ଅଧ୍ୟାୟ ୩୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ହେ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ସକାଳ ଓଁକାର ସ୍ୱରେ ତୁମେ ନାଥ
ସଞ୍ଜ ଆଳତୀରେ ତୁମେ।
ଶିଶୁର ପହିଲି ସ୍ୱରରେ ତୁମେ ହେ
ବୃଦ୍ଧ ପ୍ରାର୍ଥନାରେ ତୁମେ ।ା
ଆସିବା ସମୟେ ତୁମେ ଜଗନ୍ନାଥ
ଗଲା ବେଳେ ତୁମେ ଥାଅ।
ଜୀବନ ପଥରେ ଅଜଣା ରାସ୍ତାରେ
ତୁମେ ହାତ ଧରି ନିଅ ।ା
ତେଣୁ ତୁମ ନାମ ସ୍ମରଣେ ସକାଳ
ଶୁଭ ମୟ ହୋଇଯାଏ ।
ତୁମର ଜୀବନ ତୁମକୁ ସମର୍ପି
ଧୀରେ ବାଟ ଚାଲିଥାଏ ।ା
ତୁମ ଦେବା ଏଇ ଦୁଇ ହାତ ତୁମ
ପାଇଁ ନିତି ଦିଏ ଯୋଡ଼ି।
ତୁମରି କରୁଣା ଟିକେ ମିଳିଗଲେ
ଗଡ଼େ ମୋ ଜୀବନ ଗାଡ଼ି ।ା
ତୁମରି ଦୟାରେ ମୁଁ ଆଜି ଏଇଠି
ତୁମ ଦୟାରେ ଜୀବନ।
ସମର୍ପଣ ।ାା ୯୬
ତେଣୁ,ଆହେ ନାଥ ତୁମରି ଆଶିଷ
ନିତି ମୋ ପାଇଁ ଚନ୍ଦନ ।ା
ପ୍ରତ୍ୟେକ ସକାଳେ ମୋର ହାତ ଆପେ
ତୁମ ନାମ ଧୀରେ ସ୍ମରି।
ତା'ପରେ ବସଇ କବିତା ଲେଖିବା
ପାଇଁକି କଲମ ଧରି ।ା
ଲାଗିଲା ସଂସାର ତୁମକୁ ମୋ ନାଥ
ତୁମେ ସାହା ହୋଇ ଥିବ।
ଭଲରେ ମନ୍ଦରେ ସାଥେ ଥିବ ନାଥ
ଜୀବନ ଗାଡ଼ି ଗଡ଼ିବ ।ା
ଭାବୁଛି ଏ ହାତ ଥିବାଯାଏ ତୁମ
ନାମ ଗୁଣ ଲେଖୁଥାଉ।
ଭାବ ଥିବା ଯାଏ ଏ ମନରେ ନାଥ
ତୁମ ଭାବ ଆସୁଥାଉ ।ା
ତୁମକୁ ସମର୍ପି ଦେଇ ମୋ ସଂସାର
ତୁମ ପାଦେ ଲୀନ ହେବି।
ତୁମ କୃପାରେ ସଂସାର ହସିବ
ଉପରେ ଥାଇ ଦେଖିବି ।ା
ଜୟ ଜଗନ୍ନାଥ ଏହି ଦିନ ଆସୁ
ଧୀରେ ଧୀରେ ସଂସାରକୁ।
ପତିତପାବନ ହେ ଚକାନୟନ
ମୁକତି ଦିଅ ଜୀବକୁ ।ା
ସମର୍ପଣ ।ାା ୯୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ