ଅଧ୍ୟାୟ ୩୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ଜୟ ଜଗନ୍ନାଥ ନାମେ ଏ ସକାଳ
ଆସୁ ଖୁସି ବର୍ଷା କରି।
ମଣିଷ ଜୀବନ ଆପେ ଯାଉ ସର୍ବ
ସମସ୍ୟା ଘେରରୁ ତରି ।ା
ତୁମରି ନାମରେ ମହମହ ବାସୁ
ଜୀବନ ଅଗଣା ପ୍ରିୟ।
ତୁମରି ନାମରେ ରଙ୍ଗ ଭରି ଯାଉ
ଦୟାକର ଦୟାମୟ ।ା
ଆହେ ଜଗନ୍ନାଥ! ସକଳ ଜୀବଙ୍କ
ହୃଦୟ ମଉଡ଼ମଣି।
ହେ ଚକାନୟନ! ତୁମରି ନାମରେ
ରହିଛି ଆନନ୍ଦ ଖଣି ।ା
ଭକ୍ତକୁ ପରୀକ୍ଷା କରିବା ଅଭ୍ୟାସ
ତୁମର କମୁଛି କାହିଁ ?
ଆରତ ନାଶନ ବାନା ଉଡ଼ାଉଛ
ପ୍ରଭୁ ନୀଳାଚଳ ସାଇଁ ।ା
ତୁମରି ମାୟାରେ ଜୀବନ ହୋଇଛି
ଛାଇ ଆଲୁଅର ଖେଳ କର।
ସମର୍ପଣ ।ାା ୯୮
କିଏ ବା ସେଥିରୁ ଦୂରେଇ ପାରିଛି
ତୁମେ ଯେବେ ମାୟାଧର ।ା
ତଥାପି ଭକତ ଆଶା ରଖିଥାଏ
କଣାଏ କରୁଣା ପାଇଁ।
ସାଥେ ଅଛ ଯେବେ ବିପଦ ସମୟେ
ନିର୍ଦୟ ହୋଇବ ନାହିଁ ।ା
ବଡ଼ଦିଅଁ ବୋଲି ହୁରିପଡ଼େ ନାଥ
ତୁମ ବଡ଼ପଣ ରଖ।
ଲାଘବ କର ହେ, ଏଇ ଜୀବନରୁ
ଯାତନା ହେ ଜଗନ୍ନାଥ !
ସବୁ ଜାଣି ପୁଣି ଅଜଣା କାହିଁକି
ବେଳେ ବେଳେ ହୋଇଯାଅ ?
ଦୁଃଖ ନାଶନ ହେ, ଦୁଃଖ ଦେଲେ ବୋଧେ
ତୁମେ କ’ଣ ଖୁସି ହୁଅ ?
ରାତି ପାହି ଏବେ ସକାଳ ହେଲାଣି
ଖୁସି ନେଇ ତୁମେ ଆସ।
ଜୟ ଜଗନ୍ନାଥ ସର୍ବମଙ୍ଗଳ ହେ
ହେଉ ଅମଙ୍ଗଳ ନାଶ।ା
ସମର୍ପଣ ।ାା ୯୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ