ଅଧ୍ୟାୟ ୨୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସକାଳ ପ୍ରଣତି ଘେନ ମହାପ୍ରଭୁ
ସମର୍ପିତ କଲି ପାପ ପୁଣ୍ୟ ସବୁ
୪୩
ଜୀବନ ପାତ୍ର ମୋ ଭରିଛ ପ୍ରଭୁ
ତୁମରି କରୁଣା ଢାଳି
ଶୂନ୍ୟ ମନ୍ଦିରରେ ଆସ ପ୍ରଭୁ ଚାହଁ
ରହେ ଧରି ଅର୍ଘ୍ୟ ଥାଳି ।
ଯାହା ଦେଖେ ଆଜି ଚାରିପାଖେ
ତୁମରି ଦାନରେ ପ୍ରଭୁ
ସୁନାର ସଂସାର ଏ ସୁନ୍ଦର ଭାବ
ତୁମରି ଦାନରେ ସବୁ ।
ଯାହା ଚାହିଁଛି ସବୁ ତ ଦେଇଛ
ନ ଦେଲ ବୋଲି କହିବି କି ଆଉ
ତୁମରି ନାମରେ ଏ ଜୀବନ ପ୍ରଭୁ
ସରି ସରି ଯାଉ।
ଅଖିଳ ବ୍ରହ୍ମାଣ୍ଡପତି ହେ ତୁମେ ତ
ଜୀବନ ଦାତା
୮୬
ସିଏ ମୋ ଜଗନ୍ନାଥ
ଭାଗ୍ୟ ର ଗାର ଟାଣିଛ ପ୍ରଭୁ ତୁମେ
ହିଁ ଭାଗ୍ୟ ବିଧାତା ।
ଭାଙ୍ଗି ଦିଅ ଗଢ଼ିଦିଅ ଏଇ ପରା ତୁମ
ଖେଳ ସଂସାର ରେ
କେବେ ଭାଙ୍ଗ ମନ କେବେ ଦିଅ ଖୁସି
ସବୁ ତୁମରି ଇଛାରେ।
୪୪
ତୁମେ ନ ଚାହିଁଲେ ମୁଁ ଆଜି କି ତୁମ
ନାମ ଧରି ପାରନ୍ତି
ଦେଇଛ ଆଧ୍ୟାତ୍ମିକ ଭାବ ତେଣୁ
ଲେଖେ ତୁମରି ନାମକୁ ନିତି ।
ସଂସାର ମଙ୍ଗଳ ପାଇଁ ଏଇ ଲେଖନୀ
ଚାଲି ଥାଉ ଅନବରତ
ସର୍ବ ମଙ୍ଗଳ ହେଉ ଜଗନ୍ନାଥ
ଏତିକି କହୁ ଏ ମନ ।
ପ୍ରଭାତର କୁସୁମାଞ୍ଜଳୀ ତୁମରି ପାଇଁ
ହେ ଜଗନ୍ନାଥ
ସକାଳ ବନ୍ଦନା ରେ ଦିନ ଶୁଭ ମୟ
ହେଉ ହେଲି ସମର୍ପିତ ।
୮୭
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ