ଅଧ୍ୟାୟ ୪୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ଜୀବନର ଅର୍ଥ ଅନୁଭବ ପାଇଁ
ଜୀବନଟା ଭାରି ଛୋଟ ।
ଜଣାପଡେ ନାହିଁ କେମିତି ସରୁଛି
ଧୀରେ ଧୀରେ ଚଲାବାଟ ।ା
ସମୟ ଚାଲିଛି ଆଗକୁ ଆଗକୁ
ଛାଡ଼ି ଦେଇ ସ୍ମୃତି କିଛି।
ହସ ଓ କାନ୍ଦର ଜୀବନ ଯଦିଓ
ନିର୍ଦ୍ଧିଷ୍ଟ ଅବଧି ଅଛି ।ା
ଜନମ କାଳରୁ ଆରମ୍ଭ ଜୀବନ
ଜଳିବା ପୂର୍ବରୁ ଶେଷ।
କେତେକ କାମନା ନିଶ୍ଚେ ପୂର୍ଣ୍ଣ ହୁଏ
କିଛି ରହେ ଅବଶୋଷ ।ା
ଏମିତି କେଉଁଠି ଜୀବନ ଅଛି କି
ପୂର୍ଣ୍ଣ ସଫଳତା ପାଇ।
ହେଉ ଅବା ଧନୀ ହେଉ ଅବା ଜ୍ଞାନୀ
ଅସନ୍ତୋଷ କିଛି ନାହିଁ ?
ସବୁ ଯେ ମିଳିବ ଆଶା ଅନୁଯାୟୀ
ଏକଥା ଭାବିବା ବୃଥା।
ସମର୍ପଣ ।ାା ୧୧୫
ଆଶା ପରା ଏକ ବୈତରଣୀ ନଦୀ
ନାହିଁ ଯହିଁ ସନ୍ତୋଷତା ।ା
କିଛି ତ ପାଇଛି କିଛି ହରାଇଛି
ଚଳନ୍ତା ସମୟ ତୀରେ।
ସତ କହୁଛି ମୁଁ ହେ କଳା ମଣିମା
ବ୍ୟସ୍ତ ହୋଇ ନାହିଁ ତିଳେ ।ା
ଜୀବନ ନାଟକ ଅନ୍ତିମ ପରଦା
ପଡ଼ିବ ଜାଣେନା କେବେ।
ଅନେକ ସମୟେ ଅତିତ ଘଟଣା
କ୍ରମ ଅନୁସାରେ ଭାବେ ।ା
ନାଟକରେ ଅଛି ମିଳନ ବିରହ
ସୁଖ ଦୁଃଖ ସଂସାରର।
ଏଇଠି ବି ଅଛି ଛଳନାର ପଶା
ଖେଳ ଗୋଟି ଚାଳନାର ।ା
ତୁମରି ଆଶିଷେ ମିଳିଛି ଠାକୁରେ
ସରଳ ମନଟେ ମୋତେ।
ଏବେ ମୁଁ ବୁଝୁଛି ଏଇ ସରଳତା
କଷଣ ଦେଇଛି କେତେ ?
ନିଜର ହେବାର ବାହାନାରେ ପ୍ରଭୁ
ସ୍ୱାର୍ଥର ଝୁଲିଟେ ଧରି।
କିଛି ଆସିଛନ୍ତି ଲୁଟିବା ପାଇଁକି
ଭଲ ଅଭିନୟ କରି ।ା
ଏପରି ହୋଇଛି ମୋର ସରଳତା
ହୋଇଛି ମୋ ଦୁର୍ବଳତା।
ଠକି ହୋଇଅଛି ଅନେକ ସ୍ଥାନରେ
ହରାଇଛି ସରସତା ।ା
ସମର୍ପଣ ।ାା ୧୧୬
ଅନେକ ସମୟେ ନିଜକୁ ମୁଁ ନିଜେ
ବୁଝାଇ ପାରିନି ହରି !
ନିବୃତ୍ତ କୋଣରେ ଲୋତକ ଢାଳିଛି
ତୁମେ ଜାଣ ନୀଳଗିରି ।ା
ଏବେ ଯେତେବେଳେ ବୟସର ସୂର୍ଯ୍ୟ
ଆଗୁସାର ଅସ୍ତ ପାଇଁ।
କପଟ ଛଳନା ମିଥ୍ୟା ପ୍ରବଞ୍ଚନା
ଆଉ ସହି ହେଉ ନାହିଁ ।ା
ବୁଝି ପାରୁଛି ମୁଁ ସବୁ ଏଠି ମିଛ
ମାୟାର ବନ୍ଧନେ ପଡ଼ି।
ମନପକ୍ଷୀ ମୋର ହୁଏ ଛଟପଟ
ଖୋଲି ଦିଅ ଯାଉ ଉଡ଼ି ।ା
କରୁଣାକର ହେ କରୁଣାରେ ଊଣା
ନ କରିବ ମହାବାହୁ ।
ଅବଶିଷ୍ଟ ଅଛି ଯେତିକି ଆୟୁଷ
ନାମ ପ୍ରେମେ ସରିଯାଉ ।ା
ପ୍ରତି ସମୟରେ ତୁମ ପୁଣ୍ୟ ନାମ
ତୁଣ୍ଡେ ଆସୁଥାଉ ହରି।
ମରଣ କାଳରେ ଦରଶନ ଦେବ
ଆଶା ନୀଳାଦ୍ରୀ ବିହାରୀ ।ା
ସମର୍ପଣ ।ାା ୧୧୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ