ଅଧ୍ୟାୟ ୨୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନହେ ଭଗବାନ
ଆଖି ଖୋଲିଲି ହୋଇଲା ସକାଳ
୪୨
ତୁମ ପାଖେ ମନ ରହୁ ଜଗନ୍ନାଥ
ଲୋଡ଼ା ନାହିଁ ପ୍ରଭୁ ମାନ ସନମାନ
ତୁମ ଥାଅ ପାଖେ ହେ ଭଗବାନ ।
ସକାଳରେ ଆସ ନିଦ ଗଲା ପରେ
ରାତିରେ ଆସ ଏ ନିଦୁଆ ଆଖିରେ
ଆସି ନିତି ପୁଣି ସୁନେଲି ସପନରେ
ଆସ ନାଥ ହାଲୁକା ମନ ଭିତରେ ।
ଏ ଛାତିରେ ସ୍ପନ୍ଦନରେ ଥାଅ ତୁମେ
ପୁଣି ନିଃଶ୍ୱାସ ଓ ମୋ ବିଶ୍ୱାସରେ
ମନର ଆବେଗରେ ପୁଣି ଠାକୁରେ
ସୁ ଭାବନାରେ ଆସ ତୁମେ ମନରେ
ଆସ ଚିନ୍ତା ଚେତନା ଏ ବିବେକରେ ।
କୀଟଠୁ ବ୍ରହ୍ମାଣ୍ଡ ତୁମେ ହେ ଠାକୁର
ଅନୁଭବରେ ଅଛ ଅନୁଭବର ଠାକୁର
୮୩
ସିଏ ମୋ ଜଗନ୍ନାଥ
ଆଖି ଖୋଲି ଦେଲେ ଅନୁଭବ କରେ
ତୁମେ ଅଛ ନାଥ ମୋ ଚାରିପାଖରେ ।
ଆସ ହେ ନାଥ ସକାଳ ସୁରୁଜ ହୋଇ
ତିମିର ନାଶି ଯାଉ ଆଲୋକ ବିଛାଇ
ଆସ କାକଳିମା କୋଳାହଳ ଭିତରେ
ଜୀବନୁ ନୀରବତା ରହି ଯାଉ ଦୂରରେ ।
୪୨
ସକାଳର ଓଁକାର ଧ୍ୱନିରେ ଆସ ନାଥ
ପୁଣି ଫୁଲ ପାଖୁଡ଼ାରେ ଦିଅ ମୃଦୁ ହସ
ଧୂପ ଦୀପ ନୈବେଦ୍ୟ ରେ ଆସ ଘରକୁ
ସୁ ଭାବନା ଭରିଦିଅ ଏ ପାପି ମନକୁ ।
ତନମନ ପବିତ୍ର ହେଉ ତୁମରି ନାମରେ
ଜୀବନ ବୁଝୁ ମଣିଷ ଏ ମିଛ ଦୁନିଆଁରେ
ଅହଂଭାବ ନରହୁ ଏମନକୁ ଶାନ୍ତ କର
କୁଭାବନା ନାଶକରି ଦିଅ ହେଭଗବାନ ।
ମଙ୍ଗଳ କର ହେ ମଙ୍ଗଳ ମୟ ଭଗବାନ
ଶୁଭ କର ସାରା ଦିନ ଶୁଭଙ୍କର ଠାକୁର
ଯେଉଁ ନାମରେ ଗଗନ ପବନ ପ୍ରକମ୍ପିତ
ସେଇ ନାମ ତୁଣ୍ଡେ ଥାଉ ହେ ଜଗନ୍ନାଥ ।
ନ ଦେଖୁ ଆଖି ମୋର କାହାର ଲୁହକୁ
ସଭିଏଁ ହସନ୍ତୁ ଏତିକି ମାଗୁଣି ତୁମକୁ
୮୪
ସିଏ ମୋ ଜଗନ୍ନାଥ
ସକାଳ ହେଉ ମଧୁମୟ ଭରି ମହକକୁ
ଖୁସି ଦିଅ ହେ ଠାକୁର ସବୁ ଜନ ମାନକୁ ।
ଜୟ ଜଗନ୍ନାଥରେ ଦିନ ମଙ୍ଗଳ ହେଉ
ଜୟ ଜଗନ୍ନାଥରେ ଏକଷ୍ଟ ସରି ଯାଉ
ତନମନ ପବିତ୍ର ନାମରେ ପବିତ୍ର ହେଉ
ଧନ୍ୟ ହେଉ ମଣିଷ ତୁମ ନାମ ଜପୁ ଥାଉ ।
୪୩
୮୫
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ