ଅଧ୍ୟାୟ ୩୦ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ପ୍ରେମମୟ କର ଏଇ ଜଗତକୁ
ଅପ୍ରାକୃତ ପ୍ରେମେ ହରି।
ରଜ, ତମ, ଗୁଣ ଲୋପ ପାଇଯାଉ
ସାତ୍ତ୍ୱିକତା ଉଠୁ ପୂରି ।ା
ଈର୍ଷା କାତରତା ସରିଯାଉ ମନୁ
ଅଳିକ ସଂସାରେ ପ୍ରଭୁ !
ତୁମରି ପ୍ରେମରେ ବୁଡ଼ିଯାଉ ମନ
ଦିନ ଯାଉ ସରି ସବୁ ।ା
ତୁମରି ଚିନ୍ତନେ ଦିନ ପ୍ରେମମୟ
ହେଉ ହେ ରାଧା ମାଧବ !
ଦିବ୍ୟ ପ୍ରେମ ସ୍ପର୍ଶେ ଆନ୍ଦୋଳିତ ହେଉ
ଚେତନା ପ୍ରିୟ କେଶବ ।ା
ଅତିନ୍ଦ୍ରିୟ ପ୍ରେମ ଫଲ୍ଗୁ ବୋଳି ହେଉ
ସମଗ୍ର ମାନବ ଜାତି।
ବିଶ୍ୱ ପ୍ରେମର ପ୍ରବାହେ ସଭିଏଁ
ଭାସୁଥାନ୍ତୁ ଦିବା ରାତି ।ା
ତୁମରି ପ୍ରେମରେ ସୁନ୍ଦର ହେଉ
ଅସୁନ୍ଦର ମନ ସବୁ।
ସମର୍ପଣ ।ାା ୮୨
ସ୍ନେହ ପ୍ରୀତି ତଥା ସମ୍ବେଦନାର
ଆଶ୍ୱାସ ମିଳୁ ପ୍ରଭୁ ।ା
ତୁମରି ନାମରେ ଏଇ ସକାଳଟା
ତୁଳସୀ ତୁଳସୀ ବାସୁ।
ପାପ ସରି ଯାଉ ପୁଣ୍ୟ ଚିନ୍ତନରେ
ଦିବ୍ୟତା ଜୀବନେ ଆସୁ ।ା
ତାରିବା ଶକତି ଅଛି ତ ତୁମର
ତାରଣ କରିବ ହରି।
ପବିତ୍ର ହେଉ ତନ ମନ ନାଥ
ତୁମ ନାମ ଲୀଳା ସ୍ମରୀ ।ା
ଅମୃତ ପରସେ ପାପ ହେଉ ନାଶ
ତୁମରି ନାମକୁ ଧରି।
ଜୀବନର ମାନେ ବୁଝିଯାଉ ମନ
ଦିବ୍ୟ ଜ୍ଞାନ ଲାଭ କରି ।ା
ମନର ଅନ୍ଧାର ନାଶ ହେଉ ନାଥ
ତୁମ ଦିବ୍ୟଜ୍ୟୋତି ପାଇ।
କଳୁଷତା ନାଶ କର ଜଗନ୍ନାଥ
ପ୍ରେମ ଭାବ ଯାଉ ବହି ।ା
ମାଗୁଛି ମାଧବ ମାନବୀୟ ପ୍ରେମ
ମନରେ ଜାଗ୍ରତ ହେଉ।
ତୁମରି ନାମରେ ବିଶ୍ୱର ମଙ୍ଗଳ
ଆଶା କରେ ମହାବାହୁ ।ା
ତୁମେ ହିଁ ଚାହିଁଲେ ଜଗତରେ ନାଥ
ଭାତୃତ୍ୱ ଜାଗି ଉଠିବ।
ଭାଇ ଭଉଣୀଙ୍କୁ ଧରି ବସିଅଛ
ତୁମେ ହିଁ ଶିଖାଇ ଦେବ ।ା
ସମର୍ପଣ ।ାା ୮୩
ଅଶାନ୍ତ ପୃଥିବୀ ଶାନ୍ତ କର ନାଥ
ତୁମ ପ୍ରେମ ପରସରେ।
ଆଧ୍ୟାତ୍ମିକ ଭାବ ଜାଗ୍ରତ ହେଉ
କ୍ଷଣିକ ଏ ଜୀବନରେ ।ା
ଜୟ ଜଗନ୍ନାଥ ବିଶ୍ୱର ମଙ୍ଗଳ
ହେଉ ହେ ଜଗତ ପିତା।
ତୁମରି ଆଶିଷେ ମଣିଷକୁ ମିଳୁ
ସଦା ପ୍ରଭୁ ଭଲ ଶିକ୍ଷା।ା
ସମର୍ପଣ ।ାା ୮୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ