ଅଧ୍ୟାୟ ୧୦ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
ତବ ଇଛା ପୂର୍ଣ୍ଣହେଉ ମହାବାହୁ !
୧୮
ତବ ଇଛା ପୂର୍ଣ୍ଣ ହେଉ...
ତୁମରି ନାମକୁ ମୋ ଜୀବନ ବୀଣା
ନିତି ଗାଉଥାଉ... ।
ଦୁଃଖ ଅବଶୋଷ ମାନ ଅଭିମାନ
ଏମନରୁ ସରି ଯାଉ
ସବୁ ଭୂଲି ଯାଉ ମନ ମୋର ତୁମ
ଗୁଣ ଗାଉଥାଉ ।
ହେ ମହାବାହୁ... !
ତୁମେ ନ ଚାହିଁଲେ ମୁଁ ଅବା କିଏ
ତୁମରି ସଂସାର ରେ
ତୁମେ ଦେଇଛ ବୋଲି ମଣିଷ ଜନମ
ଆଜି ବିବେକ ବାଟବଣା ହୁଏ ।
ତୁମେ ଯଦି ନ ଚାହୁଁଛ ମୁଁ ଅବା କିଏ
ତୁମ ଇଚ୍ଛାକୁ ସମ୍ମାନ ଦିଏ ନାରୀଟିଏ
ଅନେକ ଭିତରେ ତୁମେ ମହାନ ହେ
୩୫
ସିଏ ମୋ ଜଗନ୍ନାଥ
ସୃଷ୍ଟି କର୍ତ୍ତା ଭଗବାନ...
ତୁମ ଇଛାରେ ପରା ଏ ସଂସାରରେ
ହୁଏ ଜନମ ମରଣ ।
ଆଜି ଯଦି କିଛି ସମ୍ଭବ ହୁଏନା ତାକୁ
ତୁମ ଇଛା ବୋଲି ଭାବେ
ତୁମ ଇଛା ବିନା କି ହୋଇପାରିବ ନାଥ
ଏକଥା ଅନୁଭବି ଜାଣେ ।
୧୮
ଭାଙ୍ଗି ଯାଉ ପଛେ ମୋ ମନ ହେଉ
ଖଣ୍ଡ ଖଣ୍ଡ କାଚର ଟୁକୁଡ଼ା ପରି
ତଥାପି କହିବି ଠାକୁର ତୁମ ଇଚ୍ଛାରେ
ଭଲ ହୁଏ ସବୁରି... ।
କେତେ ଝଡ଼ ଝଞ୍ଜା ବୋହିଯାଏ ଜୀବନେ
ତଥାପି ମୁଁ ଅଛି ତୁମ ଇଛାରେ
ମନ ବୋଲି ମୋର ଦେଇଛ ଯଦିଓ
ସେ ମନ ମୋର କେବେ ନୁହେଁ ।
ତୁମରି ଇଚ୍ଛାରେ ଏ ମନ ଚାଲେ ଜାଣିନ କି ଭାବଗ୍ରାହୀ...
କାହିଁକି ଏ ମନ ଚଞ୍ଚଳ ଯଦି ତୁମ ଇଚ୍ଛା ନାହିଁ
ତଥାପି ଲଗାମ ମନରେ ଦେଉଛି ତୁମ
ନାମରେ ଠାକୁର...
୩୬
ସିଏ ମୋ ଜଗନ୍ନାଥ
ଭାରି କଷ୍ଟ ହୁଏ ମନ ଭାଙ୍ଗିଗଲେ
ତଥାପି ମନ ତ ନୁହେଁ ମୋ ନିଜର
ସ୍ୱପ୍ନ ସବୁ ବାଟବଣା ହୁଏ ତଥାପି ଜୀବନ
ଧରିଚି ଠାକୁର
କାଲି ଯଦି ମରି ହଜି ଯିବି ଏ ମର ସଂସାରେ
କେହି ଯଦି ଜଣେ କୁହେ ଭଲ ମଣିଷ ଟିଏ
ଗଲା ଫେରି, ଯେତିକି ପୂଣ୍ୟ ସାଥିରେ... ।
୧୯
ଠାକୁର ଭଙ୍ଗା ମନକୁ ସଜାଡ଼େ ବାରମ୍ବାର
ଦୁଃଖ ବୋଲି ମୋର କିଛି ନାହିଁ
ମୁଁ ପରା ଦୁଃଖର ସାଗର....
ଭାରି କଷ୍ଟ ହୁଏ ବେଦନା ଭରା ଏଇ ହୃଦୟରେ
କାହାକୁ କହିବି ସବୁ ପରା ପର ଠାକୁରେ ।
ତୁମେ ଏକା ଭଙ୍ଗା ମନରେ ମଲମ ଲଗାଇପାର
ତେଣୁ ତୁମ ନାମରେ ସମର୍ପି ଦିଏ ଜୀବନ ମୋର
ମୋ ପାଖରେ କିଛି ନାହିଁ ମୁଁ ବି ମୋର ନୁହେଁ
ତେଣୁ ହେ ମାଧବ ତୁମକୁ ସବୁ କଥା କହି ଦିଏ ।
ବାକି ଜୀବନର ସାଥି ମୋର ଜନ୍ମ ଜନ୍ମାନ୍ତର
ତୁମେ ମୋର ହୋଇଥାଅ.....
ମୋ ଦୁଃଖ ସୁଖରେ ତୁମେ ହାତ ଧରି ନିଅ
ଏଇଠୁ କରୁଛି ଶତକୋଟି ପ୍ରଣାମ
ସେଇଠି ତୁମେ ପାଇବ ହେ ପରମାତ୍ମା ।
୩୭
ସିଏ ମୋ ଜଗନ୍ନାଥ
ଦୟା ରଖିବ ହୀନ ନାରୀଠାରେ
ଜୀବନ ହେଲା ବେସୁରା....
ମଧୁର ମୁରଲୀ ବଜାଇ ଦେବ
ସୁର ତାଳ ଲୟ ଭରି ଦେଇ
ବାଜି ଉଠୁ ଜୀବନର ବୀଣା ତୁମ ଗାଇ ଗାଇ ।
ଜୟ ଜଗନ୍ନାଥ ରେ ସର୍ବ ମଙ୍ଗଳ ହେଉ ହେ ନାଥ
ଜୟ ଜଗନ୍ନାଥ ରେ ମନୁ ସରୁ ସକଳ ଦୁଃଖ ।
୧୯
୩୮
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ