ଅଧ୍ୟାୟ ୪୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ବଡ଼ ଦେଉଳରେ ବସିଛ ଠାକୁରେ
ବଡ଼ପଣ ତୁମ ନେଇ।
ମୋ ପାଇଁ ନିଷ୍ଠୁର କାହିଁକି ଠାକୁର
ବଡ଼ପଣ ଗଲା କାହିଁ ?
ଭକତ କାନ୍ଦୁଛି ତୁମରି ଆଗରେ
ତୁମେ କି ନ ଦେଖ ତାକୁ।
କାହିଁକି ମନୁଆ ଠାକୁର ଜଗତ
ନ କହିବ ବା ତୁମକୁ ।ା
ଦୁଃଖୀ ମଣିଷକୁ ପରୀକ୍ଷା କରିବା
ଏହି କି ତୁମର ନ୍ୟାୟ ?
ଯନ୍ତ୍ରଣାରେ ଭରି ଦେଉଛ କାହିଁକି
ଜୀବନଟା ଦୁର୍ବିସହ ।ା
ଛନ୍ଦ ଛଳ ଯୁକ୍ତ ଏ ମାୟା ସଂସାର
ବଳିପଡେ ଶାନ୍ତ ମନ।
ପେଶି ହୋଇଯାଏ ସରଳ ପ୍ରାଣଟା
ମଣିଷ ହୃଦୟ ହୀନ ।ା
ମଣିଷ ମୁଖାରେ ଅମଣିଷ ସଂଖ୍ୟା
ବେଳୁ ବେଳ ଯାଏ ବଢ଼ି।
ସମର୍ପଣ ।ାା ୧୧୩
ଈଶ୍ୱର ବିଶ୍ୱାସ ବଳି ପଡ଼ିଲାଣି
କର୍ପୁର ଗଲାଣି ଉଡ଼ି ।ା
ଜୀବନ ଜୀବିକା ବାଜି ଲାଗିଲାଣି
ସନ୍ତାପର ଛାୟା ତଳେ।
ମଧୁମୟ ବିଶ୍ୱ ବିଷାକ୍ତ ହେଲାଣି
ଆତଙ୍କବାଦର କୋଳେ ।ା
ସଂସ୍କାର ସଂସ୍କୃତି ଠିକଣା ହଜାଇ
ହଜି ଯାଇଅଛି କାହିଁ।
ରକ୍ତ ସମ୍ପର୍କରେ ସ୍ୱାର୍ଥର ବିଚାର
ଆତ୍ମୀୟତା ସତ୍ତା ନାହିଁ ।ା
ଭାରି କଷ୍ଟ ଲାଗେ ହେ ଚକାନୟନ!
ଜୀବନଟା ବୋଝ ହେଲା।
ସେ ଲାଗି ଆସିଛି ଆଗରେ ବସିଛି
ଦୁଃଖ ଶୁଣ ଚକାଡୋଳା ।ା
ଅଶାନ୍ତ ମନକୁ ଶାନ୍ତ କର ନାଥ
କୃପା ବାରି ଢାଳି ଦେଇ ।
କେମିତି ବଞ୍ଚିବି ସମସ୍ୟା ସହିତ
ଥରେ ତ ଦିଅ ବତାଇ ।ା
ତୁମେ ନିର୍ଦ୍ଦେଶକ ହୁଅ ମୋ ଜୀବନ
ନାଟକର ମହାବାହୁ।
ହାତ ଟେକିଦେଲି ତବ ଶ୍ରୀ ଚରଣେ
ଏତିକି କରୁଣା ହେଉ।
ସମର୍ପଣ ।ାା ୧୧୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ