ଅଧ୍ୟାୟ ୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ।
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।।
ନାଥ ହେ କାହିଁକି ଜଞ୍ଜାଳେ ଘାରିଛ
ଜୀବନ ହେଲା ନୀରସ ।
ସୁଖ ବୋଲି ଯାହା ଦେଇଅଛ ସବୁ
ହୋଇଲା ଗଳାର ଫାଶ ।ା
ସୁଖ ସୌଭାଗ୍ୟ ଯାହା ତ ଦେଇଛ
ଲାଗେ ସବୁ ମିଛ ଆଜି।
ପ୍ରକୃତ ସୁଖକୁ ପାଏନା କେଉଁଠି
ଦିନ ସରେ ଖୋଜି ଖୋଜି ।ା
ସେଥିପାଇଁ ନିତି ଶରଣ ଲୋଡ଼େ ମୁଁ
ତୁମ ପାଦେ ଜଗନ୍ନାଥ।
ରଖ କି ନ ରଖ ତୁମର ବିଚାର
ଆହେ ଅନାଥର ନାଥ ।ା
ତୁମେ ବସିଅଛ ରନô ସିଂହାସନେ
ଖୋଲି ସୁଖର ଭଣ୍ଡାର ।
ଦୁଃଖି ସହୁଅଛି ନୀରବେ ଦୁଃଖକୁ
ନ ଜାଣକି ପ୍ରିୟ ମୋର ।ା
ନିତି ଭିଜୁଥାଏ ଶ୍ରାବଣ ଲୁହରେ
ବିଚରା ମୋ ଦୁଇ ଆଖି।
ସମର୍ପଣ ।ାା ୧୯
ଚକା ଆଖି ଖୋଲି ବସିଛ ଦେଖୁଛି
ନ ପାର ମୋ ଦୁଃଖ ଦେଖି ।ା
କେତେ ଦୁଃଖ ଦେବ ଆଉ ତୁମେ ନାଥ
ସହିବା ସୀମା ଟପିଲା।
ତୁମ ଗଢ଼ା ଏହି ଜୀବନ ସରିଲେ
ସୁଖି ହେବ ଚକାଡୋଳା ?
କାହିଁକି ହସୁଛ ମିଛ ହସ ତୁମେ
ଗଲାଣି ସଂସାର ଭାସି।
ବୋଝର ଉପରେ ଝୋଟ ବିଡ଼ା ପରି
ଦୁଃଖ ଦେଉଅଛି ପେଶି ।ା
ତୁମ ବଂଶୀ କାହିଁ ନୀରବ ହୋଇଲା
କୁହ ଏ କଳି ଯୁଗରେ?
ମମତା ମହଙ୍ଗା ପଡ଼ିଲା ଛଳନା
ହୋଇଲା ଶସ୍ତା ସଂସାରେ ।ା
ମୋହନ ବଂଶୀଟି ବାଜି ଉଠୁ ପ୍ରିୟ
ସ୍ନେହ ଝରୁ ଏ ମହିରେ।
ପ୍ରୀତି ଫୁଲ ଫୁଟି ଯାଉ ପ୍ରତି ପ୍ରାଣେ
ଆନନ୍ଦ ଭରୁ ମନରେ ।ା
ସମର୍ପଣ ।ାା ୨୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ