ଅଧ୍ୟାୟ ୧୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ହେ ଜଗନ୍ନାଥ
ତୁମ ପାଦେ ମନ ହେଉ ସମର୍ପିତ।
୨୭
ହେ ମଧୁସୂଦନ ମଧୁମୟ କର
ତୁମ ଗଢ଼ା ଏ ସଂସାର
ଜଗତ ମଙ୍ଗଳ କର ପାପ ସବୁ
କରି ହେ ନାଥ ଖଣ୍ଡନ ।
ଜୀବନ ରାସ୍ତାରେ ଅନେକ ମୋଡ଼ାଣି
ବେଳେବେଳେ ପଡ଼େ
ପଥ ଖୋଜୁଥାଏ ନିତି ପଥ ହୁଡ଼ା
ହୋଇ ମୁଁ ପଥିକ ଜଣେ ।
ତୁମେ ପ୍ରଦର୍ଶକ ପରା ନାରାୟଣ
ଲେଖ ଭାଗ୍ୟେ ଜନ୍ମ ମରଣ ।
ଦିବ୍ୟ ଜ୍ୟୋତି ତୁମେ ଦିବ୍ୟଦ୍ରଷ୍ଟା
ଭାଗ୍ୟ କର ନିର୍ଧାରଣ ।
କଟାଛଟା ପାପୁଲିରେ ଲେଖିଲ
କେତେ କେତେ କଥା
୫୩
ସିଏ ମୋ ଜଗନ୍ନାଥ
ଦୁଃଖ ସୁଖର ଗାର ଟାଣି ଦେଇଛ
ଲେଖିଲ ଜୀବନ ଗାଥା ।
କର୍ମର ଫଳ ଭୋଗୁଥାଏ ମଣିଷ
ତୁମ ଏଇ ସଂସାର ରେ
ତୁମେ ନ୍ୟାୟର ପରୀକ୍ଷା କରୁଅଛ
ନିତି ସଞ୍ଜ ସକାଳରେ।
ପୂଣ୍ୟର ପଥ ରହିଲା ବହୁଦୂରେ
୨୭
ମୁଁ ପାପି ମଣିଷ ଜଣେ
ନିତି ଖୋଜୁଛି ପୁଣ୍ୟର ପଥ ତୁମ
ନାମ ଲେଖି ସକାଳରେ... ।
ଜୀବନ ଚାଲିଛି ଜୀବନ ରାସ୍ତାରେ
ଖୋଜୁଛି ମୁଁ ପୂଣ୍ୟ ପଥ
କାହିଁକି ଟାଣ ପାପ ପଙ୍କ ପୋଖରୀ
ଜୀବନଟା ଛଟପଟ ।
ଦିଅ ଠାକୁର ତୁମ ତୁଳସୀ ଜଳ
ହୃଦୟ ହେଉ ପବିତ୍ର
ଦେଖାଅ ସତ୍ ମାର୍ଗ ହେ ନାଥ
ମନ ଧାଇଁ ଯାଉ ଶ୍ରୀ କ୍ଷେତ୍ର ।
ପବିତ୍ର ନାମେ ମନ କର ପବିତ୍ର
ଭାବନା ତୁମ ପାଦେ ରଖ
କ୍ଷମା ଦେବ ସବୁ ଦୋଷାଦୋଷ
ଜଗତକର୍ତା ଜଗନ୍ନାଥ ।
୫୪
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ