ଅଧ୍ୟାୟ ୨୦ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସକାଳ ପ୍ରଣତି ଘେନ ଭଗବାନ
କର ଯୋଡ଼ି ଜଣାଇଲି
୩୨
ସଦା ରହି ଥାଉ ତୁମ ପାଦେ ମନ
ଏତିକି ମୋ ମାଗୁଣି।
ଦର୍ଶନ ଦିଅ ହେ କଳା ଚାନ୍ଦ ମୋର
ରାତି ପାହିଲାଣି ପରା
ତୁମ ଦର୍ଶନରେ ଭାଙ୍ଗୁ ନିଦ
ଆହେ ନାଥ ସପନ ସରିଲା ।
ଜୀବନ ତରୀ ଭାସି ଯାଉ ତୁମରି
କରୁଣା ବାରି ଧାରାରେ
ପୋତି ହୋଇ ଯାଉ ଦୁଃଖ ସବୁତ
ତୁମରି ଶରଧା ବାଲିରେ ।
ଆନ ଭାବନା ନ ଆସୁ ତୁମ ଭାବନା
ରେ ଏମନ ମୋର ରହୁ
ଜଗତ ମଙ୍ଗଳ ପାଇଁ ନିରନ୍ତର
ମନ ତୁମକୁ ଡାକୁଥାଉ।
୬୪
ସିଏ ମୋ ଜଗନ୍ନାଥ
ମନର ବେଦନା ହରି ନେବ ହରି
ଏସକାଳ ଆରମ୍ଭ ରେ
ବୁଢ଼ିଆଣୀ ଜାଲ ପରି ମନ ଛନ୍ଦିଛି
କାହିଁ ଆନ ଭାବନାରେ।
ଦୟାକର ଦୀନବନ୍ଧୁ ତୁମ ନାମରେ
ମଙ୍ଗଳ ହେଉ ସଂସାରେ
ଅନ୍ଧ ପୁଟୁଳି ଖୋଲି ଯାଉ ଆଖିରୁ
୩୩
ତୁମ ଦିବ୍ୟ ଜ୍ୟୋତି ରେ।
ଆହେ ଦୟାମୟ ହେ ବିଶ୍ୱବିହାରୀ
ତୁମ ପାଦେ ଦିନ ସରୁ
ଜୀବନ ଯନ୍ତ୍ରଣା ତୁମରି ନାମ ଔଷଧି
ରେ ଉପସମ ମିଳୁ ।
ସକଳ କଷ୍ଟ ହରି ନିଅ ହରି ତୁମରି
ମୃଦୁ ମୃଦୁ ହସରେ ନାଥ
ତୁମକୁ ଦେଖି ସରି ଯାଉ ଦୁଃଖ ମନ
ରହୁ ତୁମ ପଦ୍ମ ପାଦ ।
ସରଳ କର ତୁମ ଦେବା ଜୀବନକୁ
ଫେରିବା ଯାଏ ଭଲରେ
କା ଲୁହର କାରଣ ମୁଁ କେବେ ନହୁଏ
ଜୀବ ଥିବା ଯାଏ ମହିରେ।
୬୫
ସିଏ ମୋ ଜଗନ୍ନାଥ
ଧନ ଜନ ମାନ ସନ୍ତାନ ଯାହା ଅଛି
ସବୁ ତୁମରି କରୁଣା
ଆଉ କି ମାଗିବି ଠାକୁର କେବଳ
କୃପା ମିଳୁ ଏଇ ପାଉଣା ।
ତୁମ ନାମରେ ଦିନ ଆରମ୍ଭ ହେଉ
ତୁମ ନାମେ ଯାଉ ସରି
କୁଜନ ଠାରୁ ମନ ଦୂରେଇ ନେବ
୩୩
ମୁଁ ସରଳ ମଣିଷ ହରି ।
ଲୋଡ଼ା ନାହିଁ ଛଳନାର ଗହଣା
ସତ୍ୟ ଗହଣା ମୋ ହେଉ
ଆହେ ନୀଳ ଶୈଳ ପୁଣ୍ୟର ଠିକଣା
ଜୀବନରେ ମିଳିଯାଉ ।
୬୬
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ