ଅଧ୍ୟାୟ ୩୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ପାଦେ ହେଲି ସମର୍ପିତ ।ା
ଆହେ ଜଗନ୍ନାଥ ଜଗତର ନାଥ
ଏତିକି କରୁଣା ହେଉ।
ଭକ୍ତ ଜନ ଦୁଃଖ ବଢ଼ିଲା ସାଆନ୍ତେ
ତୁମେ ପ୍ରଭୁ ଥାଉ ଥାଉ ।ା
କୋଠ ଭୋଗଖିଆ ମୋ ଚକା ଆଖିଆ
ଉଠହେ ପହଡ଼ ଭାଂଗି।
ବାହାରେ ଲାଗିଲା ଭକତଙ୍କ ଭିଡ଼
ଛାମୁ ଦରଶନ ଲାଗି ।ା
କେତେ କେତେ ଦୁଃଖି ଚାହିଁ ରହିଛନ୍ତି
କହିବାକୁ ତାଙ୍କ ଦୁଃଖ।
ଆଉ ଶୁଅ ନାହିଁ ନିଳାଦ୍ରୀ ଗୋସାଇଁ
ଚିକ୍କଣ କଳା ଶ୍ରୀମୁଖ ।ା
ତୁମେ ଉଠିଲେ ହିଁ ସୂରୁଯ ଉଅଁଇ
ଢାଳି ସୁନେଲି କୀରଣ।
ଓଁକାର ଧ୍ୱନିରେ ଚତୁର୍ଦିଗ ପୂରେ
ଶିହରାଇ ତନୁ ମନ ।ା
ପଣ୍ଡା ପଢ଼ିଆରୀ କରନ୍ତି ଗୁହାରି
ସଅଳ ଉଠିବା ପାଇଁ।
ସମର୍ପଣ ।ାା ୮୮
ଭକତ ଡାକୁଛି ଆତୁର ହୃଦୟେ
ଉଠ ହେ ଜଗତ ସାଇଁ ।ା
ତୁମରି କୃପାରେ ଦୁଃଖ ଯାଏ ଦୂରେ
ତୁମେକି ଜାଣେନା ହରି ?
ଏ ଆଖିରେ ଲୁହ ଏ ଓଠରେ ହସ
ସବୁ ତ ଦାନ ତୁମରି ।ା
ଚକାନୟନ ହେ ଆଖି ଖୋଲିଦିଅ
ଆନନ୍ଦ ଯାଉ ବରଷି।
ଶୁଭଙ୍କର ହେଉ ପ୍ରତିଟି ମୁହୂର୍ତ୍ତ
କାମନା ମୋ କଳାଶଶି ।ା
ବଡ଼ଦାଣ୍ଡ ହେଲା ଗହଳ ଚହଳ
ସିଂହଦ୍ୱାର ଖୋଲୁ ହରି।
ତୁମରି ନାମରେ ମଧୁ ବର୍ଷା ହେଉ
ଦୀନବନ୍ଧୁ ଦଇତାରୀ ।ା
ପତିତପାବନ ପତିତ ଉଦ୍ଧାର
ହେଉ ନେଇ ତୁମ ନାମ।
କାଳିଆ କାଳିଆ ଡାକୁଛି ଭକତ
ଶୁଣ ଥରେ ନାଥ ଶୁଣ ।ା
ଛଡ଼ା ତୁଳସୀରୁ ଟିକିଏ ଦିଅ ହେ
ଅପେକ୍ଷାରେ ରହେ ଆଖି।
ତୁମରି କୈବଲ୍ୟ ପ୍ରାପ୍ତି ହେଉ ନାଥ
ନ ମାଗେ ମୁଁ ଆନ କିଛି ।ା
ତୁମ ଅବଢ଼ାରେ ପାପ ସରିଯାଉ
ଏଇ ଶରୀର ମନରୁ।
ଟଙ୍କ ତୋରାଣିରୁ ମୁନ୍ଦେ ମିଳୁ ନାଥ
ଆବେଗର ଶୋଷ ମରୁ ।ା
ସମର୍ପଣ ।ାା ୮୯
ତୁମରି ସ୍ମରଣ ତୁମରି ଚିନ୍ତନ
ତୁମ ଭଜନ ଲେଖାରେ।
ସକାଳ ମୋହର ମଧୁଯୁକ୍ତ ହେଉ
ତୁମରି ଗୁଣ ଗାନରେ ।ା
ଏଇ ଲେଖନୀରେ ତୁମେ ଆସୁ ଥାଅ
ଶବ୍ଦ ଭାବ ଭରି ଦେଇ।
ସକଳ କଷଣ ହରଣ କର ହେ
ତୁମେ ପରା ଭାବଗ୍ରାହୀ ।ା
ଭାବରେ ଆସ ହେ ହୃଦୟରେ ବସ
ହୃଦୟ ପବିତ୍ର ହେଉ।
ଛନ୍ଦ, କପଟ, ଈର୍ଷା, କୁବିଚାର
ସ୍ୱତଃ ଦୂରେଇ ଯାଉ ।ା
ଜୟ ଜଗନ୍ନାଥ ସର୍ବ ମଙ୍ଗଳ ହେ
ଏତିକି ମାଗୁଣି ମୋର।
ଆହେ ଜଗନ୍ନାଥ ତୁମରି ନାମରେ
ସର୍ବ କଷ୍ଟ ଦୂର କର ।ା
ସମର୍ପଣ ।ାା ୯୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ