ଅଧ୍ୟାୟ ୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଆହେ ନାଥ
ତୁମ ପାଦେ ସମର୍ପିତ।
ପରିଚୟ ହୀନ ନାରୀଟିଏ ମୁହିଁ
ପାଦେ ରଖ ଜଗନ୍ନାଥ।
ରାଗିଛକି ତୁମେ! ପ୍ରାଣର ଠାକୁର
କାହିଁକି ବାଜୁନି ବଂଶୀ
ମନ ବୃନ୍ଦାବନ ଲାଗେ ଖାଲି ଖାଲି
ଶବ୍ଦ ଭାବ ଗଲା ରୁଷି।
ତୁମକୁ ଦେଖିଲି ଅଛ କୁଞ୍ଜ ବନେ
ଗୋପି ମାନଙ୍କ ମେଳରେ।
ମୋ ମନ ରାଧିକା ଝୁରୁଛି ଏଠି
ତୁମ ପ୍ରେମ ବିରହରେ ।।
ଆସ ହେ ଶ୍ରୀହରି ଏ କଳିରେ ପରା
ତୁମେ ଜଗନ୍ନାଥ ଏଠି।
ଖୋଜେ ଏଣେ ତେଣେ ଏ ମନ କାହିଁକି
ବଜାଅ ମଧୁର ବଂଶୀ ।ା
ହଜିଗଲି ମୁହିଁ ପାଉନି ନିଜକୁ
ତୁମ ସଂସାର ଭିଡ଼ରେ।
ଚୋରା ବାଲି ଶେଯେ ଚାଲି ଚାଲି ପାଦ
ଥକି ଗଲାଣି ଠାକୁରେ ।ା
ଖୋଜୁଛି ଅରଣ୍ୟେ ଜନ ସମାଜରେ
ସମର୍ପଣ ।ାା ୨୧
ଖୋଜୁଛି ସାଗର ତଟ।
କେଉଁଠି ପାଇବି ତୁମକୁ ହେ ନାଥ
ପ୍ରାଣ ହୁଏ ଛଟପଟ ।ା
ଦେଖା ଦିଅ ବାରେ ଆହେ ଜଗନ୍ନାଥ
ମନ ମୋ ହୁଏ ବ୍ୟାକୁଳ।
ପାଗଳି ପରାଏ ଧାଏଁ ଏଣେ ତେଣେ
କେଉଁଠି ଅଛ ଠାକୁର ?
ହୃଦୟଟା ଭାରି ବେସାହାରା ଲାଗେ
ତୁମକୁ ପାଉନି ବୋଲି।
ମିଛ ସଂସାରରେ ମାୟାର ବନ୍ଧନ
ଅଣନିଃଶ୍ୱାସୀ ତ ଖାଲି ।ା
ନିଶ୍ଚୟ ଭେଟିବି ଦିନେ ତ ତୁମକୁ
ଏକଥା ରହିଛି ମନେ।
ହୃଦ ସିଂହାସନ ଖାଲି ରଖିଛି ମୁଁ
ଆସିବ ଦିନେ ନା ଦିନେ ।ା
ଆସ ହେ ପ୍ରାଣର ଠାକୁର ଏ ମନ
ହେଉ ପବିତ୍ର ମୋହର।
ତୁମେ ଥାଅ ମୋର ପାଖେ ନାଥ
ଭରୁଥାଉ ପୁଣ୍ୟ ଘର ।ା
ଫେରିଯାଏ ନାଥ ତୁମରି ନାମକୁ
ଲେଖି ଲେଖି ଜୀବନରେ।
ତୁଣ୍ଡ ଭଜୁ ଥାଉ ତୁମରି ନାମ ହେ
ମୁକ୍ତିମିଳୁ ସଂସାରରେ ।ା
ସଂସାର ବନ୍ଧନ କଟିଯାଉ ତୁମ
ପ୍ରେମ ଡୋରେ ମନ ବାନ୍ଧି।
ଆନ କିଛି ଭାବ ନ ଆସୁ ମନରେ
ଜୟ ଜଗନ୍ନାଥ ଭଜି।
ସମର୍ପଣ ।ାା ୨୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ