ଅଧ୍ୟାୟ ୩୯ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି କରେ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ତୁମରି ନାମରେ ସକାଳ ଆରମ୍ଭ
ନାମେ ଦିନ ହୁଏ ଶେଷ।
ତୁମରି ନାମରେ ଆଜନ୍ମ ଯାତନା
ଅନ୍ତ ହୁଏ ପିତବାସ ।ା
ତୁମ ନାମାମୃତ ପାନ କରି କେତେ
ପାପୀ ଯାଇଛନ୍ତି ତରି।
ଅନାଦି କାଳରୁ ନାମର ମହିମା
ଶାସ୍ତ୍ରୀୟ ପୃଷ୍ଠାରେ ହରି ।ା
ସାଧୁଙ୍କ ମୁଖରେ ନାମାମୃତ ତତ୍ତ୍ୱ
ଶୁଣିଛି ଅନେକ ଥର।
ବିଶ୍ୱାସ ରଖିଛି ନାମ ଉଚ୍ଚାରଣେ
ପାପରାଶି ହୁଏ ଦୂର ।ା
ତୁମରି ନାମର ଅମୃତ ପରସେ
ପାପ ଯାଏ ବହୁଦୂରେ।
ଆଲୋକ ପ୍ରବେଶେ ଅନ୍ଧାର ଯେପରି
ଲୁଚିଯାଏ କେଉଁଠାରେ ।ା
ନାମ ଉଚ୍ଚାରଣେ ତୁମ ଅନୁଭବ
ଆସେ ସ୍ୱତଃ ହୃଦୟରେ।
ସମର୍ପଣ ।ାା ୧୦୫
ସେହି ଅତୀନ୍ଦ୍ରିୟ ଅନୁଭବ କଥା
କହି କି ହୁଏ ତୁଣ୍ଡରେ ?
ଚିନ୍ତା ଚେତନାରେ ଆସ ମହାପ୍ରଭୁ
ସ୍ପନ୍ଦନରେ ପୁଣି ଆସ।
ତୁମ ଆଗମନେ ପୁଲକିତ ହୁଏ
ମନ ପ୍ରାଣ ବିଶ୍ୱବାସ ।ା
ତୁମରି ନାମର ପ୍ରଭାବରେ ହରି
ଯଦିଓ ଦୁଃଖକୁ ଭୁଲି।
ଆନନ୍ଦିତ ହୁଏ କିଛିକ୍ଷଣ ପାଇଁ
ସଂସାର କି ଯାଏ ଚାଲି ?
ଯେଉଁ ମୁହୂର୍ତ୍ତରେ ସଂସାର ବିଚାର
ଛୁଏଁ ମନ ଚୌହଦିକୁ।
ପୁନଶ୍ଚ ବିଷାଦ ବାଦଲ ଢାଙ୍କଇ
କହିବି କହ କାହାକୁ ?
ତୁମେ ତ ଜାଣିଛ କାଳିଆ ସାଆନ୍ତ
ଜୀବନଟା ଦୁଃଖମୟ।
ବୟସ ଢଳିଲା ସହିବାର ଶକ୍ତି
ହୋଇଲାଣି କ୍ଷୀଣ ପ୍ରାୟ ।ା
ସମ୍ପର୍କୀୟଙ୍କର ଛଳନା କପଟ
ପଶାକାଠି ପାଖେ ହାରି।
ବିଷାଦ ସାଗରେ ବୁଡ଼ିଲି ଠାକୁରେ
କେହି ପାଶେ ନାହିଁ ହରି ।ା
ଅନେକ ସମୟେ ନିଜକୁ ପଚାରେ
ପାପ କ'ଣ ସରଳତା ?
ଯେଉଁଥି ପାଇଁକି ସହିବାକୁ ହୁଏ
ଜୀବନର ବାସ୍ତବତା।
ସମର୍ପଣ ।ାା ୧୦୬
ଏବେ ତ ଯୁଆଡ଼େ ଚାହୁଁଛି ସାଆନ୍ତେ
ସିଆଡ଼େ ଦେଖୁଛି ଖାଲି।
ମଣିଷ ଭିତରୁ ମଣିଷ ପଣିଆ
କୁଆଡ଼େ ଯାଇଛି ଚାଲି ।ା
ପ୍ରତ୍ୟେକ କ୍ଷେତ୍ରରେ ଛଳନା ରାଜୁତି
ସ୍ୱାର୍ଥ ଅଙ୍କ ସମ୍ପର୍କରେ।
କଷା କଷି କରି ଅନେକ ଆସନ୍ତି
ମୁଖାଟେ ପିନ୍ଧି ମୁହଁରେ ।ା
ନିତି ଛଳନାର ବିଷ ପିଇବାକୁ
ନାଥ ହେ ପଡୁଛି ଏଠି।
ବିଷର ଜ୍ୱାଳାରେ ଛଟପଟ ମନ
ବଞ୍ଚିବ କୁହ କେମିତି ?
ନିଜର ବୋଲି ଯାହାକୁ କହୁଛି
ସିଏ କରେ ଅଭିନୟ।
କିପରି ଚିହ୍ନିବି ସତ ଓ ମିଛକୁ
କୁହ ଥରେ ଦୟାମୟ ।ା
ତୁମେ ଦେଇଥିବା ସରଳ ପ୍ରାଣଟା
ବାରମ୍ବାର ଏଠି ହାରେ।
ବଞ୍ଚିବାକୁ ହୁଏ ନିତି ମରି ମରି
ନ ଜାଣ କି ହେ ଠାକୁରେ ?
ବେଦନାର ଗୀତ ଗାଉଛି ଆଜି ମୁଁ
ବିଷାଦ ଛାଇରେ ବସି।
ଜାଣେନା ଏ ଗୀତ ଶୁଭିବ କି ନାହିଁ
ତୁମକୁ ହେ ନୀଳ ଶଶୀ !
ବିଶ୍ୱାସ ରଖିଛି ଯେଉଁଦିନ ତୁମେ
ମୋ ଦୁଃଖ କଥା ଶୁଣିବ।
ସମର୍ପଣ ।ାା ୧୦୭
କଣାଏ କରୁଣା ପ୍ରଦାନରେ ମୋର
ଦୁଃଖ ସବୁ ଲୁଚି ଯିବ ।ା
ନାମ ପ୍ରିୟ ହରି ନାମକୁ ସୁମରି
ପଦ୍ମ ପାଦେ ରଖି ଧ୍ୟାନ।
ଅପେକ୍ଷା ରଖିଛି କେବେ ମୋ ଭାଗ୍ୟରେ
ଆସିବ ସୁଖ ତପନ ।ା
ସମର୍ପଣ ।ାା ୧୦୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ