ଅଧ୍ୟାୟ ୧୪ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
ଜଗନ୍ନାଥ ସ୍ୱାମୀ ମୋ ନୟନ ପଥଗାମୀ ଭବ ତୁମେ...
କୋଟି ନମଃ ନମଃ ତୁମ ପଦ୍ମ ପାଦେ ।
୨୩
ଜଗନ୍ନାଥ ତୁମେ ପରମବ୍ରହ୍ମ ପୁରୁଷୋତ୍ତମ
ହେ ଜନାର୍ଦ୍ଦନ !
ଗ୍ରହାଧିପତି ସୃଷ୍ଟି କତ୍ତା ସକଳ ଶକ୍ତିର
ଆଧାର ଜୀବନ ଦାତା ।
ଜଳ ସ୍ଥଳ ଆକାଶେ ତୁମେ ପରିବ୍ୟାପ୍ତ
କୀଟଠୁ ବ୍ରହ୍ମାଣ୍ଡ ସବୁଠି ପ୍ରକାଶ
ଚିନ୍ତା ଚେତନାରେ ତୁମେ ଅଛ ଶ୍ରୀହରି
ମୋ ଚାରି ପାଖେ ଆବୋରି ।
ସବୁରି ପ୍ରାଣରେ ଅଛ ତେଣୁ ସବୁକୁ
ଭାବେ ନିଜର ବୋଲି।
ମାନ ଅଭିମାନ ମନେ ନାହିଁ ମୋର
ସବୁ ତୁମକୁ ଅରପି ଦିଏ
କିଛି ଦେଇନ ବୋଲି କହିବି କାହିଁକି
ଜାଣିଛି ସବୁତ ତୁମରି ଦାନ ଇଏ ।
୪୪
ସିଏ ମୋ ଜଗନ୍ନାଥ
ବଞ୍ଚôବା ପାଇଁ ଦେଲ ତୁମେ ଅମ୍ଳଜାନ
ପିଇବା ପାଇଁ ଦେଲ ତିନି ଭାଗ ଜଳ
ଚାଲିବା ପାଇଁ ଦେଇଛ ବସୁଧା ମାଟି
କିଛି ଦେଇନା ବୋଲି କହିବି କେମିତି... ?
ଏ ସଂସାରେ ସୁଖର କାରଣ ଦୁଃଖର
କାରଣ ସବୁ ପ୍ରଭୁ ତୁମେ...
ତୁମେ ଚାହିଁଦେଲେ ଜୀବନ ହସେ
୨୪
ତୁମ ନ ଚାହିଁଲେ ଅଶ୍ରୁ ବନ୍ୟା ଛୁଟେ ।
ଚାହୁଁଛ ବୋଲି ହେ ଠାକୁର ତୁମେ
ମୁଁ କିଛି ସମୟ ହସି ଦିଏ
ହସି ହସି ସବୁରି ଭିତରେ ତୁମକୁ ମୁଁ
ଅନୁଭବ କରୁଥାଏ।
ସୁନ୍ଦର ହୃଦୟ ସୁନ୍ଦର ମନ ସବୁ
ତୁମ ପାଇଁ ନାଥ
ତୁମ ବିନା ଏ ଜୀବନ ଅଧୁରା ଏତିକି
ଜାଣିଛି ଜଗନ୍ନାଥ ।
ଭଲ ପାଅ ତୁମେ ସବୁରି ଭିତରେ ଥାଅ
ପୁଣି ଆତ୍ମା ଟିଏ ହୋଇ
ପରମାତ୍ମା ହେ ତୁମ ବିନା କି ଜୀବନେ
ସୁଖ ମିଳିଥାଇ ।
୪୭
ସିଏ ମୋ ଜଗନ୍ନାଥ
ଆସ ହେ ନାଥ ନିତି ମୋ ହୃଦୟ କନ୍ଦରକୁ
ହୃଦୟ ଦେବତା ହୋଇ
ଓଠର ହସ ଧାରେ ଦିଅ ଟିକିଏ ତୁମର
ରଙ୍ଗ ଅଧର ହସ ମୁଁ ହସୁଥାଇ ।
ସବୁ ବେଳେ ଟିକେ ଭଲ ପାଅ ନାଥ ।
ଏ ବେସାହାରା ମନକୁ
ତୁମ ନ ଚାହିଁଲେ କେମିତି ହେ ନାଥ
୨୪
ନାବ ଯିବ ମୋର କୂଳକୁ ।
ଭାବି ନଥିବା କଥା ସବୁ ଘଟୁଥାଏ
ତୁମ ଇଚ୍ଛାରେ ନାଥ
ମନର ଭାବନା ମୋର ଆବେଗ ସବୁ
ତୁମରି ନାଥ ।
ସକାଳ ହେଉ ମଧୁମୟ ହେ ମଧୁସୂଦନ
ଜୀବନରୁ ଝରୁ ଅମୃତ
ତୁମ ନାମ ରସରେ ଆତ୍ମା ହେଉ ତୃପ୍ତ
ଏତିକି ମାଗୁଣି ହେ ଜଗନ୍ନାଥ।
ମଙ୍ଗଳ କର ମଙ୍ଗଳ ମୟ ସବୁରି
ଓଠ ରେ ଦିଅ ହସ
ହସୁ ଏ ଦୁନିଆ ହସୁ ମଣିଷ ହସୁ ଥାଅ
ତୁମେ ହୋଇ ଋତୁ ବସନ୍ତ।
୪୮
ସିଏ ମୋ ଜଗନ୍ନାଥ
ମାରି ଦିଅ ତୁମ ପ୍ରୀତିର ପିଚକାରୀ ଏ
ଦୁନିଆ ହେଉ ରଙ୍ଗିନ
ରାଧା ସହ ତୁମେ ବାଣ୍ଟି ଦିଅ ମୁଠା ମୁଠା
ପ୍ରେମ ର ଅବିର... ।
୨୫
୪୯
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ