ଅଧ୍ୟାୟ ୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ
କୋଟି କୋଟି ପ୍ରଣତି ହେ ଜଗନ୍ନାଥ
ତୁମ ପାଦେ ସମର୍ପିତ
ସକାଳ ହୋଇଲା ତୁମରି ନାମରେ
ଭକ୍ତି ଫୁଲ ଘେନ ନାଥ।
ଆସ ହେ ମୋ ନାଥ ମୋ ଅତିଥି ହୋଇ
ଭଙ୍ଗା କୁଟିରକୁ ଥରେ।
ପ୍ରତିକ୍ଷା ଦୀପାଳି ଜାଳୁଅଛି ପ୍ରଭୁ
କ୍ଷୁଦ୍ର ମୋ ହୃଦ ମନ୍ଦିରେ ।ା
ଆସ ମୋର ନାଥ ଫୁଲ ଫଗୁଣରେ
ରଙ୍ଗର ଅବିର ଧରି।
ଫିକା ସଂସାରକୁ ସଜାଇ ଦିଅ ହେ
ଚିମୁଟାଏ ରଙ୍ଗ ବୋଳି ।ା
ପାହାନ୍ତି ପହରେ ସପନ ଭାଂଗିଲା
ଦିଅ ତାହାକୁ ଫେରାଇ।
ବଞ୍ଚିବାର ଆଶା ମଉଳି ନ ଯାଉ
ହେ ପ୍ରଭୁ ଜଗତସାଇଁ ।।
ଅଳପ ଦିନ ଗଳପ ଭିତରେ
ଅଭିନୟ ବାହାନାରେ ।
ରଙ୍ଗ ବୋଳି ଦିଅ ରସିକ ନାଗର
ରଙ୍ଗ ଦିଶୁ ମନ ଥରେ ।ା
ସମର୍ପଣ ।ାା ୨୫
ଲଗାଇ ଦେବକି ତୁମ କଳା ରଙ୍ଗ
ହୃଦୟରେ ପ୍ରଭୁ ମୋର।
ସେ କଳା ରଙ୍ଗର ସବୁ ରଙ୍ଗ ଅଛି
ସେ ପାଇଁ କଳା ଠାକୁର ।ା
ରଙ୍ଗ ଭରା ଏଇ ଫଗୁଣରେ ଆସ
ବିମାନରେ ଝୁଲି ଝୁଲି
ପ୍ରିୟା ସହ ଆସ ପ୍ରେମର ଅବିର
ସବୁ ହୃଦୟରେ ବୋଳି ।ା
ଆସ ଆହେ ନାଥ ମୋର ହୃଦୟକୁ
ତୁମ ରଙ୍ଗ ବୋଳି ଦେଇ।
ଭୂଲି ଯାଏ ସବୁ ଏଇ ମନୁ ମୋର
ମାୟାର ସଂସାର ଏହି ।ା
ସହୃଦୟ ହୋଇ ହୃଦୟରେ ମୋର
ମମତାର ଝର ଖୋଲି।
ଈର୍ଷା କାତରତା କାଢ଼ି ନିଅ ନାଥ
ମାନବୀୟ ରଙ୍ଗ ବୋଳି ।ା
ସାଇତି ରଖିଛି ମନ ଫୁଲ ବନୁ
ଆଞ୍ଜୁଳାଏ ଭକ୍ତି ଫୁଲ ।
ଆଖିର ଲୁହକୁ ସାଇତି ରଖିଛି
ଧୋଇବାକୁ ଶ୍ରୀପୟର ।ା
କୋହର ନୈବେଦ୍ୟ ରଖିଛି ସଜାଡ଼ି
ତୁମ ଆଗମନ ପାଇଁ।
ଶ୍ରମଣା ଅପେକ୍ଷା ଅନ୍ତ କେବେ ହେବ
କହିବ ଥରେ ଗୋସାଇଁ ।ା
ଫୁଲ ଫଗୁଣରେ ଭରିଛ ସଂସାର
ରଙ୍ଗ ରଙ୍ଗ ଫୁଲ ନାଥ।
ସମର୍ପଣ ।ାା ୨୬
ମୋ ହୃଦ ଉଦ୍ୟାନେ ଫୁଟାଇ ଦିଅହେ
ସଦ୍ୟ ଏକ ପାରିଜାତ।
ଆସ ଥରେ ମୋ ମନ ସିଂହାସନେ
ମନ ପୁଲକିତ ହେଉ।
ତୁମରି ନାମରେ ଫଗୁଣଟା ଆସି
ମନେ ରଙ୍ଗ ବୋଳି ଦେଉ ।ା
ସମର୍ପଣ ।ାା ୨୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ