ଅଧ୍ୟାୟ ୧୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
ଏ ତନ ମନକୁ କଲି ସମର୍ପିତ ।
୨୫
ଭକତ ବାନ୍ଧବ ହେ ଭକତ ବତ୍ସଳ
ଭକତ କାନ୍ଦେ ତୁମ ପାଖରେ
ତୁମେ କି ଜାଣନା ପ୍ରଭୁ
ମୋର ମାନ ଅଭିମାନ ତୁମରି
ପାଖରେ ସବୁ ।
ଯାହା ଆସେ ମନେ ଲେଖେ ତୁମ ପାଇଁ
ଦୋଷ ଧରିବ ନାହିଁ
ତୁମେ ସିନା ଜ୍ଞାନର ସାଗର ପ୍ରଭୁ
ଅଜ୍ଞାନି ମଣିଷ ମୁଁ ହିଁ।
ଜୀବନ ଜଞ୍ଜାଳ ନିତି ଘାରେ ମୋତେ
ତଥାପି ଭୁଲିନି ତୁମକୁ
କେହ ନ ଜାଣିଲେ ବି ତୁମେ ଜାଣ
ମୋର ଭାବକୁ।
ଚାହେଁନା କିଛି ମୁଁ ଭଲ ପାଏ
ତୁମ ନାମକୁ
୫୦
ସିଏ ମୋ ଜଗନ୍ନାଥ
ସେଥିପାଇଁ ନାଥ ନିତି ଲେଖେ ଭଜନ
ସମର୍ପଣ ରେ ତୁମକୁ ।
ସହି ପାରେନା ମନ ଅନ୍ୟାୟ ଅଧର୍ମ ।
କହି ପାରିବିନି ମୁଁ
ତେଣୁ ତୁମକୁ କୁହେ ସବୁ କଥା ମୋ
ମନ ବୁଝାଇବାକୁ ।
୨୬
କହିବି ନାଥ କାହିଁକି କରିବ ସରଳ
ମଣିଷ ଜଣେ
ଜାଣିପାରୁନ କି ବଳି ପଡ଼ୁଛି ମୁଁ ପରା
ପ୍ରତି କ୍ଷଣେ ।
ତଥାପି ଭରସା ଅଛି ମୋ ତୁମ ଠାରେ
ହେ ଜଗତସାଇଁ
କେହି ନ ହେଲେ ବି କୋଳେଇ ନେବ
ତୁମେ ବୋକ ଟିଏ ଦେଇ ।
ଅବୁଝା ସନ୍ତାନ ତୁମର ପ୍ରଭୁ ହେ ବୁଝାଇ
ଦିଅ ମତେ ଥରେ
ଚାରିଆଡ଼େ ଏଠି ପ୍ରତାରଣାର ପ୍ରାଚୀର
ମୁଁ ଜଳେ ଜଉ ଘରେ ।
ଦୁଇ ହାତ ଟେକି ଦେଲି ଅନ୍ୟାୟର
ରାଜସଭାରେ
୫୧
ସିଏ ମୋ ଜଗନ୍ନାଥ
କୋଟି ବସ୍ତ୍ର ଦେଇ ମାନ ରଖ ନାଥ
ମୁଁ ସମର୍ପିତ ତୁମ ପାଦତଳେ।
ହେ ବାସୁଦେବ କରୁଚି କୋଟି ପ୍ରଣତି
ତୁମରି ପାଦ ତଳେ
ଜୀବ ଥିବା ଯାଏ ତୁମରି ଆଶିଷ ଦେବ
ହେ ନାଥ ମୁଁ ଛାର ନାରୀ ଜଣେ ।
୨୬
୫୨
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ