ଅଧ୍ୟାୟ ୩୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟି କୈବଲ୍ୟ ନିଧି ଦାରୁବ୍ରହ୍ମ
ଭକତ ଜୀବନ ଧନ।
ତୁମ ଦିବ୍ୟ ନାମ ତୁଣ୍ଡରେ ଧରିଲେ
ଭରି ଯାଏ ଦୁଃଖି ମନ ।ା
ଅଲୌକିକ ଶକ୍ତି ଆଧାର ତୁମେ ହେ
ଯୁଗେ ଯୁଗେ ଭକତର।
ତୁମରି ନାମରେ ସବୁ ଦୁଃଖ ଶୋକ
ଆପେ ହୋଇ ଯାଏ ଦୂର ।ା
ଆହେ ଦୟାମୟ କରୁଣା ସାଗର
ପତିତପାବନ ହରି।
ତୁମରି କରୁଣା ଜଳରେ ଜୀବନ
ପାତ୍ର ଯାଉ ପ୍ରଭୁ ପୂରି ।ା
ଆରତ ନାଶନ ହେ ଚକାନୟନ
ଗୁହାରି ଶୁଣ ମୋ ବାରେ।
ଭାସିଗଲି ଭବସାଗରେ ଶ୍ରୀ ହରି
ରଖ ବାହୁ ଛାୟା ତଳେ ।ା
ଆହେ ଦୀନବନ୍ଧୁ ଭକତ ବାନ୍ଧବ
ଭକ୍ତ ପାଇଁ ସବୁ ଲୀଳା।
ଭକତ ଭାବରେ ଅଭିଭୂତ ହୁଅ
ଭକ୍ତ ପ୍ରିୟ ଚକାଡୋଳା ।ା
ସମର୍ପଣ ।ାା ୯୧
ଭକତ ମନକୁ ବାନ୍ଧିଦିଅ ତୁମେ
ଶୁଦ୍ଧ ପ୍ରେମର ରଜ୍ଜୁରେ।
ତୁମ ଡୋରି କେବେ ଛିଣ୍ଡି ଯାଏ ନାହିଁ
ମାୟାମୟ ସଂସାରରେ ।ା
ତୁମେ ପରା ଧୈର୍ଯ୍ୟ ତୁମେ ଆତ୍ମ ବଳ
ତୁମେ ହିଁ ଭରସା ମୋର।
କେବେ କରିବନି ନାଥ ତୁମପାଶୁ
ଭକତକୁ ଟିକେ ଦୂର ।ା
ତୁମ କୃପାବଳେ ପଙ୍ଗୁ ଲଙ୍ଘେ ଗିରି
ଅନ୍ଧ ପାଏ ନିଜ ପଥ।
କେମିତି କହିବି ଏଇ ସଂସାରରେ
ତୁମ ନାହଁ ବୋଲି ନାଥ ।ା
ଶବ୍ଦବ୍ରହ୍ମ ହରି ତୁମ ପାଇଁ ସିନା
ଭାବ ଶବ୍ଦ ଲେଖନୀରେ।
ତୁମେ ନ ଚାହିଁଲେ କି ଶବ୍ଦ ଆସିବ
ଭାବି ମୁଁ ପାରୁନି ଥରେ ।ା
ତୁମେ ସିନା ହାତ ଧରି ଲେଖି ଦିଅ
ଭାବ ଦିଅ ମନେ ମୋର।
ଡେରି ହେଲେ ମଧ୍ୟ ତୁମେ ହିଁ ତ ଆସ
ହୃଦୟକୁ କରି ଘର ।ା
ଆହେ ଲୀଳାମୟ ଲୀଳା କରୁଅଛ
ଅଦୃଶ୍ୟେ ରହି ଏଠାରେ।
ବୁଝିଅଛି ଯିଏ ତୁମରି ଲୀଳାକୁ
ଏକା ଭକ୍ତ ସଂସାରରେ ।ା
ମୁଁ ଯେ ଛାର ନାରୀ ହେବା ପାଇଁ ପାରି
ତୁମକୁ ଡାକୁଛି ହରି।
ସମର୍ପଣ ।ାା ୯୨
ଲେଖନୀରେ ଆସ ପ୍ରଭୁ ଦୟାମୟ
ତୁମରି ଭାବକୁ ଭରି ।ା
ଜୟ ଜଗନ୍ନାଥ ଏ ସଂସାରୁ ଦୁଃଖ
ସବୁ ଯାଉ ଅପସରି।
ଶ୍ରୀ ହରି ନାମର ପବିତ୍ର ରସରେ
ମନ ଯାଉ ପ୍ରଭୁ ପୂରି ।ା
ସମର୍ପଣ ।ାା ୯୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ