ଅଧ୍ୟାୟ ୩୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ଭାବର ଠାକୁର ଭାବରେ ଡାକୁଛି
ଭାବନାର ଅନ୍ତ ହେଉ।
ଜୀବନର ମନ୍ତ୍ର ଦିଅ ହେ ଠାକୁର
ଜୀବନ ସ୍ପନ୍ଦିତ ହେଉ ।ା
ଶବଦ ବ୍ରହ୍ମ ହେ ମଧୁର ଶବ୍ଦରେ
ଭରି ଦିଅ ମୋ ଜୀବନ।
ଜୀବନର ଶେଷ ପର୍ଯ୍ୟନ୍ତ ଓଠରେ
ରହିଥାଉ ତୁମ ନାମ ।ା
ଦାରୁବ୍ରହ୍ମ ଜଗନ୍ନାଥ ଭଜିଭଜି
ଛାର ମୋର ଜୀବ ଯାଉ।
ତୁମ ଅନୁଭବ ମୋ ହୃଦ ମନ୍ଦିରେ
ସଦା କାଳେ ରହି ଥାଉ ।ା
ଜାଣିଛି ତୁମକୁ ଚାହିଁ ଦେଲେ ହରି
ହୃଦ ଭରେ ଆନନ୍ଦରେ।
କଳା ବଦନରେ କି ଯାଦୁ ରହିଛି
ବୁଝି ହୁଏନା ଠାକୁରେ ।ା
ମାୟାଧର ତୁମ ମାୟା କିଏ ଅବା
ଜାଣିବ ଏଇ ସଂସାରେ।
ଦେବତାଙ୍କୁ ପରା ଅଗୋଚର ହୁଏ
ମଣିଷ କି ଜାଣିପାରେ ?
ସମର୍ପଣ ।ାା ୮୫
ଭକତ ହୃଦୟ ପରଖିଲା ପରେ
ମିଠା ଫଳ ଦେଇ ଥାଅ।
ପରୀକ୍ଷାର ଅନ୍ତ ହେଉଛି କେଉଁଠି
ପରୀକ୍ଷା ତ ଅହରହ ।ା
ମନକୁ କରିଛି ପୁଣ୍ୟର ମନ୍ଦିର
ପୁଣି କାହିଁକି ଭାବନା ?
ମନ ବୃନ୍ଦାବନେ ଥାଅ ଆହେ ନାଥ
ଆଉ କିଛି ମୁଁ ମାଗେନା ।ା
ସବୁତ ଦେଇଛ ଅଜାଚିତ ଭାବେ
ମାଗିବା ଆଗରୁ ନାଥ।
ଯାହା ବି ଦେଇଛ ସୁରକ୍ଷିତ ହେଉ
ଏହା ବି ତୁମ ଦାୟିତ୍ୱ ।ା
ଥକି ପଡ଼ିଲିଣି ବୋଝ ବୋହି ବୋହି
ଜାଣନା କି ନାଥ ମୋର ?
କାମନା ବାସନା ହରି ନିଅ ହରି
ବିନତୀ ରଖ ଠାକୁର।ା
ଛନ୍ଦା ଚରଣରେ ବନ୍ଧାପଡୁ ମନ
କାତର ନ ହେଉ ମନ।
ସମସ୍ତ ଭୟ ଓ ନିର୍ଭୟର ତୁମେ
ଅଟ ପରମ କାରଣ ।ା
ସବୁ ଆଶା ବୃକ୍ଷ କାମନାର ତରୁ
ଭାଂଗି ଯାଉ ତୁମ ପାଇଁ।
ଏ ନିରାଶ୍ରୟକୁ ଆଶ୍ରୟ ଦିଅ ହେ
ଆଉ କିଛି ମାଗୁ ନାହିଁ ।ା
ମନ ଭାଙ୍ଗିଗଲା ହୃଦୟ ଭାଂଗିଲା
ଜୀବନ ଯନ୍ତ୍ରଣାସିକ୍ତ।
ସମର୍ପଣ ।ାା ୮୬
ଆହେ ଦୟାମୟ ଦୟାକର ନାଥ
ଅଭିନୟ ହେଉ ଶେଷ।ା
କାଚର ଟୁକୁଡ଼ାପରି ଖଣ୍ଡଖଣ୍ଡ
ହେଉଅଛି ମହାବାହୁ।
ତୁମ ପାଦ ତଳେ ଆଶ୍ରୟ ମାଗୁଛି
ଏତିକି ସୁଦୟା ହେଉ ।ା
ଜଗତର ନାଥ ଆହେ ଜଗନ୍ନାଥ
ଜଗତ ମଙ୍ଗଳ ହେଉ।
ତୁମ କୃପା ବାରି ଝରଝର ହୋଇ
ଭକ୍ତ ଠାରେ ଝରି ଯାଉ ।ା
ସମର୍ପଣ ।ାା ୮୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ