ଅଧ୍ୟାୟ ୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ ।
କୋଟି ପ୍ରଣତି ଘେନ ହେ ନାଥ
ଏ ଜୀବନ ସମର୍ପିତ।
କଟା ଛଟା ଏଇ ହାତ ପାପୁଲିରେ
ଟାଣି ଦେଲ କେତେ ରେଖା।
ଭାଗ୍ୟର ରେଖାକୁ ଛୋଟ କରି ଦେଲ
କଷ୍ଟ ହେଲା ଡାକେ ସଖା ।ା
ଦୁଃଖର ଗାରଟି ଲମ୍ବି ଗଲା ସୁଖ
ଗାର କରିଦେଲ ଛୋଟ।
ଜୀବନେ ଯନ୍ତ୍ରଣା ସହି ହୁଏ ନାହିଁ
ସମୟ ଦେଉଛି କଷ୍ଟ ।ା
ସକାଳ ହୋଇଲେ ଜଞ୍ଜାଳ ଘାରୁଛି
ସଞ୍ଜରେ ବି ସରେ ନାହିଁ।
ଥରେ ନାଥ କଳିଯୁଗେ ଦିଅ ତୁମ
ମଧୁର ବଂଶୀ ବଜାଇ ।ା
ଅନ୍ତ ହେଉ ସବୁ ଯନ୍ତ୍ରଣା ଜୀବନ
ହେଉ ସରଳ ମଧୁର ।
ବଳକା ସପନ ନ ହେଉ ସପନ
ଏତିକି ବିନତୀ ମୋର ।ା
ତୁମ ପଦ୍ମପାଦେ ମନ ରହୁ ହରି
ହାତ ତୁମ ସେବା କରୁ।
ସମର୍ପଣ ।ାା ୨୩
ବାକି ଜୀବନ ମୋ ତୁମ ଯଶ ଗାନେ
ସରିଯାଉ ବ୍ରହ୍ମ ଦାରୁ ।ା
ତୁମେ ପରା ଅଟ ଶାନ୍ତିର ବାରିଧି
ଅନନ୍ତ କରୁଣାର ଝର।
ତୁମରି କରୁଣା ବିନା ଦୁନିଆରେ
ବଞ୍ଚିକି ପାରିବ ନର ?
ହେ ଭାଗ୍ୟ ବିଧାତା ଭାଗ୍ୟର ଲେଖନୀ
ଧରି ଦିଅ କିଛି ଲେଖି।
ହସି ଉଠୁ ଦୁଃଖ ଜୀବନେ ସୁଖର
କୁସୁମ କୃପା କର ଚକା ଆଖିାା
ଜୟ ଜଗନ୍ନାଥ ହେ ମଙ୍ଗଳ କର
ଜଗତରେ ସଭିଙ୍କର।
ସୁଖ ବର୍ଷା ହେଉ ପ୍ରତି ଜୀବନରେ
ଦୁଃଖ ହୋଇଯାଉ ଦୂର ।ା
ଜୟ ଜଗନ୍ନାଥ ।
ସମର୍ପଣ ।ାା ୨୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ