ଅଧ୍ୟାୟ ୨୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ କଳା ଠାକୁର
କେମିତି ସମୟ ଯାଏ ପୁଣି ସକାଳ ହୁଏ
୪୦
ଏ ମନରେ ଭକ୍ତି ଭାବନା ଜାଗ୍ରତ ହୁଏ
ହେ କାଳ ନିୟନ୍ତା ସକଳ ଶକ୍ତିର ଆଧାର
ତୁମେ ବିଶ୍ୱନିୟନ୍ତା ଦାରୁବ୍ରହ୍ମ ଜଗନ୍ନାଥ
ତୁମ ବିନା ନାଥ ଏ ଗଛର ପତ୍ର ହଲେନା
ତୁମ ବିନା ରାତି ଯାଇ ସକାଳ ଆସେନା
ତୁମେ ଅଛ ବୋଲି ଏସୃଷ୍ଟି ଅଛି ଠାକୁର
ନିଃସ୍ୱାସ ପ୍ରଶ୍ୱାସରେ ତୁମେ ଚାଲୁ ଅଛ
କୀଟଠୁ ବ୍ରହ୍ମାଣ୍ଡ ତୁମେ ପରିବ୍ୟାପ୍ତ ନାଥ
ବୁଝିଲାଯିଏ ବୁଝେଇବା ଦରକାର ନାହିଁ
ଅବୁଝା ମଣିଷ ତ ପାପ ପଙ୍କରେ ପଡ଼ଇ ।
କେତେ କେତେ ରୂପ ତୁମର ହେ ଠାକୁର
ପ୍ରତି ରୂପକୁ ତୁମ କରେ କୋଟି ନମସ୍କାର
ଏ ସକାଳ ହେଉ ତୁମ ନାମରେ ମଧୁମୟ
ବାଜୁ ତୁମ ପ୍ରେମ ବଂଶୀ ହେ ନୀଳମାଧବ
ମୋହନ ବଂଶୀରେ ଜଗତ ହେଉ ମୋହିତ
୭୯
ସିଏ ମୋ ଜଗନ୍ନାଥ
ମମତାର ମନ୍ତ୍ର ଶୁଣି ତୃପ୍ତି ପାଉ ସବୁ ଅନ୍ତର
ମମତା ପଡ଼ିଛି ମହଙ୍ଗା ପ୍ରେମ ହେଲା ଶସ୍ତା
ଦିଅ ଶାନ୍ତିରେ ମନ୍ତ୍ର ଜୀବନେ ଭରୁ ମଧୁରତା।
ନ୍ୟାୟ ଠାକୁର ଧରିଛ ତୁମେ ନ୍ୟାୟ ନିକିତି
ପାପ ପୁଣ୍ୟର ହିସାବ କରୁଛ ଗଣିତ କଷି
କେତେ ପାପ କେତେ ପୁର୍ୟ ମୋର ଜାଣିକି
କ୍ଷମାକର ଦୋଷ ହେ ନାଥ ଏହି ମାଗୁଣି ।
୪୦
ସର୍ବ ଦୋଷ କ୍ଷମା କରି ଦିଅ କରୁଣା ଭରି
ତୁମ ତୁଳସୀ ଜଳରେ ଜୀବନ ଉଠୁ ପୂରି
ପତିତପାବନ ବାନା ତଳେ ରହୁ ଏ ପତିତ
ତୁମ ନାମ ଲେଖିବାରେ ନିତି ଚିତ୍ତ ଆନନ୍ଦ ।
୮୦
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ