ପଣ ।ାା ୭୮
କଳିରେ ପ୍ରତ୍ୟକ୍ଷ ଦେବତା ତୁମେ ହେ,
ଦାରୁବ୍ରହ୍ମ ଜଗନ୍ନାଥ।
ସକାଳୁ ପ୍ରଣତି କରୁଛି ଠାକୁରେ
ଦେଖାଅ ଜୀବନ ପଥ ।ା
ଜୟ ଜଗନ୍ନାଥ ଜଗତର ନାଥ
ଜଗତ ମଙ୍ଗଳ ହେଉ।
ତୁମ ପାଦ ତଳେ ଏ ଜୀବନ ଦୀପ
ଶେଷ ଯାଏ ଜଳୁ ଥାଉ ।ା
ସମର୍ପଣ ।ାା ୭୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ