ଅଧ୍ୟାୟ ୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ଦଣ୍ଡବତ ଘେନ ଠାକୁର ।
ଅନେକ ଅବ୍ୟକ୍ତ ଭାଷା ଛାତି ତଳେ
କେମିତି କହିବି ମୁହିଁ
୯
ହୃଦୟ ର କଥା ହୃଦୟ ଜାଣିଛି
ନିତି ଜଳୁଛି ମୋ ଜୁଇ ।
କାଳେ କିଏ ଶୁଣିଦେବ ଡେଙ୍ଗୁରା
ପିଟିବ ମଝି ଦାଣ୍ଡରେ
ମାନ ମହତ ସବୁ ସରିଯିବ ଲୋକ
ହସା ହେବି ସଂସାରେ ।
ଲୁହ ପୋଛି ବାକୁ କିଏ ତ ନାହିଁ
ଲୁହ ଦେବାକୁ ସଭିଏଁ
ମନର କଥା ମନରେ ମରୁ
ମିଛି ହସ ହସୁଛି ସଂସାରେ ।
ତୁମେ କି ଆସିବ ଥରେ ପ୍ରଭୁ ସତେ
ମୋ ପାଖକୁ ଦିନେ
ଶ୍ରମଣା ର ଅପେକ୍ଷା ସରିବ ସତେ
ଦେଖା ହେଲା ପରେ।
୧୮
ସିଏ ମୋ ଜଗନ୍ନାଥ
ପାଷାଣି ଅହଲ୍ୟା ପଥର ହୋଇଛି
ଚାହିଁଛି ତୁମରି ସ୍ପର୍ଶ
ସତେ କି ହେ ନାଥ ଆସିବ ତୁମେ
କରିବ ଦୁଃଖ ର ନାଶ।
କେତେ କଥା ଅଛି ପ୍ରଭୁ ତୁମପାଇଁ
ଦେଖା ହେଲେ କୁହନ୍ତି
ସଂସାରକୁ ଆସି କି କଷ୍ଟ ପାଇଲି
୧୦
ଗୋଟି ଗୋଟି ମନେ ଅଛି ।
ସରଳ ମନ ମୋ ପିଇଗଲା ବିଷ
ପିଆଲାକୁ ଅମୃତ ଭାବି
ତୁମେ ଦେବା ଜୀବନ ହି ହନ୍ତସନ୍ତ
ଦେଖା ହେଲେ କୁହନ୍ତି ।
ତୁମେ ଦେବା ସୁନ୍ଦର ହୃଦୟ ଏଠି
ଭାଙ୍ଗି ଖଣ୍ଡ ଖଣ୍ଡ ହେଲା
ପ୍ରତି ଟୁକୁଡ଼ାରେ ଛଳନାର ବିଷ
ମନରେ ଯନ୍ତ୍ରଣା ଦେଲା ।
ଇର୍ଷା ପରଶ୍ରୀକାତରତା ଭରିଗଲା
ସାତ୍ତ୍ୱିକ ଭାବନା ନାହିଁ
ଦେଖା ହେଲେ କୁହନ୍ତି ପ୍ରଭୁ ହେ ଆଉ
ମଣିଷ କରିବ ନାହିଁ ।
୧୯
ସିଏ ମୋ ଜଗନ୍ନାଥ
ନାରୀ କୁ କଲ ସୌନ୍ଦଯ୍ୟମୟୀ ସ୍ନେହି
ମମତାର ନିଝରିଣୀ
ସବୁ ଥାଇ ବି କାହିଁକି ତା’ର ଭାଗ୍ୟରେ
ଶାନ୍ତି ଲେଖିଲନି ପୁଣି ।
ମାଟି କଣ୍ଢେଇକୁ ପରି ସୁନ୍ଦର କଲ
ରଙ୍ଗ ବୋଳି ଦେଇ ତାକୁ
ଦେଖା ହେଲେ କୁହନ୍ତି ଦେଖ ଭାଙ୍ଗୁଛି
୧୦
କେମିତି କଣ୍ଢେଇ କୁ ।
୨୦
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ