ଅଧ୍ୟାୟ ୨୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
ଏ ଜୀବନ ତୁମକୁ କଲି ସମର୍ପତ ।
୪୧
ବେଳୁ ବେଳ ଭାଙ୍ଗି ଯାଏ ଏମନ
ପ୍ରତି ଟୁକୁଡ଼ା ରେ ଦିଶ ଭଗବାନ
ତୁମ ପ୍ରତିବିମ୍ବ ଏ ହୃଦୟରେ ଥାଉ
ମନ ତୁମ ପାଖେ ସମର୍ପିତ ହେଉ ।
ଲୋଡ଼ା ନାହିଁ ଏଇ ତୁଚ୍ଛା ସଂସାର
ତୁମ ନାମରେ ଆସୁ ପ୍ରତି ସକାଳ
ମୁଁ ଜାଣେନା ଭକ୍ତିଭାବ ହେ ନାଥ
ତୁମ ନାମ ନେଉଚି ସକାଳୁ ସଞ୍ଜ ।
ଭରସା ନାମରେ ଜୀବନ ଚାଲୁଛି
ତୁମ ଇଚ୍ଛାକୁ ମୁଁ ସମ୍ମାନ ଦେଉଛି
କେବେ ହସାଅ ହସିଦିଏ ଠାକୁର
ପୁଣି କନ୍ଦାଅ ଲୁହ ଝରିଯାଏ ନାଥ ।
ଜାଣିଛି ଖାଲି ମିଛ ଏସବୁ ସପନ
ନିଦ ଭାଙ୍ଗିଗଲେ ଅଧୁରା ଜୀବନ
୮୧
ସିଏ ମୋ ଜଗନ୍ନାଥ
କେତେ ଆସନ୍ତି ଯାଆନ୍ତି ଏଠି ନିତି
ଫେରି ଯିବେ ସବୁ ପଡ଼ିବ ଏମାଟି ।
କାହିଁକି ଦେଖିବି ଏଇ ତୁଛା ସପନ
କଟି ଯାଉ ଭଲେ ଜୀବନ କିଛି ଦିନ
ଏହୃଦୟରୁ ଖାଳି ମମତା ଝରୁ ଥାଉ
ତୁମ ନାମରେ ଏ ଜୀବନ ସରି ଯାଉ ।
୪୧
କାହା ଅନିଷ୍ଟ ଏ ମନ କେବେ ନଭାବୁ
ସଭିଙ୍କ ଖୁସିରେ ମୋର ଜୀବନ ହସୁ
ଏ ସକାଳ ହେଉ ସୁନ୍ଦର ସଭିଙ୍କ ପାଇଁ
ମୀନତି ତୁମକୁ ମଙ୍ଗଳ କର ହେ ସାଇଁ ।
ଜୟ ଜଗନ୍ନାଥରେ ମନ ପବିତ୍ର ହେଉ
ଜୟ ଜଗନ୍ନାଥରେ ଦିନ ଶୁଭ ହେଉ
ଜୟ ଜଗନ୍ନାଥରେ ଶାନ୍ତି ଫେରିଆସୁ
ଜୟ ଜଗନ୍ନାଥ ରେ ମନ ଶୁଭ ମନାସୁ ।
୮୨
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ