ଅଧ୍ୟାୟ ୧୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
ଏ ଜୀବନ ତୁମକୁ କଲି ସମର୍ପତ ।
ବେଳୁ ବେଳୁ ଭାଙ୍ଗି ଯାଏ ଏମନ
୨୨
ପ୍ରତି ଟୁକୁଡ଼ା ରେ ଦିଶ ଭଗବାନ
ତୁମ ପ୍ରତିବିମ୍ବ ଏହୃଦୟରେ ଥାଉ
ମନ ତୁମ ପାଖେ ସମର୍ପିତ ହେଉ।
ଲୋଡ଼ା ନାହିଁ ଏଇ ତୁଛା ସଂସାର
ତୁମ ନାମରେ ଆସୁ ପ୍ରତି ସକାଳ
ମୁଁ ଜାଣେନା ଭକ୍ତି ଭାବ ହେ ନାଥ
ତୁମ ନାମ ନେଉଛି ସକାଳୁ ସଞ୍ଜ ।
ଭରସା ନାବରେ ଜୀବନ ଚାଲୁଛି
ତୁମ ଇଛାକୁ ମୁଁ ସମ୍ମାନ ଦେଉଛି
କେବେ ହସାଅ ହସିଦିଏ ଠାକୁର
ପୁଣି କନ୍ଦାଅ ଲୁହ ଝରିଯାଏ ନାଥ ।
ଜାଣିଛ ଖାଲି ମିଛ ଏସବୁ ସପନ
ନିଦ ଭାଙ୍ଗିଗଲେ ଅଧୁରା ଜୀବନ
କେତେ ଆସନ୍ତି ଯାଆନ୍ତି ଏଠି ନିତି
ଫେରି ଯିବେ ସବୁ ପଡ଼ିବ ଏମାଟି ।
୪୪
ସିଏ ମୋ ଜଗନ୍ନାଥ
କାହିଁକି ଦେଖିବି ଏଇ ତୁଛା ସପନ
କଟି ଯାଉ ଭଲେ ଜୀବନ କିଛି ଦିନ
ଏହୃଦୟରୁ ଖାଲି ମମତା ଝରୁ ଥାଉ
ତୁମ ନାମରେ ଏ ଜୀବନ ସରି ଯାଉ ।
କାହା ଅନିଷ୍ଟ ଏ ମନ କେବେ ନଭାବୁ
ସଭିଙ୍କ ଖୁସିରେ ମୋର ଜୀବନ ହସୁ
ଏ ସକାଳ ହେଉ ସୁନ୍ଦର ସଭିଙ୍କ ପାଇଁ
୨୩
ମୀନତି ତୁମକୁ ମଙ୍ଗଳ କର ହେ ସାଇଁ ।
ଜୟ ଜଗନ୍ନାଥ ରେ ମନ ପବିତ୍ର ହେଉ
ଜୟ ଜଗନ୍ନାଥ ରେ ଦିନ ଶୁଭ ହେଉ ।
ଜୟ ଜଗନ୍ନାଥରେ ଶାନ୍ତି ଫେରିଆସୁ
ଜୟ ଜଗନ୍ନାଥରେ ମନ ଶୁଭ ମନାସୁ।
୪୫
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ