ଅଧ୍ୟାୟ ୨୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ଜଗନ୍ନାଥ
ଏ ମନର ମୂଳେ ତୁମେ ହେ ଗୋବିନ୍ଦ
୩୫
ଆସ ଠାକୁର ଶୂନ୍ୟ ହୃଦୟକୁ ମୋର
ଆଖି ଖୋଲି ଦେଲେ ଦିଶିଯାଅ ଠାକୁର
ସକାଳୁ ହେଉ ମୋ ହୃଦୟ ଭକ୍ତି ମୟ
ଖାଲି ପଡ଼ି ଅଛି ଏ ହୃଦୟ ସିଂହାସନ ।
ସାଇତି ରଖିଛି ଭକତି ଫୁଲ ତୁମ ପାଇଁ
ଧୋଇ ଦେବି ପାଦ ଆଖିର ଲୁହ ନେଇ
କୋହରେ ଆଳତୀ କରିବି ହେ ଠାକୁର
ମନର ନୈବେଦ୍ୟରେ ପୂଜିବି ପୟର ।
କର୍ମ ଜାଣିନି ଧର୍ମ ଜାଣନି ଜାଣେ ତୁମକୁ
ରଖ ଠାକୁର ତୁମ ଅଦୃଶ୍ୟ ପାଦ ପଦ୍ମକୁ
ଯେଉଁ ପାଦରେ ମୁକ୍ତି ପାଆନ୍ତି ସାଧୁଜନ
ସେ ପାଦର ଦର୍ଶନ ଦିଅ ହେ ଭଗବାନ ।
ନୁହେଁ ଭକତ ତୁମ ଭକତ ତାଲିକାରେ
ତୁମ ନାମ ଧରି ବାଟ ଚାଲେ ଠାକୁରେ
୬୯
ସିଏ ମୋ ଜଗନ୍ନାଥ
ସଂସାରି ଜଣେ ମୁଁ ନାରୀଟିଏ ସଂସାରେ
ରଖିବ ଠାକୁର ତୁମ କରୁଣା ଜଳରେ।
ତଥାପି ଭରସା ଅଛି ତୁମଠି ଜଗନ୍ନାଥ
ପାରି କରିବ ନିଶ୍ଚୟ ଏ ସଂସାର ରଥ
ଭଙ୍ଗା ମନରେ ଦେବ ଧୈର୍ଯ୍ୟର ମଲମ
ଚାଲିବି ସମାଜ ପଥେ ଧରି ତୁମ ନାମ ।
୩୫
ମିଳୁ ହେ ନାଥ ଟୋପେ ତୁଳସୀର ଜଳ
ମରୁ ମନୁ କାମନା ବାସନା ସବୁ ଜୀବନର
ତୁମ ପାଦେ ଏ ଜୀବନ ହେଉ ସମର୍ପଣ
ମିଛ ଏ ସଂସାର ମିଛ ଅଟ ଏଇ ସମ୍ପର୍କ ।
ସତ ତୁମେ ନାଥ ଏକା ଏଈ ସଂସାରରେ
ତୁମକୁ ଖୋଜି ଖୋଜି ଏମନ ପବିତ୍ର ହେଉ
ତୁମକୁ ପାଇବାର ଆନନ୍ଦ ମନ ଜାଣିଥାଉ ।
ଲୋଡ଼ା ନାହିଁ ଧନ ଦୌଲତ ତୁଛା ସମ୍ପର୍କ
ଲୋଡ଼ା ନାଥ ମୋର ନିତି ତୁମ ଭାବବନ୍ଧନ
ଭାବରେ ବାନ୍ଧିଥାଅ ତୁମେ ହେ ଜଗନ୍ନାଥ
ଆନ ଭାବନାରେ ମନ ନ ହେଉ କଳଙ୍କିତ ।
ସରଳ କର ଗରଳ ହର ହେଉମନ ମାର୍ଜିତ
ସୁଭାବନା ଭର ନାଥ ମନ ହେଉ ପୁଲକିତ
ପାପ ଜାଣୁନି ପୁଣ୍ୟ ଜାଣୁନି ଜାଣିଛି ତୁମକୁ
ତୁମେ ଏକା ଜ୍ୟୋତିର୍ମୟ ରଖ ଏ ଜଗତକୁ ।
୭୦
ସିଏ ମୋ ଜଗନ୍ନାଥ
ଅଳନ୍ଧୁ ହୋଇଲା ମନରେ ବହୁତ ହେ ନାଥ
ତୁମ ନାମ ନେଇମନ ସଫା ହୋଇ ଯାଉତ
ଅଳନ୍ଧୁ ମନରେ ତୁମକୁ ଖୋଜିଲେ କିଲାଭ
ସଫା ହେଉ ମନ ତୁମ ନାମରେ ଭଗବାନ ।
ଜୟ ଜଗନ୍ନାଥରେ ସର୍ବ ମଙ୍ଗଳ ହେଉ
ଜୟ ଜଗନ୍ନାଥରେ ମନକୁ ଶାନ୍ତି ଭରିଯାଉ
ହେ ମହାବାହୁ ଏ ମନ ତୁମ ପାଦେ ରହୁ ।
୩୬
୭୧
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ