ଅଧ୍ୟାୟ ୩୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନହେ ଭଗବାନ
ଆଖି ଖୋଲିଲି ହୋଇଲା ସକାଳ
୪୯
ତୁମ ପାଖେ ମନ ରହୁ ଜଗନ୍ନାଥ
ଲୋଡ଼ା ନାହିଁ ପ୍ରଭୁ ମାନ ସନମାନ
ତୁମେ ଥାଅ ପାଖେ ହେ ଭଗବାନ ।
ସକାଳରେ ଆସ ନିଦ ଗଲା ପରେ
ରାତିରେ ଆସ ଏ ନିଦୁଆ ଆଖିରେ
ଆସ ନିତି ପୁଣି ସୁନେଲି ସପନରେ
ଆସ ନାଥ ହାଲୁକା ମନ ଭିତରେ ।
ଏ ଛାତିର ସ୍ପନ୍ଦନରେ ଥାଅ ତୁମେ
ପୁଣି ନିଃଶ୍ୱାସ ଓ ମୋ ବିଶ୍ୱାସରେ
ମନର ଆବେଗରେ ପୁଣି ଠାକୁରେ
ସୁ ଭାବନାରେ ଆସ ତୁମେ ମନରେ
ଆସ ଚିନ୍ତା ଚେତନା ଏବିବେକରେ।
କୀଟଠୁ ବ୍ରହ୍ମାଣ୍ଡ ତୁମେ ହେ ଠାକୁର
ଅନୁଭବରେ ଅଛ ଅନୁଭବର ଠାକୁର
୯୮
ସିଏ ମୋ ଜଗନ୍ନାଥ
ଆଖି ଖୋଲି ଦେଲେ ଅନୁଭବ କରେ
ତୁମେ ଅଛ ନାଥ ମୋ ଚାରିପାଖରେ ।
ଆସ ହେ ନାଥ ସକାଳ ସୁରୁଜ ହୋଇ
ତିମିର ନାଶି ଯାଉ ଆଲୋକ ବିଛାଇ
ଆସ କାକଳିମା କୋଳାହଳ ଭିତରେ
ଜୀବନୁ ନୀରବତା ରଯି ଯାଉ ଦୂରରେ ।
୫୦
ସକାଳର ଓଁକାର ଧ୍ୱନିରେ ଆସ ନାଥ
ପୁଣି ଫୁଲ ପାଖୁଡ଼ାରେ ଦିଅ ମୃଦୁ ହସ
ଧୂପ ଦୀପ ନୈବେଦ୍ୟ ରେ ଆସ ଘରକୁ
ସୁ ଭାବନା ଭରିଦିଅ ଏ ପାପି ମନକୁ ।
ତନମନ ପବିତ୍ର ହେଉ ତୁମରି ନାମରେ
ଜୀବନ ବୁଝୁ ମଣିଷ ଏ ମିଛ ଦୁନିଆରେ
ଅହଂଭାବ ନରହୁ ଏମନକୁ ଶାନ୍ତ କର
ଶୁଭାବନା ନାଶକରି ଦିଅ ହେ ଭଗବାନ ।
ମଙ୍ଗଳ କର ହେ ମଙ୍ଗଳ ମୟ ଭଗବାନ
ଶୁଭ କର ସାରା ଦିନ ଶୁଭଙ୍କର ଠାକୁର
ଯେଉଁ ନାମରେ ଗଗନ ପନବ ପ୍ରକମ୍ପିତ
ସେଇ ନାମ ତୁଣ୍ଡେ ଥାଉ ହେ ଜଗନ୍ନାଥ ।
ନ ଦେଖୁ ଆଖି ମୋର କାହାର ଲୁହକୁ
ସଭିଏଁ ହସନ୍ତୁ ଏତିକି ମାଗୁଣି ତୁମକୁ
୯୯
ସିଏ ମୋ ଜଗନ୍ନାଥ
ସକାଳ ହେଉ ମଧୁମୟ ଭରି ମହକକୁ
ଖୁସି ଦିଅ ହେ ଠାକୁର ସବୁ ଜନମାନକୁ ।
ଜୟ ଜଗନ୍ନାଥ ରେ ଦିନ ମଙ୍ଗଳ ହେଉ
ଜୟ ଜଗନ୍ନାଥରେ ଏକଷ୍ଟ ସରି ଯାଉ
ତନମନ ପବିତ୍ର ନାମରେ ପବିତ୍ର ହେଉ
ଧନ୍ୟ ହେଉ ମଣିଷ ତୁମ ନାମ ଜପୁ ଥାଉ ।
୫୦
୧୦୦
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ