ଅଧ୍ୟାୟ ୧୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ଜଗନ୍ନାଥ
ତୁମ ପାଦେ ହେଲି ସମର୍ପିତ
ମନପକ୍ଷୀ ରେ ଉଡ଼ିଯାଆ ଥରେ
୨୧
ଶ୍ରୀକ୍ଷେତ୍ର ବଡ଼ଦେଉଳକୁ
ବାନ୍ଧିବୁ ବସା ନିତି ଦେଖିବୁ ଆମ
କାଳିଆ ସାଆନ୍ତକୁ ।
ଆତ୍ମା ପକ୍ଷୀ ଛଟପଟ ଉଡ଼ି ଯିବାକୁ
ତୁମ ପାଦ ତଳକୁ
ବନ୍ଧା ପଡ଼ିଛି ତେଲ ଲୁଣ ସଂସାରେ
ମୁକୁଳି ପାରୁନି ଡାକେ ତୁମକୁ ।
ଜୀବନ ଜାଣେନା ଜଞ୍ଜାଳ ବୁଝେନା
ଜାଣିଛି ତୁମକୁ ହେ ନାଥ
ଅନିତ୍ୟ ସଂସାରେ ତୁମେ ଏକାସତ୍ୟ
ଚିରନ୍ତନ ପ୍ରଭୁ ଜଗନ୍ନାଥ ।
ତ୍ରେତୟାରେ ରାମ ଦ୍ୱାପରେ ଶ୍ରୀକୃଷ୍ଣ
କଳିରେ ହେଲ ଜଗନ୍ନାଥ
ହାତ ନାହିଁ ଗୋଡ଼ ନାହିଁ ଖାଲି ବଡ଼ ବଡ଼
ଆଖିରେ ସଂସାରକୁ ଦେଖ ।
୪୧
ସିଏ ମୋ ଜଗନ୍ନାଥ
ଭକତବନ୍ଧୁ ଦୀନବନ୍ଧୁ କୃପାମୟ ହରି
ଆତୁରେ ଡାକିଲେ ଆସ ଚାଲି
ଅଦୃଶ୍ୟ ହାତ ଲମ୍ବି ଯାଏ ଆଖି ପାଖକୁ
ଦିଅ ଲୁହକୁ ପୋଛି ।
ପତିତପାବନ ହେ ପତିତ ପାଇଁ ତୁମେ
ବଡ଼ଦାଣ୍ଡରେ ଗହଳି ଆଜି
ଡାକି ଦେଲେ ଥରେ ମହୋଦଧି କୂଳେ
୨୧
ଆସ ନୀଳ ସାଗରୁ ଉଠି।
ସିଂହଦୁଆରରୁ ଅରୁଣ ସ୍ତମ୍ଭ ପାଖରେ
ଦୁଇ ହାତ ଟେକି ଦେଲେ
ଉଜ୍ଜ୍ୱଳମୟ ଲାଗେ ଚତୁର୍ଦ୍ଦିଗ କାଳିଆ
ହସିଦିଏ ରନô ସିଂହାସନେ ।
ପତିତପାବନ ବାନା ଫରଫର ଉଡ଼େ
ଭକତ ଜନ ପାଇଁ
ଦୟାର ସାଗର କରୁଣା ମୟ
ଜଗତ କର୍ତ୍ତା ହେ ଜଗନ୍ନାଥ
ବୁଝିଛି ଯିଏ ତୁମକୁ ତୁମେ କରୁଣା ଢାଳ
ତା ଉପରେ ଅବିରତ।
ହୃଦୟ ଖୋଲି ଡାକି ଦେଲେ ଥରେ ହରି
ତୁମେ ଉଠ ଅନନ୍ତ ଶୟନରୁ
୪୨
ସିଏ ମୋ ଜଗନ୍ନାଥ
ଦୁଃଖି ଜନ ପାଖରେ ଥାଅ ଫେଡ଼ିବାକୁ
ତା’ର କଷଣକୁ ।
କର୍ମ ଘେନି ସିନା ଫଳ ଦେଇଥାଅ ପୁଣି
ଭକତ ବାନ୍ଧବ ତୁମେ
ତେଣୁ ହେ ନାଥ ନିଦ ଭାଙ୍ଗିଲେ ମଣିଷ
ହାତ ଯୋଡ଼େ ଆଗ ତୁମ ପାଖେ ।
୨୨
୪୩
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ