ଅଧ୍ୟାୟ ୨୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ଜଗନ୍ନାଥ
୩୬
ତୁମପାଖେ ମୁଁ ହେଲି ସମର୍ପିତ
ମୁଁ ବୋଲି ଯେଉଁ ଅହଂ ଭାବକୁ
ନାଶ କର ନାଥ ମୋର ମନରୁ।
ସକାଳ ହେଲେ ଆସ ମନରେ
କଟିଯାଉ ଏଦିନ ସୁଭାବନାରେ
ଦିନଯାଉ ଭଲେ ତୁମ ନାମରେ
ହରିନାମ ସାର ପରା ସଂସାରେ ।
ଭାଙ୍ଗି ଯାଇଥିବା ମନ ଗଢ଼ି ହୁଏ
ହଜିଯିବା ସ୍ୱପ୍ନ ସବୁ ଫେରିଆସେ
କାହିଁକି କେଜାଣି ନାଥ ଏ ଜୀବନ
ଭାର କଷ୍ଟ ଦିଏ ବେଳେ ବେଳେ ।
ବୁଝିକି ଅବୁଝା ଏ ମାୟା ସଂସାର
ଇଛାରେ ହସାଅ ଇଛାରେ କନ୍ଦାଅ
ତୁମ ଇଛାରେ ଚାଲୁଛି ମୁଁ ଈଶ୍ୱର
୭୨
ସିଏ ମୋ ଜଗନ୍ନାଥ
କେବେ ନିଅ ତତଲା ବାଲି ରେ
କେବେ ଭସାଅ ସାଗର ଭିତରେ ।
ଇଛାରେ ଚାଲେ ମୁଁ ମଣିଷ ଟିଏ
ସବୁତ ତୁମର ମୁଁ ଅବା ଆଉ କିଏ
ଯାହା ଏମନ ଭାବନା ସବୁ ତମର
ଖାଲି ହାତ ଯୋଡ଼େ ହେ ଈଶ୍ୱର।
ଭଲ ଲାଗେ ତୁମରି ନାମ ନେଲେ ୩୭
ତୁମ ନାମେ ଜୀବନ ଭେଳା ଚାଲେ।
ବୁଝେ ମନ ତୁମପରି କେଇ ନୁହେଁ
ଖୋଜିଛି ଜୀବନରେ ଅନେକ କିଛି
ଶେଷରେ ତୁମରି ନାମକୁ ତ ପାଇଛି
ତୁମ ନାମରେ ମନେ ଆନନ୍ଦ ଭରିଛି ।
ଅଧମ ମଣିଷକି ବୁଝେ ତୁମ ମାୟାକୁ
ମାୟାଜାଲରେ ଛଟପଟ କରେ ନିଜକୁ
ଯଦି ବୁଝନ୍ତେ ସଭିଏଁ ମଛି ଏ ସଂସାର
କାହିଁକି ଲାଗନ୍ତା ପ୍ରଭୁ ଏତେ ବେପାର ।
ମୁକ୍ତ ନାହିଁ ତୁମ ପଦ୍ମପାଦ ବିନା ମଣିଷକୁ
ମାଗୁଛି ଆଞ୍ଜୁଳାଏ ଆଶିଷ ତୁମ ପାଖରୁ
ଦିଅ ହେ ନାଥ ସଭିଙ୍କୁ ତୁମ ତୁଳସୀ ଜଳ
ତନମନ ହେଉ ପବିତ୍ର ଏ ମଣିଷ ମନର ।
୭୩
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ