ଅଧ୍ୟାୟ ୪୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ମନୁଆଁ ଠାକୁର ନୀଳାଦ୍ରି ସୁନ୍ଦର
ଚକା ଆଖି ଚକା ଡୋଳା।
କେମିତି କହିବି କେମିତି ବଞ୍ଚୁଛି
ଭାସୁଛି ଜୀବନ ଭେଳା ।ା
ଦୁଃଖ ଦରିଆରେ କୂଳ ଦିଶେ ନାହିଁ
ଯାତନାର ସ୍ରୋତ ଭାରି।
ଦ୍ୱନ୍ଦର ଉତ୍ତାଳ ତରଙ୍ଗକୁ ଦେଖି
ହୃଦୟ ଯାଉଛି ଥରି ।ା
ଧୈର୍ଯ୍ୟର ଆହୁଲା ମାରୁଛି ଯଦିଓ
ଆଶା ଅନୁଯାୟୀ ଗତି।
କରୁନାହିଁ ହରି ଭେଳାଟି ମୋହରି
ଆଶଙ୍କିତ ମୋର ସ୍ଥିତି ।ା
ମନୁଆଁ କାଳିଆ କେବେ ମୋ ମନକୁ
ବୁଝିବ ଜାଣିନି ମୁହିଁ।
ଡେରି କର ଯଦି ଭାସିଲି ସାଆନ୍ତେ
ଭବ ଜଳେ ଭାବଗ୍ରାହୀ ।ା
ଭାଂଗିବା ଗଢ଼ିବା ହୁଏତ ତୁମର
ଅଭ୍ୟାସ ନିତି ଦିନିଆ ।
ସମର୍ପଣ ।ାା ୧୨୦
କିନ୍ତୁ ଭାବଥରେ ମୋତେ ଭାଙ୍ଗି ଦେଲେ
କି କହିବ ଏ ଦୁନିଆ ?
ଭକତ ବତ୍ସଳ ବୋଲି ତୁମେ ପରା
ପରିଚିତ ସଂସାରରେ।
ମୁଁ ଜଣେ ଭକତ ଭାସେ ଦୁର୍ବିସହ
ଯାତନା ଭବ ସାଗରେ ।ା
ତୁମେ ନ ରଖିଲେ ରଖିବ କିଏ ସେ
ମୋତେ ଏ ସାଗର କୋଳୂ ?
ଚିହ୍ନିନି କାହାକୁ ଡାକିନି କାହାକୁ
ମୋ ହେତୁ ପାଇବା ବେଳୁ।
ବୁଝିଛି କେବଳ ତୁମେ ମୋର ସ୍ରଷ୍ଟା
ତୁମ କୃପା ହିଁ ଜୀବନ।
ଚାହିଁଛ ବୋଲି ତ ବଞ୍ଚିଛି ସାଆନ୍ତେ
ତୁମେ ମୋର ପ୍ରାଣ ଧନ ।ା
ସୁଖରେ ହିଁ ତୁମେ ଦୁଃଖରେ ହିଁ ତୁମେ
ପ୍ରତି କ୍ଷଣେ ପ୍ରତି ଦିନେ।
ସମ୍ପଦରେ ତୁମେ ବିପଦରେ ତୁମେ
ଅଛ ମୋ ହୃଦ ସ୍ପନ୍ଦନେ ।ା
ଏବେ ବି ଭରସା ତୁମ କରୁଣାରେ
ଦୁଃଖର ଆବର୍ତ୍ତେ ରହି।
ଟିକିଏ କଣେଇ ଚାହିଁ ଦେଲେ ଆପେ
ଦୁଃଖ ଯିବ ଦୂରହୋଇ ।ା
ଭାବୁଛି ଏ ଦୁଃଖ ତୁମର ପରୀକ୍ଷା
କ୍ଷମା କର ମହାବାହୁ।
ଉତ୍ତର ବୟଷେ ଏପରି କଠୋର
କେତେ ବା ହୋଇବ ଆଉ ?
ସମର୍ପଣ ।ାା ୧୨୧
ଶାରୀରିକ ତଥା ମାନସିକ ବଳ
ଦିନୁ ଦିନ ହୁଏ କ୍ଷୀଣ।
ଏପରି ସ୍ଥିତିରେ ପରୀକ୍ଷା କରିବା
ଛାଡ଼ନ୍ତୁ ଜଗମୋହନ ।ା
ବେଶୀ କିଛି ଆଶା କରୁନି ସାଆନ୍ତେ
କୃପାକର କୃପାସିନ୍ଧୁ ।
କରୁଣା ଦୃଷ୍ଟିରେ ଚାହିଁ ଦିଅ ଥରେ
ଆର୍ତ୍ତତ୍ରାଣ ଦୀନବନ୍ଧୁ ।ା
ଭବ ସାଗରରେ ଭାସୁଛି ଜୀବନ
ତୁମରି କରୁଣା ବଳେ।
ମୁକତି କୂଳରେ ଲାଗି ଯାଉ ପ୍ରଭୁ
କ୍ଷାତି ରହୁ ରବି ତଳେ ।ା
ସମର୍ପଣ ।ାା ୧୨୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ