ଅଧ୍ୟାୟ ୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ।
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ତୁମ ନାମରେ ସକାଳ ଆରମ୍ଭ
ହେଲା ଆହେ ଜଗନ୍ନାଥ।
ତୁମ ନାମରେ ଦିନ ହେଉ ଶୁଭ
ହର ହରି ସବୁ ଦୁଃଖ ।ା
ନିଷ୍କପଟ ମୋର ମାନସ ପଟରେ
ଆସ ସକାଳୁ ସକାଳୁ।
ନରହୁ ମନରେ ଦୁଷିତ ଭାବନା
ତୁମ ଦରଶନ ମିଳୁ ।ା
ଚକାନୟନରେ ଆଖି ମୋର ଲାଖି
ଯାଉ ଆହେ ଜଗନ୍ନାଥ ।
ତୁମ ରଙ୍ଗାଧର ହସରେ ସୁନ୍ଦର ହେଉ
ମୋ ଜୀବନ ପଥ ।ା
ତୁମରି ମଧୁର ମୋହନ ମୁରଲି
ବାଜୁଥାଉ ଅବିରତ।
ସେ ମଧୁର ଧ୍ୱନି ଗୁଞ୍ଜରିତ ହୋଇ
କର୍ଣ୍ଣ ମୋ ହେଉ ପବିତ୍ର ।ା
ଦିଅ ନାଥ ତୁମ ଦିବ୍ୟ ଶକ୍ତି ବାରେ
କଲମ ତୁମ ନାମରେ।
ସମର୍ପଣ ।ାା ୧୭
ଚାଲୁଥାଉ ଧୀରେ ଲୀଳା ବର୍ଣ୍ଣନାରେ
ନିତି ସଞ୍ଜ ସକାଳରେ ।ା
ହଜି ଯାଉ ଭିଜି ଯାଉ ମନ ତୁମ
ନାମ ରସେ ଜଗନ୍ନାଥ।
କାମନା ବାସନା ହରି ନିଅ ହରି
ତୁମ ପାଦେ ସମର୍ପିତ ।ା
ମିଛର ସଂସାର ମାୟାର ବନ୍ଧନ
ସବୁ ଜାଣି ଗଲା ପରେ।
ତୁମକୁ ଡାକୁଛି ମଳିନ ବେଳାରେ
ସୂରୁଯ ନଇଁବା କାଳେ ।ା
ଜାଣିତ ନ ଥିଲି ଜୀବନ ଏମିତି
ଝୁଲୁ ଥିଲି ସୁଖ ଦୋଳି।
ଦୋଳି ଛିଣ୍ଡିଗଲା ସପନ ସରିଲା
ମୁହଁ ମାଡି ପଡ଼ି ଗଲି ।ା
ତୁମେ ଏକା ଟାଣିଥାଅ ଭାଗ୍ୟ ରେଖା
ବୁଝିଗଲା ପରେ ମୁହିଁ।
ତୁମରି ନାମରେ ଅର୍ଘ୍ୟ ସଜାଡୁଛି
ଭଜନଟି ଲେଖି ଦେଇ।
ସମର୍ପଣ ।ାା ୧୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ