ଅଧ୍ୟାୟ ୧୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସକାଳୁ ଉଠିଲେ ଆଖି ଆଇନାରେ
ତୁମ ଛବି ଚାଲି ଆସେ
ମନ ଅଗଣା ମୋର ଆପେ ଆପେ
ତୁଳସୀ ତୁଳସୀ ବାସେ ।
୨୦
ଫୁଟିଯାଏ ଭକତି ଫୁଲ ସବୁ ତୁମରି
ସେବା ପାଇଁ ନିତି
ମନର ନୈବେଦ୍ୟ ବାଢ଼ି ଦିଏ ସକାଳୁ
ମନ ହୋଇଯାଏ ଖୁସି ।
ସକାଳ ପ୍ରଣତି ଘେନ ଏତିକି ମୀନତି
ମୋର ହେ ଭଗବାନ
ଯାହା ଦେଇଅଛି ଜୀବନେ ସବୁପରା ତୁମରି ଦାନ
ହେଉ ସୁଖ ଅବା ଦୁଃଖ ନାହିଁ ମୋର ମନେ ଅଭିମାନ ।
ସକାଳ ପ୍ରଣତି ଢାଳିଦେଲି ତୁମପାଦେ
ଯୋଡ଼ି ଦୁଇ ହସ୍ତ ମୋର
ସମର୍ପିତ ଏ ଜୀବନକୁ ତୁମ ପାଖରେ
ଜୀବନ ଦାତା ହେ ଭଗବାନ।
କୋଟି ହୃଦୟର ମୌଡ଼ମଣିହେ ଜାଣ
କୋଟି ମନର କଥା
୩୯
ସିଏ ମୋ ଜଗନ୍ନାଥ
ସେଥିପାଇଁ ସିନା ସହିପାରିନି କେବେ
କାହାରି ମନର ବ୍ୟଥା ।
ଭାଙ୍ଗି ଯାଉଥିବା ମନରେ ଦିଅ ତୁମେ
ଶତ ସିଂହର ବଳ
ସଂସାର ଦାଣ୍ଡରେ ଚାଲିବାକୁ ତୁମେ
ଅନ୍ଧର ଆଶା ବାଡ଼ି ଭଗବାନ ।
୨୦
ମନ ସିଲଟରେ ମୋ ତୁମ ନାମ ସଦା
ରହିଥାଏ ଲେଖା
ଅଲିଭା ଗାର ଟାଣି ହୋଇଯାଏ
ଜମା ଲିଭେନା ହେ ଭାଗ୍ୟ ବିଧାତା ।
ଖାଲି ସକାଳ ନ ହେଉ ସାରା ଦିନ ହେଉ ଶୁଭ ମୟ
ଶୁଭଙ୍କର ହେ କଳା ଠାକୁର ହେ ଦିବ୍ୟ ଦିଅ ତୁମର...
ଜୟନ୍ନାଥ ରେ ଦିନ ଆରମ୍ଭ ହେଲା ଜଗତର
ଜୟ ଜଗନ୍ନାଥରେ କର୍ମମୟ ଶୁଭ ହେଉ
ସଭିଙ୍କର ଏ ସଂସାରର ।
୪୦
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ