ଅଧ୍ୟାୟ ୨୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସକାଳୁ ଉଠିଲେ ଆଖି ଆଇନାରେ
ତୁମ ଛବି ଚାଲି ଆସେ
୩୯
ମନ ଅଗଣା ମୋର ଆପେ ଆପେ
ତୁଳସୀ ତୁଳସୀ ବାସେ ।
ଫୁଟିଯାଏ ଭକତି ଫୁଲ ସବୁ ତୁମରି
ସେବା ପାଇଁ ନିତି
ମନର ନୈବେଦ୍ୟ ବାଢ଼ି ଦିଏ ସକାଳୁ
ମନ ହୋଇଯାଏ ଖୁସି ।
ସକାଳ ପ୍ରଣତି ଘେନ ଏତିକି ମୀନତି
ମୋର ହେ ଭଗବାନ
ଯାହା ଦେଇଅଛ ଜୀବନେ ସବୁପରା
ତୁମରି ଦାନ
ହେଉ ସୁଖ ଅବା ଦୁଃଖ ନାହିଁ ମୋର
ମନେ ଅଭିମାନ ।
ସକାଳ ପ୍ରଣତି ଢାଳିଦେଲି ତୁମପାଦେ
ଯୋଡ଼ି ଦୁଇ ହସ୍ତ ମୋର
ସମର୍ପିତ ଏ ଜୀବନକୁ ତୁମ ପାଖରେ
ଜୀବନ ଦାତା ହେ ଭଗବାନ ।
୭୭
ସିଏ ମୋ ଜଗନ୍ନାଥ
କୋଟି ହୃଦୟର ମୌଡ଼ମଣିହେ ଜାଣ
କୋଟି ମନର କଥା
ସେଥିପାଇଁ ସିନା ସହିପାରିନି କେବେ
କାହାରି ମନର ବ୍ୟଥା ।
ଭାଙ୍ଗି ଯାଇଥିବା ମନରେ ଦିଅ ତୁମେ
ଶତ ସିଂହର ବଳ
ସଂସାର ଦାଣ୍ଡରେ ଚାଲିବାକୁ ତୁମେ
୩୯
ଅନ୍ଧର ଆଶା ବାଡ଼ି ଭଗବାନ ।
ମନ ସିଲଟରେ ମୋ ତୁମ ନାମ ସଦା
ରହିଥାଏ ଲେଖା
ଅଲିଭା ଗାର ଟାଣି ହୋଇଯାଏ ଜମା
ଲିଭେନା ହେ ଭାଗ୍ୟ ବିଧାତା ।
ଖାଲି ସକାଳ ନ ହେଉ ସାରା ଦିନ
ହେଉ ଶୁଭ ମୟ
ଶୁଭଙ୍କର ହେ କଳା ଠାକୁର ହେ ଦିବ୍ୟ
ଦିଅ ତୁମର...
ଜୟ ଜଗନ୍ନାଥରେ ଦିନ ଆରମ୍ଭ ହେଲା
ଜଗତର
ଜୟ ଜଗନ୍ନାଥରେ କର୍ମମୟ ଶୁଭ ହେଉ
ସଭିଙ୍କର ଏ ସଂସାରର।
୭୮
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ