ଅଧ୍ୟାୟ ୨୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ତୁମ ପାଦରେ କୋଟି ଦଣ୍ଡବତ
ହେ ଜଗନ୍ନାଥ
୩୭
ସଂସାର ଭିତରେ ଗୃହିଣୀ ଜଣେ
କେମିତି ଡାକିବି ଜଞ୍ଜାଳ ଘାରେ
ଥକିପଡ଼େ ମନ ଥକେ ଏ ଜୀବନ
ଛଳନା ଗହଣା ଭାରି ହୁଏ ମୋର ।
ପିନ୍ଧି ପାରୁ ନାହିଁ ଛଳନାର ଗହଣା
କେମିତି ଚାଲିବି ଏ ମନ ଆନମନା
ଦେବକି ହେ ଠାକୁର ସେ ଠିକଣା
ଯେଉଁଠି ମିଳିବ ନାହିଁ ଏ ଛଳନା ।
ବନ୍ଧା ପଡ଼ିଛି ଏମନ ମିଛ ପାଖରେ
ସତ ରହିଲା ପ୍ରଭୁ ବହୁତ ଦୂରରେ
ତଥାପି ଠାକୁର ହେ ଡାକୁଛି ତୁମକୁ
ପାରି କରିଦେବକି ଏ ଭବସାଗରୁ।
ଗ୍ରହାଧିପତି ହରି ଜଗତ ପିତା
ହର ହର ଏଇ ମନରୁ ସକଳ ଚିନ୍ତା
ଚାହିଁ ଦିଅ ବାରେ ପଦ୍ମ ନେତ୍ର ରେ
ଶୁଭ କର ନାଥ ସବୁ କ୍ଷେତ୍ର ରେ ।
୭୪
ସିଏ ମୋ ଜଗନ୍ନାଥ
ତୁମେ ସେଇ ନୁହେଁକି ହେ ଠାକୁର
ଭକତ ପାଇଁ ତ ସଦା ଥାଅ ତତ୍ପର
ବାର ବାର ଜନ୍ମ ନିଅ ଭକତ ପାଇଁ
ଆଜି ନାଥ ନୀରବ ତୁମେ କାହିଁ ।
ପତିତ ପାଇଁ ତୁମେ ପତିତ ପାବନ
ଭକତକୁ ଭୋଗ ଥାଳି ଯାଚି ଦେଲ
ଭକ୍ତ ପାଇଁ ରଥ ଯାର ଅଟକି ଯାଏ
୩୮
ଭକତ ଡାକରେ ଅଧିର ଯିଏ ହୁଏ ।
ଆତୁର ଡାକରେ ଗଜ ଉଦ୍ଧାର କଲ
ବିକଳ କ୍ରନ୍ଦନରେ ମୃଗୁଣୀକୁ ତାରିଲ
କୁବୁଜା ଚନ୍ଦନ ଟିପାରେ ସୁନ୍ଦରୀକଲ
ଘୋରୁ ନାହିଁ କି ମୁଁ ତୁମ ପାଇଁ ଚନ୍ଦନ ।
ଭକତ ପାଇଁ ଏଶଙ୍ଖ ଚକ୍ର ଗଦା ପଦ୍ମ
ଭକତ ନିମନ୍ତେ ହରି ଭକତ ବାନ୍ଧବ
ତୁମେ ପ୍ରଭୁ ନୁହେଁ କିହେ ସେଇ ଠାକୁର
କଳିରେ ଲୀଳା କରୁଛ କଳା ଠାକୁର ।
ହସାଇ ଦିଅ ବାରେ ପୁଣି କନ୍ଦାଇ ଦିଅ
ସବୁଠି ଭକତର ପରୀକ୍ଷା ନେଇ ଥାଅ
ବରଷକ ସାରା ଲୀଳା କର ଲୀଳାମୟ
ଳୀଳା ମୟ ବୋଲି ହୁରିପଡ଼େ ସଂସାର ।
୭୫
ସିଏ ମୋ ଜଗନ୍ନାଥ
ସଦା ସମର୍ପିତ ତୁମରି ପାଦ ଯୁଗଳରେ
ପାଞ୍ଚାଳୀ ପରି ମାନ ରଖିବ ସଂସାରରେ
ଆସନ୍ତି ଅନେକ ତ ଛଳନାରେ ପାଖକୁ
ମୁଖା ଖୋଲିଯାଏ ପ୍ରଭୁ ତୁମରି ନାମରୁ।
ରଖିବ ସରଳ ମନକୁ ନାଥ ଚକ୍ରବୃହ୍ୟରୁ
ଅଭିମନୁ୍ୟ ପରି ବାହାରି ପାରୁନି ପଦାକୁ
ଯୋଡ଼ି କର ଡାକୁଛି ମୁଁ ଆତୁର ହୋଇ
୩୮
ରଖିବ ଠାକୁର ତୁମ ପାଦେ ଆଶ୍ରା ଦେଇ ।
ଜୟ ଜଗନ୍ନାଥ ହେ ସର୍ବ ମଙ୍ଗଳ କର
ଜୟ ଜଗନ୍ନାଥ ହେ ଭଜନ ଶେଷ ମୋର
ଜୟ ଜଗନ୍ନାଥ ।
୭୬
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ