ଅଧ୍ୟାୟ ୩୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
କେବେ ହଜିଯାଏ କେବେ ଭିଜିଯାଏ
କେବେ ପୁଣି ହସୁଥାଏ।
ତୁମ ଚକାଆଖି ଦେଖିଦେଲେ ଥରେ
ଅବଶୋଷ ମେଣ୍ଟିଯାଏ ।ା
ସକାଳ ଧୂପରେ ତେଣୁ ମୋ ମନର
ବେଦନା ଦେଇ ସମର୍ପି ।
କୃପା ଭିକ୍ଷା କରେ ହେ କଳା ମଣିମା
ତୁମଠୁ ଆଜନ୍ମ ପାପୀ ।ା
ଭାବେ ଜୀବନର ସବୁ ଭଲ ମନ୍ଦ
ଯଦି ତୁମର ଭିଆଣ।
କାହିଁକି ଭାବିବି କାହିଁକି କାନ୍ଦୁଛି
ସବୁ ଯଦି ତୁମ ଦାନ ।ା
ପାଖେ ନାହଁ ପୁଣି ପାଖେ ଅଛ ସଦା
ଅନୁଭବ ମୋର ହୁଏ।
ସେହି ଅନୁଭବ ଜୀବନରେ ଦୁଃଖ
ସହିବାକୁ ଧୈର୍ଯ୍ୟ ଦିଏ ।ା
ଦୟାର ସାଗର ତୁମେ ବୋଲି ହୁରି
ପଡୁଅଛି ଜଗତରେ।
ସମର୍ପଣ ।ାା ୧୦୦
ଗୋଟିଏ ଠାକୁର କୋଟିଏ ରୂପରେ
ଦୃଶ୍ୟ ହୁଅ ଏ ସଂସାରେ ।ା
ସକାଳ ଧୂପରେ ସଞ୍ଜ ଆଳତୀରେ
ତୁମେ ଥାଅ ଜଗନ୍ନାଥ।
ମନର କୋହରେ ଜାଳୁଛି ଦୀପାଳି
ଦୁଃଖ ହର ରମାକାନ୍ତ ।ା
କି ଦେଇ ପୂଜିବି ତୁମକୁ ହେ ନାଥ
ଆଞ୍ଜୁଳାଏ ଲୁହ ଦେଇ।
ଶ୍ରୀ ପଦ୍ମ ପାଦକୁ ଧୋଇଦେବି ଧୀରେ
ମନା ତ କରିବ ନାହିଁ ।ା
ଆବେଗ ଚନ୍ଦନ ଟିପାଟିଏ ତୁମ
ମଥାରେ ମାରିଲା ପରେ ।
ଅନୁରାଗ ଫୁଲ ହାର ଲମ୍ବାଇବି
ପ୍ରଭୁ ତୁମରି ଗଳାରେ ।ା
କର୍ମ ଫଳ ମୋର ନୈବେଦ୍ୟ ହେବ
ଗ୍ରହଣ କରିବ ସାଇଁ।
ନାହିଁ ଆନ କିଛି ସମର୍ପି ତୁମକୁ
ସନ୍ତୋଷ କରିବା ପାଇଁ ।ା
କ୍ଷମାମୟ ହରି ସବୁ ଦୋଷ ମୋର
କ୍ଷମିବ ସଦୟେ ଧୀରେ।
ତୁମରି ଆଶିଷେ ଦିନ ସରିଯାଉ
ଏତିକି ପ୍ରାର୍ଥନା କରେ ।ା
ସମର୍ପଣ ।ାା ୧୦୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ