ଅଧ୍ୟାୟ ୧୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ଜଗନ୍ନାଥ
୩୧
ତୁମ ପାଦରେ ଏ ଆତ୍ମା ସମର୍ପିତ
ପରମାତ୍ମା ହେ ତାରିପାର ତୁମେ
ମାରିପାର ତୁମେ ତୁମ ଇଛାରେ।
ନିମିତ୍ତ ମାତ୍ର ମୁଁ ତୁମରି ଦୟାରେ
ମିଛ ଅହମିକା ଏ ମଣିଷ ମନରେ
ନିଃଶ୍ୱାସକୁ ତ ଏଠି ବିଶ୍ୱାସ ନାହିଁ
କାହିଁ ମିଛ ନାଟକ ଜୀବନ କରଇ।
ହେ ଦୀନବନ୍ଧୁ....
ପାରି କରି ଦେବକି ସଂସାର ସିନ୍ଧୁ
ଆଖି ପାଏନା ଏସଂସାର ସାଗରକୁ
ଦରିଆ ଏ କୂଳରେ ଡାକୁଛି ତୁମକୁ
ସେ ପାଖରେ ମୋ ଛୋଟ କୁଡ଼ିଆ ।
ସେଇଠି ଅଛି ମୋ ଅଜଣା ଠିକଣା
ନିତି ସାଗର କୂଳେ ଓଲଟ ବୃକ୍ଷରେ
ଲୋଟଣୀ ପାରା ମୁଁ ଗୁମୁରି ମରେ ।
୬୧
ସିଏ ମୋ ଜଗନ୍ନାଥ
ଯାଇ ପାରୁନି ଏକୂଳରୁ ସେ କୂଳକୁ
ଆତ୍ମା ପକ୍ଷୀ ବାଉଳା ପରମାତ୍ମାକୁ ଭେଟିବାକୁ...
ଯନ୍ତ୍ରଣାରେ ଛଟପଟ ଜୀବନ ଏପଟେ
ତୁମେ କି ବୁଝିବ ତୁମେ ତ ସେପଟେ
ମନ ପକ୍ଷୀ ଉଡ଼ି ଯାରେ ସେ କୂଳକୁ
ସେଇଠି ଭେଟି କହିବୁ ନାରାୟଣଙ୍କୁ ।
ଦୁଃଖ ହାରି ପରା କଳିରେ ଦାରୁବ୍ରହ୍ମ
୩୧
ମିଳିବେ ସିଏ ଯଦି ସାଥିରେ ସୁକର୍ମ
ଯେତେ ଦିନ ମିଛି ସଂସାରରେ ଅଛୁ
ପାପ ଛାଡ଼ି ଦେଇ ପୁଣ୍ୟକୁ ସାଉଁଟୁ।
ହରି ନାମ ଯଦି ତୁଣ୍ଡେ ଧରି ଚାଲିଛୁ
କାହିଁକି ମନକୁ ପଙ୍କରେ ଘାଣ୍ଟୁ ଅଛୁ
ସରଳ କରିଦେ ଧନ ମନକୁ ତୋର
ଆପେ ସରିଯିବ ଏଇ ମନରୁ ଗରଳ ।
ହାରିଲୁ କେତେ ତୁ ଜିତିଲୁ କେତେ
କାହିଁକି ହିସାବ କରୁଅଛୁ ତୁ ଏତେ
ଦିନ ସରିଲେ ସରିବ ସବୁ ଏଇଠୁ
ଖାଲି ହାତେ ଆସୁ ଖାଲି ଫେରିବୁ ।
ଦେଖରେ ମନ ଗଲେଣି ତ କେତେ
କିଏ ନେଲା ମାନ ସନମାନ ସାଥେ
ସବୁ ପଡ଼ିଛି ଏଇଠି ସମ୍ପର୍କ ପଛରେ
ଆତ୍ମା ଯାଏ ପରମାତ୍ମା ପାଖରେ।
୬୨
ସିଏ ମୋ ଜଗନ୍ନାଥ
ଯଦି ପାରୁଛୁ ରେ ମନ ଖୋଜ ତାଙ୍କୁ
ହରିବେ କଷ୍ଟ ମିଳିବ ଶାନ୍ତି ମନକୁ
ଜୟ ଜଗନ୍ନାଥରେ ଏମନ ପବିତ୍ର
ତାଙ୍କ ଭଜନରେ ମିଳେ ତ ଆନନ୍ଦ।
ତେଣୁ ଡାକେ କଳାବଦନକୁ ନିତି
ହୃଦୟରେ କଳା ଚାନ୍ଦ ଆସେ ଉଠି
ନିତି ପ୍ରଣାମ କରେ ମଥାନତ କରି
୩୨
ମଙ୍ଗଳ କାରୀ ଶ୍ରୀହରି...
୬୩
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ