ଅଧ୍ୟାୟ ୧୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି କରୁଛି ନାଥ
ହେ କମଳାକାନ୍ତ...!
୨୮
ଭାରିପଡ଼ିଲା ପାପର ଭାର ପ୍ରଭୁ
ଦୁଃଖ ହେଲା ବହୁତ...
ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା
ହରି, ଦୁଃଖ କର ପ୍ରଶମିତ।
ଜୟ ରାଧେ ରାଧେ କୃଷ୍ଣ କୃଷ୍ଣ
ଗୋବିନ୍ଦ ଗୋବିନ୍ଦ ହରେ
ତୁମ ନାମରେ ସଂସାରୀ ସଂସାର
ର ମାୟାରୁ ତରେ।
ଆସ ଦୋଳଗୋବିନ୍ଦ ହେ ନାଥ
ଫଗୁଣର ଫଗୁ ରଙ୍ଗରେ
ବାଣ୍ଟିଦିଅ ପ୍ରେମର ଅବିର ପ୍ରତି
ମଣିଷ ମନରେ ।
ଫିକା ପଡ଼ିଗଲାଣି ତୁମର ହାତ
ଗଢ଼ା ଏଇ ସଂସାର
୫୫
ସିଏ ମୋ ଜଗନ୍ନାଥ
ଆସ ରାଧା ସହ ମିଶି ବିମାନରେ
ବାଣ୍ଟି ପ୍ରୀତିର ଅବିର ।
ଦିଶୁ ଏ ସଂସାର ରଙ୍ଗିନ୍ ପାଇ
ତୁମରି ଅମୃତ ପରଶ
ହସୁ ଏ ଧରଣୀ ହସୁ ଏଇ ଫୁଲ
ଫଗୁଣ ହସୁ ଏଇ ଜୀବନ ।
୨୮
ରାଧା କୃଷ୍ଣଙ୍କ ପ୍ରେମ ଡୋରି ରେ
ବାନ୍ଧି ହେଉ ସଂସାର
ନରହୁ ଏଇ ମନରେ ଠାକୁର ହେ
କେବେ ଇର୍ଷା କାହାର ।
ହେଇଅଛି ଜୀବନ ପୁଣି ହେଇ
ଫେରିଯିବ ସେପାରୀ
ଏପାରି ଜୀବନ ନଥିବ ବୋଧେ
ସେଠି ଆଉ କାହାରି ।
ଛଅ ଖଣ୍ଡ ବାଉଁଶ ରେ ହେବ ପରା
ଛୋଟ ସବାରୀ
ସେ ସବାରୀରେ ଯିବ ଦେଖିବ
ସେଠି ତ ଆର ପାରି ।
ଏପାରି କଥା ଭୁଲିଯିବୁ ଜଳିଲେ
ତୋର ଜୁଇ
୫୬
ସିଏ ମୋ ଜଗନ୍ନାଥ
ମୁଠାଏ ପାଉଁଶ ରେ ହଜି ଯିବ
ସତ୍ତା ତୋହରି।
କାହିଁକି ମନରେ ହେଉ ତୁ ଭାରି
ଅମାନିଆ
ଏଇ ଜୀବନ ପରା ଦେଇଛି
ସେ ବିହି ଅଢ଼େଇ ଦିନିଆ।
୨୯
ଭୂଲି ଯାରେ ମନ ସ୍ୱାର୍ଥର କଥାକୁ
ଜୀବନୁ ଧୀରେ ଧୀରେ
ଶେଷ ସମୟ ଆସିଲାଣି ବୟସ
ପରା ଧୀରେ ଧୀରେ ବଢ଼େ।
ବେଳ ଥାଉଁ ଥାଉଁ ଆମେ ସତର୍କ
ହୋଇ ଯିବା
ପାପ ପଥ ଛାଡ଼ି ପୁଣ୍ୟ ପଥରେ
ଯାଇ ପୁଣ୍ୟ ସାଉଁଟିବା ।
ଭଜିବା ରାମ ନାମ ଜପିବା କୃଷ୍ଣ
ନାମ ମନରେ
ସେଇ ପରମାତ୍ମା ଆସି ପାରି କରନ୍ତି
ପାପି ଜନ ସଂସାରେ ।
ସେଇ ରାମ ସେଇ ଶ୍ୟାମ ସେଇ
ଶ୍ରୀ ହରି ଦାରୁବ୍ରହ୍ମ ।
୫୭
ସିଏ ମୋ ଜଗନ୍ନାଥ
ପ୍ରେମ ମନ୍ଦିରରେ ଦେବତା ସିଏ ତ
ଉଦ୍ଧାରନ୍ତି ପାପି ଜନ ।
ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି
ଉଦ୍ଧାର କର ହେ ବଶୀଧାରୀ...
ଦିଅ ଅପ୍ରାକୃତ ପ୍ରେମ ମାୟାର ବନ୍ଧନ
ଯାଉ ତୁମ ଦୟାରେ ସରି ।
୨୯
୫୮
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ