ଅଧ୍ୟାୟ ୩୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ହେ କମଳାପତି ଘେନ ମୋର ପ୍ରଣତି
ଶ୍ରୀ ଭରିଦିଅ ସଂସାରରେ ସରୁ ବିପତ୍ତି
ଉଡ଼ିଯାରେ ମନ ମୋର ଲୋଟଣୀ ପରା ୪୮
ପୁଣ୍ୟର ଗଙ୍ଗା ଶ୍ରୀକ୍ଷେତ୍ରେ ଝରୁଛି ପରା ।
ପାପ ଧୋଇଦେବୁ ତୁ ପୁଣ୍ୟର ଘାଟରେ
କଳା ଚାନ୍ଦ ଦେଖିବୁ ମହୋଦଧି ତଟ୍ଟରେ
ତାଙ୍କ ହସରେ ପରା ହସେ ଏଇ ସଂସାର
ତାଙ୍କ ବିନା ପରା ଦିଶେ ଜଗତ ଅନ୍ଧାର।
ସକାଳୁ ସକାଳୁ ଉଡ଼ିଯା ମନ ଶ୍ରୀକ୍ଷେତ୍ରକୁ
ରନô ବେଦୀରେ ଦେଖିବୁ ଚତୁର୍ଦ୍ଧା ମୂର୍ତ୍ତିୀକୁ
ଅରୁଣ ସ୍ତମ୍ଭ ପାଖେ ପ୍ରଣତି କରିବୁ ନାଥକୁ
ନେତକୁ ଚାହିଁ ଦୁଇ ହାତ ତୋର ଟେକିବୁ।
ବାଇଶି ପାହାଚରେ ଚଢ଼ି ଚଢ଼ି ଯାଉ ଥିବୁ
ରଖ କାଳିଆ ରଖ ହେ ଡାକ ଛାଡ଼ି ଯିବୁ
ଧୀରେ ଧୀରେ ଯିବୁରେ ମନ ତୁ ଭିତରକୁ
ଭିତରେ ଡାକିବୁ ଦର୍ଶନଦିଅ ହେ ପାପିକୁ ।
୯୫
ସିଏ ମୋ ଜଗନ୍ନାଥ
ଦର୍ଶନ ଦିଅ ନାଥ ହେ ଆସିଛି ପାପିଜଣେ
ପଙ୍କରୁ ଉଦ୍ଧାର ଏତିକି ମାଗୁଣି ଠାକୁରେ
କାହିଁ କେତେ ଦୂରରୁ ମନ ଧାଇଁ ଆସିଛି
କଳାବଦନକୁ ଦେଖିବାକୁ ମନ ବଳିଅଛି ।
ଘାଣ୍ଟି ହେଲଣି ବହୁତ ଏ ପାପ ପଙ୍କରେ
ରଖ ହରି ଶରଣ ମାଗେ ତୁମ ପାଖରେ
ଦେଲ ମଣିଷ ଜୀବନ ମାୟା ଘାରିଗଲା
୪୮
ସରଳ ମନଟା ଲୋଭରେ ପାପ କରିଲା ।
ଆଜି ଆସିଛି ନାଥ କ୍ଷମା ମାଗିବା ପାଇଁ
ବୟସ ଗଡ଼ିଲା ଫେରିବାର ଟିକଟ ପାଇ
ଚେତା ପସିଲା ଫେରିବାକୁ ହେବ ପରା
ବିକଳରେ ମନ ଆଜି ତୁମକୁ ଖୋଜିଲା ।
ଆଜି ମନ ପୁଣ୍ୟ ଖୋଜି ଏଠାକୁ ଆସିଛି
ସହଳ ଦର୍ଶନ ଦିଅ ବିକଳରେ ଡାକୁଛି
ଧୈର୍ଯ୍ୟର ବନ୍ଧ ଭାଙ୍ଗିଲା ଭାସେ ଦୁଃଖରେ ।
ରଖ କମଳକାନ୍ତ ତୁମକୁ ମୀନତି ବାରେ
ଗହଳି ଠେଲି ଚାଲିବୁ ମନରେ ଭିତରକୁ
ରନô ବେଦୀରେ ଦେଖା ଦାରୁବ୍ରହ୍ମ ରୂପକୁ
ଭାଇ ଭଉଣୀ ପାଖେ କାଳିଆ ବସିଥିବେ ।
ନାଥ ରଙ୍ଗ ଅଧରେ ଟିକିଏ ହସି ଦେବେ
ଚକାନୟନକୁ ଚାହିଁବୁ ବାରେ ଚର୍ମନୟନେ
୯୬
ସିଏ ମୋ ଜଗନ୍ନାଥ
ସେ ଆଖିରେ ଏ ଆଖି ମିଶିଗଲେ
ଦିବ୍ୟ ଜ୍ୟୋତି ରେ ପାପ ସରେ।
ମଣିଷ ଜୀବନ ଦେଇଛ ନାଥ କିଛି ଭୁଲ
ହୋଇ ଯାଏ ସଂସାରରେ
ତେଣୁ ନାଥ ହେ ତୁମକୁ କ୍ଷମା ମାଗୁଥାଏ ।
ସେଇ ପରା ରକ୍ଷା କର୍ତ୍ତା ଆଉ କିଏ ନାହିଁ
୪୯
ସେଇ ପାଦ ଯୁଗଳରେ ମୁକ୍ତି ପଥ ଦିଶଇ
ସେଇ ପାଦରେ ରହୁ ମତି କମଳାପତି
ଫେଡ଼ ଦୁର୍ଗତି ସଂସାରରେ ହେ ଶ୍ରୀପତି ।
୯୭
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ