ଅଧ୍ୟାୟ ୨୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ଜଗନ୍ନାଥ
ତୁମ ପାଖେ ହେଲି ସମର୍ପିତ ।
୩୪
ତୁମେ ସତ୍ୟ ତୁମେ ଶିବ ତୁମେ ସୁନ୍ଦର
ତୁମେ ପ୍ରେମ ତୁମେ ଭକ୍ତି ତୁମେ ଚିରନ୍ତନ ।
ତୁମେ ବ୍ରହ୍ମା ତୁମେ ବିଷ୍ଣୁ ତୁମେ ମହେଶ୍ୱର
ତୁମେ ପରମବ୍ରହ୍ମ ତୁମେ ଧର୍ମ ସନାତନ
ତୁମେ ରାମ ତୁମେ ଶ୍ୟାମ ତୁମେ ଦାରୁବ୍ରହ୍ମ
ତୁମେ ରାମାୟଣ ତୁମେ ଗୀତା ମହାଭାରତ
ତୁମେ ଋକ୍ ତୁମେ ଯଦୁ ଶ୍ୟାମ ଅଥର୍ବ ବେଦ
ଭେଦି କେ ପାରିବ ତୁମ ରହସ୍ୟ ତୁମେ ପରା
ରହସ୍ୟ ମୟ ଜଗନ୍ନାଥ... ।
ବୁଝୁ ବୁଝୁ ତୁମକୁ ଦିନ ସରି ଯାଏ ନାଥ
ତୁମକୁ ବୁଝିବା କେବେ ନୁହେଁ ମୁଁ ସମର୍ଥ
ଯା, ଙ୍କ ପାଦକୁ ଗଙ୍ଗାମାତା ଧୁଅନ୍ତି ନିତି
କୀଟଠୁ ବ୍ରହ୍ମାଣ୍ଡ ସବୁଠି ଯାହାଙ୍କର ସ୍ଥିତି
ଯେଉଁ ନାମରେ ଜୀବ ହୁଏ ସଂସାରୁ ମୁକ୍ତି
ଯେଉଁ ଓଁକାର ଶବ୍ଦରେ ଏ ବ୍ରହ୍ମାଣ୍ଡ ସୃଷ୍ଟି।
୬୭
ସିଏ ମୋ ଜଗନ୍ନାଥ
ଯାହାଙ୍କ ଇଛାରେ ରାତି ପାହି ସକାଳ ହୁଏ
ଯାହାଙ୍କ ଦୟାରେ ଜୀବ ଜାଗ୍ରତ ହୋଇ
ଚେତନା ଫେରିଯାଏ ।
ସୁଶୀତଳ ଜଳ ଯାହାଙ୍କ ଦୟାରୁ ଝରିଯାଏ
ନିଃଶ୍ୱାସ ପ୍ରଶ୍ୱାସ ହୃଦୟ ଯା ପାଇଁ ଚାଲୁଥାଏ
କେମିତି ବର୍ଣ୍ଣନା କରିବି ମୁଁ ଛାର ନାରୀ ତାଙ୍କୁ
କିଅବା ବୁଝିଛି ଅଜ୍ଞାନି ଟିଏ ତୁମ ମହତ୍ୱକୁ
ସାଧୁ ସନ୍ଥ ଯେଉଁଠି ବୁଝି ନାହାନ୍ତି ଆଜି ଯାଏ
୩୪
ସେ ଗୂଢ ରହସ୍ୟ ଏ ମୃଢ କି ବୁଝି ପାରେ ।
ଏତିକି ଜାଣିଛି ସଂସାର ଚଳେ ତୁମରି ନାମରେ
କି ଯାଦୁ ଅଛି ନାମରେ ଜୀବ ଭବସାଗରୁ ତରେ ।
ଶୁଣିଛି ପଡ଼ିଛି ଶାସ୍ତ୍ରରୁ କେତେ କେତେ ତରିଛନ୍ତି
ଶିଶୁଟିଏ ଖୋଜି ତୁମକୁ ଧୃବ ତାରା ହୋଇ ଅଛି
କେତେ ପାପି ଧରି ଅଛନ୍ତି ତୁମରି ମଧୁର ନାମକୁ
ଦସୁ୍ୟ ରନôାକର ବାଲ୍ମୀକି ହୋଇଲା ଭଜି ନାମକୁ ।
ମିଛ ସଂସାରରେ ମିଛ ନାଟକ ତୁମେ ନିର୍ଦ୍ଦେଶକ
ଅଭିନୟ ସରିଲେ ଯବନିକା ଜୀବନ ନାଟକର
କାହିଁକି ମିଛ ଅଭିନୟ ଦେଲ ଠାକୁର ହେ କରି
କରି ଅଭିନୟ ଥକି ଗଲି ଆଜି... ।
ଛନ୍ଦା ଚରଣରେ ବାନ୍ଧିଦିଅ ମନ ଜୀବ ପାଉ
ମୋକ୍ଷ ଗତି.... ।
୬୮
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ