ଅଧ୍ୟାୟ ୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି କୋଟି ପ୍ରଣତି କରୁଛି
ପ୍ରଭୁ ହେ ଜଗନ୍ନାଥ
୧୬
ତୁମରି ପାଦ ପଦ୍ମରେ ହୁଏ ନାରୀ
ସକାଳରୁ ସମର୍ପିତ... ।
ଜନମ ଦେଇଛ ମରଣ ରଖିଛ
ମାୟାରେ ପୁଣି ବାନ୍ଧିଛ
ଏପଟ ହେଉନି ସେପଟ ହେଉନି
ମଝିରେ ଜୀବନ ନାବ ।
ନାରୀ ଟିଏ କଲ ତୁମ ହାତ ଗଢ଼ା
ଏ ବିଶାଳ ସଂସାର ରେ
ଭାଗ ଭାଗ କରିଲ ମନକୁ ମୋର
ତୁମ ମାୟାର କଟୁରୀରେ ।
କେମିତି କାଟିବି ଦିନକୁ ମାଧବ
ନିତି ସକାଳୁ ପଚାରେ
ନୀରବ କାହିଁ ହେଲ ହେ ଠାକୁର
କହୁନ କଥା ଥରୁଟେ ।
୩୨
ସିଏ ମୋ ଜଗନ୍ନାଥ
ତୁମ ପାଖେ ଜୀବନ ପଡ଼ିଛି ବନ୍ଧା
ଜାଣିନ କି ହେ ଗୋବିନ୍ଦ
ଉଦ୍ଧାରିବ ବୋଲି ଡାକୁଛି ତୁମକୁ
ନିତି ମୁଁ ସଞ୍ଜ ସକାଳ।
କେମିତି ଡାକିବି ଶୁଣିବ ତୁମେ ହେ
କହିବ କି ନାଥ ମୋର
ଘାରି ହୁଏ ମନ ଜଞ୍ଜାଳ ଭିତରେ
୧୭
ଭୂଲି ଯାଏ କ୍ଷଣ କ୍ଷଣ।
ମନର ଭକ୍ତିରେ ବାଢ଼ୁଛି ନୈବେଦ୍ୟ
ନିତି ସକାଳ ହୋଇଲେ
ଆଞ୍ଜୁଳାଏ ଭକତି ଫୁଲରେ ହାତ
ଯୋଡ଼େ ତୁମରି ପାଖରେ ।
ଜାଣେ ନାଥ ତୁମ ବିନା କେହି ନାହିଁ
ମୋର ବେଳ ଅବେଳରେ
ତେଣୁ ଭାବ ସାଗରରେ ବୁଡ଼ି ଯାଏ
ନିତି ସକାଳ ହୋଇଲେ ।
ଗୋଟିଏ ଦିନ ସରିଲେ ପାପ ଥଳି
ଟିକେ ପୂରି ପୂରି ଯାଏ
ନିତି ସକାଳ ହେଲେ ତୁମକୁ କ୍ଷମା
ମାଗି ଦିନ କାଟି ନିଏ।
୩୩
ସିଏ ମୋ ଜଗନ୍ନାଥ
ଜାଣିଛ ତୁମେ ତ କ୍ଷମାର ସାଗର
ଏଇ ଦୁନିଆ ରେ ଜଣେ
କଳିର ପ୍ରତ୍ୟକ୍ଷ ନାଥ ଜଗନ୍ନାଥ
ତୁମେ ଅଛ ଶ୍ରୀ କ୍ଷେତ୍ରରେ ।
୧୭
୩୪
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ