ଅଧ୍ୟାୟ ୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
୮
ତୁମ ପାଖେ ଏ ଜୀବନ ସମର୍ପିତ
ସମୟ ସ୍ରୋତେ ଭାସୁଛି ଜୀବନତରୀ
ଉଦ୍ଧାର କର ମାଧବ ହେ ଦୈତାରୀ ।
ନୀଳ ନୀଳ ସେଇ ସାଗର କୂଳରେ
ବସିଛ ଠାକୁର ହେ ନୀଳାଚଳ ରେ
କି ସୁନ୍ଦର ଦିଶେ ସେ ନୀଳ କନ୍ଦର
ସବୁଠୁ ସୁନ୍ଦର ତୁମେ ନୀଳ ମାଧବ ।
ଶୂନ୍ୟ ଏ ମନ ମନ୍ଦିର ଝଲସି ଉଠେ
ତୁମ ଭାବନା ରେ ମନ ପୁରି ଉଠେ
ଏଇ ମନ ମୋର ଲୋଟଣୀ ପାରା
ମନ ଶ୍ରୀ ମନ୍ଦିରେ ବସା ବାନ୍ଧିଛି ପରା ।
କଳ୍ପବଟ ରେ ବାନ୍ଧିଛି ମନର ଡୋରି
ମନସ୍କାମନା ପୁରଣ କର ଶ୍ରୀହରି ।
ପଙ୍କଜ ପାଦକୁ କରେ କୋଟି ପ୍ରଣାମ
ସେ ପାଦେ ସଦା ରହୁ ଏ ପାପ ମନ ।
୧୬
ସିଏ ମୋ ଜଗନ୍ନାଥ
ଭାବନା କର ମାର୍ଜିତ ପ୍ରଭୁ ଜଗନ୍ନାଥ
ସକାଳୁ ଏମନ ଲାଗୁ ଥାଉ ପବିତ୍ର ।
ତନ ମନ ପବିତ୍ର କର ତୁମ ନାମରେ
ଜୀବନ ହେଉ ଧନ୍ୟ ତୁମ ଭଜନରେ ।
ଶୂନ୍ୟ ମନରେ ଥାଅ ଶୂନ୍ୟ ଦେବତା
ମୋ ଭାବନାରେ ନିତି ତୁମେ ଆସୁଥା
ଭାବ ଦିଅ ଏ ଅଭାବି ମନରେ ମୋର
୯
ତୁମ ନାମରେ ସର୍ବ ମଙ୍ଗଳ ନାରାୟଣ ।
ସୁଖ ଅବା ଦୁଃଖ ଯାହା ଥାଉ ଭାଗ୍ୟରେ
ସବୁ ସମର୍ପିତ ତୁମରି ପାଦ ପଦ୍ମରେ
ଜଗତର ମଙ୍ଗଳ କର ହେ ଜଗନ୍ନାଥ
ସକାଳୁ ସାତ୍ତ୍ୱିକ ଭାବନା ହେଉ ଜାଗ୍ରତ ।
ଜୀବନର ଆରମ୍ଭରୁ ଶେଷରେ ତୁମେ
ଜନମ ଜୁଇରୁ ମରଣ ଜୁଇ ତୁମ ନାମରେ
ତେଣୁ ସକାଳ ପ୍ରଣତି ଘେନ ଠାକୁରେ
ବାନା ଘୋଡ଼ାଇ ରଖି ସର୍ବ ଜନ ଜଗନ୍ନାଥେ ।
୧୭
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ