ଅଧ୍ୟାୟ ୩୦ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
କୋଟି ପ୍ରଣାମ କରୁଛି ଘେନ ହେ ନାଥ
ହେଲି ପଦ୍ମ ପାଦରେ ମୁଁ ସମର୍ପିତ ।
୪୪ ହେ ପ୍ରଭୁ ଜଗନ୍ନାଥ ! ନୀରବି ଥିବା
ରାତି ପାହିଗଲା...
ନୀରବିଥିବା ମନ ଜାଗ୍ରତ ହୋଇଲା
ସଂସାର କୋଳାହଳ ରେ ଭରିଗଲା
ତୁମ ନାମରେ କର୍ମ ଆରମ୍ଭ ହୋଇଲା
ସଂସାର ଭଲ ମନ୍ଦ ଲାଗିଲା ହରି ।
ଆଖି ଖୋଲ ଠାକୁର ରାତି ଗଲା ସରି
ସଂସାର ତୁମ ନାମ ତୁଣ୍ଡେ ଗାଇଲାଣି
ରଖ ରଖ ହରି ହେ ଦର୍ଶନ ଦିଅ ସବୁରି
ତୁମ ବିନା ଅନ୍ଧ ଲାଗେ ଦିଶେନି କିଛି ।
କେତେ ଶୋଇଅଛ ହେ ନିଦା ଠାକୁର
ନିଦ ଭାଙ୍ଗୁନି କି ହୋଇଗଲାଣି ସକାଳ
ନ ଚାହିଁଲେ ସଂସାରକି ଜାଗ୍ରତ ହେବ
ଉଠ ଠାକୁର ଦର୍ଶନ ପାଇଁ ମନ ବିକଳ ।
୮୮
ସିଏ ମୋ ଜଗନ୍ନାଥ
ସମର୍ପିତ ନ ହୋଇ କି ଦିନ ଆରମ୍ଭ କରିବୁ
ତୁମ ନାମ ନ ଧରିଲେ ମଧୁ କି ପାଇପାରିବୁ
ମଧୁମୟ ହେ ମଧୁର ଲାଗେ ତୁମରି ନାମ
ମଧୁର ବଂଶୀ ବଜାଇଦିଅ ହେ ମଧୁସୂଦନ।
ହସୁ ଏ ସଂସାର ହସୁ ଏ କୀଟ ଠୁ ବ୍ରହ୍ମାଣ୍ଡ
ପକ୍ଷୀ ଗାଆନ୍ତୁ ତୁମ ପାଇଁ ସୁନ୍ଦର ସଂଗୀତ
ଶୁଭ ମନ୍ତ୍ର ଧ୍ୱନିରେ ତୁମେ ଆସ ହେ ଠାକୁର
୪୫
ଶୁଭ ହେଉ ଦିନ ଦେଖି ତୁମ କଳା ବଦନ ।
ସ୍ୱର ତାଳ ଲୟରେ ବାଜୁ ମୋହନ ବଂଶୀ
ରାସ୍ତା ନ ଭୁଲି ଉଡ଼ି ଯାଉ ଏଇ ମନ ପକ୍ଷୀ
ମନ ରହୁ ତୁମ ପଦ୍ମ ପାଦରେ ହେ ଗୋବିନ୍ଦ
ଜୀବନ ହେଉ ତୁମ ନାମ ରସ ରେ ଆନନ୍ଦ ।
ଫେରିବି ଯଦି ଘର ବାହୁଡ଼ା ପକ୍ଷୀ ପରି ମୁହିଁ
କାହିଁକି ଠାକୁର ତୁମ ନାମ କୁ ଭଜିବି ନାହିଁ
ତୁମେ ପରା ଗତି ମୁକ୍ତି ଭାଗ୍ୟ ବିଧାତା ଈଶ୍ୱର
ତେଣୁ ନିତି ସକାଳୁ କରେ କୋଟି ନମସ୍କାର ।
ମୋ ତୁଣ୍ଡ ଫିଟିବାଆଗରୁ ସକାଳୁ ତୁମକୁ ଡାକେ
ହାତ ଚାଲିବା ଆଗରୁ ତୁମ ନାମ ଆଗେ ଲେଖେ
ସବୁ କର୍ମ ହେଉ ନାଥ ମୋର ତୁମକୁ ଡାକେ
ରଖ ରଖ ତୁମ ପାଦ ତଳେ ଜୟ ଜୟ ଗୋବିନ୍ଦ ।
୮୯
ସିଏ ମୋ ଜଗନ୍ନାଥ
“ହରି ଚରଣେ ଯାର ଶ୍ରଦ୍ଧା ତାକୁ ନ ଲାଗେ ଭବ ବାଧା..”
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଳୁଛି ମକରନ୍ଦ
୪୫
ସେ ମକରନ୍ଦ ପାନ କରି
ହେଳେ ତରିଲେ ଗୋପ ନାରୀ... ।
ମୋ ମନ ନିରନ୍ତରେ ଥାଉ
ହା କୃଷ୍ଣ ବୋଲି ଜୀବ ଯାଉ
ହା କୃଷ୍ଣ ବୋଲି ଯାଉ ଜୀବ
ମୋତେ ଉଦ୍ଧାର ହେ ରାଧା ମାଧବ ।
ଏ ତ ଭାଗବତର ବାଣୀ
ମନ ପବିତ୍ର କରେ ପୁଣି ।
ହରି ଚରଣେ ଯାର ଶ୍ରଦ୍ଧା
ତାକୁ ନ ଲାଗେ ଭବ ବାଧା...।
ଏତ ଅମୃତ ମୁଖ ବାଣୀ
କହିଲେ ଗୀତାରେ ଚକ୍ରପାଣି ।
କରି କରାଉ ଥାଏ ସେଇ
ତା ବିନା ଅନ୍ୟ ଗତି ନାହିଁ
୯୦
ସିଏ ମୋ ଜଗନ୍ନାଥ
ସୁଖ ଦୁଃଖର ସେ କାରଣ
ସକଳ ଘଟେ ନାରାୟଣ ।
ଏଠି ସେଠି ସେ ସବୁଠି
କୀଟଠୁ ବ୍ରହ୍ମାଣ୍ଡ ବିଦ୍ୟତି
ହରି ଚରଣେ ଥିଲେ ଶ୍ରଦ୍ଧା
କେବେ ଲାଗେନି ଭବ ବାଧା ।
୪୬
ସୃଷ୍ଟିର ଆଦି ଅନ୍ତ ସେଇ
ପରମାମାô ବିନା ଆନ ଗତି ନାହିଁ
ଏଭବ ସାଗରେ ଜୀବନ ତରଣୀ
କାତ ମାରି ଚଳାନ୍ତି ଚକ୍ର ପାଣି ।
କଳିରେ ପ୍ରତ୍ୟକ୍ଷ ଦେବତା
ଡାକିଲେ କୁହନ୍ତି ସେ କଥା
ଭବ ବନ୍ଧନ ସେ ନାମେ କଟେ
ଲୟ ରଖିଲେ ତାଙ୍କ ପାଦପଦ୍ମେ।
ହରି ଚରଣେ ଯେ ଶ୍ରଦ୍ଧା କରି
ତା ଜଞ୍ଜାଳ ହରି ଯେ ହରିଥାଇ
ସଂସାର ସଂସାରୀର ଜୀବନ
ତା ପାଇଁ ଥାଏ ଭବ ବନ୍ଦନ ।
ଯେ ପଶେ ହରି ଚରଣେ ଶରଣ
ତାକୁ ଉଦ୍ଧାର କରନ୍ତି ରାଧା ରମଣ
୯୧
ସିଏ ମୋ ଜଗନ୍ନାଥ
ବଡ଼ ବିଷମ ଏ ସଂସାର ଜୀବନ
ହରି ସ୍ମରଲେ ନିତି ପାପ ଖଣ୍ଡନ।
ମନର ସକଳ ଭ୍ରାନ୍ତି ହୁଏ ଦୂର
କରିଲେ ହରି ନାମ ସ୍ମରଣ
ତୁଣ୍ଡରେ ନେଲେ ହରି ନାମ
ପାପ ପଙ୍କରୁ ଉଦ୍ଧାର ହୁଏ ମାନବ ।
୪୬
ଶୟନେ ସପନେ ଜାଗରଣେ
ଯିଏ ହରି ନାମ ସ୍ମରଣ କରେ
ସବୁ ବାଧାବିଘ୍ନ ନାଶ କରନ୍ତି ଗୋବିନ୍ଦ
ତାଙ୍କ ନାମରେ ଦୂର ହୁଏ କପଟ।
ସେ ଚରଣରେ ସକଳ ତୀର୍ଥ
ମନ ପବିତ୍ର ଆତ୍ମା ଅଟେ ଶୁଦ୍ଧ
ହରି ଚରଣେ ଯାର ଶ୍ରଦ୍ଧା
ତାକୁ ନ ଲାଗେ ଭବ ବାଧା...।
୯୨
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ