ଅଧ୍ୟାୟ ୧୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଗ୍ରହାଧିପତି ଘେନ କୋଟି ପ୍ରଣତି
ସର୍ବ ମଙ୍ଗଳ କର ନାଥ ଫେଡ଼
୩୦
ସଂସାରୁ ସଭିଙ୍କର ସକଳ ଦୁର୍ଗତି ।
ତୁମକୁ ସକାଳୁ ହାତ ଟେକି ଦେଲେ
ସକଳ କଷ୍ଟ ଏଇ ମଣିଷର ସରେ
ଏମିତି ତୁମରି ନାମ ହେ ଶ୍ରୀହରି
ପାରି ହୁଏ ଜୀବ ସେ ନାମ ସ୍ମରି।
ଅଦୃଶ୍ୟରେ ଆଶିଷ ଦିଅ ତୁମେ
ତୁମ ଆଶିଷରେ ପଙ୍ଗୁ ଗିରି ଲଙ୍ଘେ
କୀଟଠୁ ବ୍ରହ୍ମାଣ୍ଡ ତୁମେ ପରିବ୍ୟାପ୍ତ
ଦୁର୍ଭେଦ୍ୟ ଅଟେ ତୁମର ରହସ୍ୟ ।
ଅନୁଭବି ସିନା ତୁମକୁ ଜାଣିପାରେ
ତୁମେ ଥାଅ ହରିହେ ନିର୍ମଳ ମନରେ
ଆଖି ବୁଜିଲେ ଯାହା ମନକୁ ଆସେ
ଦିବ୍ୟ ଚେତନାରେ ତୁମ ରୂପ ଦିଶେ ।
ତୁମେ ବିବେକ ତୁମେ ଦିବ୍ୟ ଜ୍ୟୋତି
ତୁମ ବିନା ଆଉ କିଏ ସଂସାରେ ଅଛି
୫୯
ସିଏ ମୋ ଜଗନ୍ନାଥ
ମନ କଥା ଜାଣ ହେ ମନର ଠାକୁର
ହୃଦୟେ ରୁହ ବୋଲି ହୃଦୟର ନାଥ ।
କେବେ ହରାଏ କେବେ ଜିତାଇ ଥାଅ
କେବେ ପୁଣି ମଣିଷର ପରୀକ୍ଷା ନିଅ
ଥକି ଯାଏ ଯେବେ ଏଇ ମନ ମୋର
ତୁମ ଆଶ୍ରାରେ ଚଳାଏ ମୋ ସଂସାର ।
ଜୀବବ ମରଣ ସବୁ ତୁମରି ହାତରେ
୩୦
ତୁମେ ଦିଅ ଫଳ ତୁମ ଇଛା ଅନୁସାରେ
ଭାଗ୍ୟର ରେଖା କାଟି ଦେଇଛ ତୁମେ
ତୁମ ଇଛା ସବୁ ଯାହା ଭାଗ୍ୟେ ଘଟେ ।
ସର୍ବ ଗ୍ରହର କଷ୍ଟ ତୁମେ ହରି ନିଅ ନାଥ
ତୁମ ନାମ ମହୋଷଧିରେ ଜୀବନ ଧନ୍ୟ ।
ଦିଅ ନିତି ଟିକେ କରୁଣା ବାରି ହେ ନାଥ
ମନ ହେଉ ପବିତ୍ର ସରୁ ଜୀବନର କଷ୍ଟ ।
ଏ ସକାଳ ହେଉ ମଧୁମୟ ତୁମ ନାମରେ
ଜୀବନ ହେଉ ପୁଲକିତ ତୁମ ଦର୍ଶନରେ
ହରୁ ସକଳ ଗ୍ଳାନି ତୁମରି କରୁଣା ଜଳେ
ଦୁଃଖହାରି ହେ ଦୁଃଖସରୁ ତୁମ ନାମରେ ।
ଦୀନବନ୍ଧୁ ସହାୟ ହୁଅ ହେ ଦୀନ ଜନରେ
ଏତିକି ମାଗୁଣି ତୁମରି ପାଦ ଯୁଗଳରେ
ଜୟ ଜଗନ୍ନାଥରେ ଏଇ ଦିନ ଶୁଭ ହେଉ
ଜୟ ଜଗନ୍ନାଥରେ ସର୍ବାରିଷ୍ଟ ଖଣ୍ଡନ ହେଉ ।
୬୦
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ