ଅଧ୍ୟାୟ ୪୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି କରେ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ବସିଛି ଠାକୁରେ ତୁମରି ସାମ୍ନାରେ
ଧରି ପୂଜା ଅର୍ଘ୍ୟଥାଳି।
ସଙ୍କୋଚ ଲାଗୁଛି ସତେ କି ସନ୍ତୋଷ
ହେବ ତୁମେ ବନମାଳୀ ।ା
ଖଗପତି ଯା'ର ଆସନ ହୁଅନ୍ତି
ଅନନ୍ତ ଯାହାଙ୍କ ଶେଯ।
ପାରିଜାତ ଯା'ର ଶ୍ରୀ କଣ୍ଠରେ ହାର
କି ଦେବି ଦେବାଧିରାଜ ।ା
ଶୁଣିଛି ଭାବରେ ତୁମେ ଆନନ୍ଦିତ
ହୁଅ ହେ ରମା ରମଣ।
ସେ ଭାବ ଅଭାବ ଅତ୍ୟନ୍ତ ମୋ’ଠାରେ
କେହ୍ନେ କରିବି ଅର୍ଜନ
ଶରୀର ବୋଲି କି ଯାହା ତ ଦେଇଛ
ସିଏ ତ ମାଟି କଣ୍ଢେଇ।
ମନ ବୋଲି ତୁମେ ଯାହା ତ ଦେଇଛ
ସିଏ ତ ଉଡ଼ା ଚଢ଼େଇ ।ା
ଆଖି ବୋଲି ଯାହା ଦେଲ ଜଗନ୍ନାଥ
ଲୁହର ପୋଖରୀ ସିଏ।
ସମର୍ପଣ ।ାା ୧୧୧
ସେହି ଜଳରେ ମୁଁ ଧୋଇ ଦେବି ପାଦ
ଭାବିବନି ମୁର୍ଖଟିଏ ।ା
ଧୋଇ ତୁମ ପାଦ ଆହେ ଆଦିକନ୍ଦ
ପାତେ ତୁମ ଆଗେ ହାତ।
ନିରାଶ କରନି ଆଶାର ଠାକୁର
କୃପାଳୁ କଳା ସାଆନ୍ତ ।ା
ତୁମରି କୃପାରେ ଶୁନ୍ୟଥାଳ ମୋର
ଭରିଯାଉ ନୀଳଗିରି।
ହସ ଫୁଲ ସବୁ ଫୁଟାଇ ଦିଅ ହେ
ପତିତପାବନ ହରି ।ା
ସଂସାର ଦେଇଛ ସମସ୍ୟା ଦେଇଛ
ଯନ୍ତ୍ରଣା ଭିତରେ ରହି।
ବଞ୍ଚୁଛି ନାଥ ହେ ଅଣନିଃଶ୍ୱାସୀର
ତିକ୍ତ ଅନୁଭବ ନେଇ ।ା
ସମୟ କହୁଛି ସଂସାର ଉପରେ
ଅଧିକାର ତୋତେ ମନା।
ଯେଉଁ ଘରଟିକୁ ନିଜେ ଗଢ଼ÿିଥିଲି
ସିଏ କି ହୋଇବ ଚୁନା ?
ସେଥିପାଇଁ ହାତ ଟେକିଦେଲି ନାଥ
ରକ୍ଷା କର ନରହରି।
ତୁମର ଶରଣାଗତକୁ ଶରଣ
ଦିଅ ବାରେ ଦୟାକରି ।ା
ସମର୍ପଣ ।ାା ୧୧୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ