ଅଧ୍ୟାୟ ୩୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
ତୁମ ପାଦେ ଅହଂଭାବ ସମର୍ପିତ ।
୪୭
ଏଇ ହୃଦୟ ରେ ବଡ଼ ଶୂନ୍ୟସ୍ଥାନ
ଆସ ହେ ଠାକୁର ହୁଅ ବିଦ୍ୟମାନ
କିଛିଦେଇ ପାରିବିନି ହେ ଠାକୁର
ଯାହା ଦେଖୁଛି ସବୁ ପରା ତୁମର ।
ମୁଁ ବି ନୁହେଁ ମୋର ତୁମରି ସୃଷ୍ଟିର
କି ଦେଇ ପୁଜିବି କୁହ ହେ ଠାକୁର
ନାରୀଟିଏ ଗଢ଼ା ତୁମରି ହାତର... ।
କର୍ତ୍ତବ୍ୟ ବୋଝରେ ଚାଲେ ଜୀବନ
ତୁମ ଦେବା କର୍ତ୍ତବ୍ୟ କରେ ଏମନ
ତୁମକୁ ନିତି ସମର୍ପିତ ହେ ଭଗବାନ
ସାର୍ଥକ କରହେ ଏ ନାରୀ ଜୀବନ ।
ଆଞ୍ଜୁଳାଏ ଭକ୍ତି ଫୁଲ ସାଇତି ରଖିଛି
ହୃଦୟରେ ମୋର ତୁମ ପାଇଁ ଈଶ୍ୱର
୯୩
ସିଏ ମୋ ଜଗନ୍ନାଥ
ବେଦନାକୁ ସବୁ ମୋ କରିଛି ବଳିତା
କୋହର ଦୀପାଳୀ ଜାଳିବି ଠାକୁର ।
ଅଛି ଯେତେ ଲୁହ ଆଖିରେ ମୋର
ଚାପି ରଖିଛି ତୁମରି ପାଇଁ ଭଗବାନ
ଆସିଲେ ହୃଦୟକୁ ଧୋଇବି ପାଦ
ମନରେ ନୈବେଦ୍ୟ ଦେବି ଜଗନ୍ନାଥ ।
ଲେଖିଛି ମନ କଥାକୁ ଭଜନ କରି
୪୭
ଗାଇବି ଗୀତଗୋବିନ୍ଦ ଛାନ୍ଦ ଭରି
ଜଗତ ମଙ୍ଗଳ ପାଇଁ ମାଗିବି କିଛି
ତୁମେ ଦେବ ବୋଲି ଭରସା ଅଛି ।
ପୋଛିନେବ ସଂସାରରୁ ଈର୍ଷା ଭାବ
ସୁନ୍ଦର ସରଳ କର ତୁମ ସଂସାର
ହୃଦୟକୁ କର ମମତାର ସାଗର
ସର୍ବ ମଙ୍ଗଳ କର ହେ ନାରାୟଣ ।
ମଣିଷକୁ କର ଭଲ ମଣିଷ ଟିଏ
ଯଦି କରି ଅଛ ଠାକୁର ନାରୀ ଟିଏ
ପୁଣ୍ୟ ଗଙ୍ଗା ହେଉ ତା ସଂସାରେ ସିଏ
ଧନ୍ୟ ହେଉ ମୋ ନାରୀ ଜନମ ନାଥ ।
କର ପ୍ରଭୁ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ
ନରହୁ ସ୍ୱାର୍ଥ ଭାବ ଏ ମନରେ ମୋର
ଜୀବନ ନହେଉ ଜଟିଳ ସରଳ କର
ଗରଜ ପରିହର ପ୍ରଭୁ ହେ ମାୟାଧର।
୯୪
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ